।। ନଂ ୭- ବେତନଟୀ ବନବିଭାଗ ପକ୍ଷରୁ ବନ ମହୋତ୍ସବ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ।।

Jul 7, 2024 - 20:38
 0  24
।। ନଂ ୭- ବେତନଟୀ ବନବିଭାଗ ପକ୍ଷରୁ ବନ ମହୋତ୍ସବ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ।।

ବେତନଟୀ , ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅନ୍ତର୍ଗତ ହେମପୁର ନିକଟସ୍ଥ ହରିପୁର ସଂରକ୍ଷିତ ଜଙ୍ଗଲରେ ବେତନଟୀ ବନାଞ୍ଚଳ ପକ୍ଷରୁ ୭୫ତମ ବନ ମହୋତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ଏକ ବୈଠକ ରେ ବଡ଼ସାହି ବିଧାୟକ ସନାତନ ବିଜୁଳି ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଜିଲ୍ଲା ବନଖଣ୍ଡ ଅଧିକାରୀ ଏ.ଉମା ମହେଶ ଓ ବେତନଟୀ ବନାଞ୍ଚଳ ଅଧିକାରୀ ମନ୍ଓର ଖାଁ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ସଭା ପରିଚାଳନା କରିଥିଲେ ବନପାଳ ପ୍ରଶାନ୍ତ ସିଂ ସାମନ୍ତ। ଉପସ୍ଥିତ ଜନସାଧାରଣଙ୍କୁ ଗ୍ରାମ୍ୟ ଜଙ୍ଗଲ ସୁରକ୍ଷା ଓ ବୃକ୍ଷ ରୋପଣ ସହିତ ପରିବେଶ ପ୍ରଦୂଷଣ ପ୍ରତି ଦାୟିତ୍ଵ ନିର୍ବାହ କରିବା ଲକ୍ଷ୍ୟରେ ଏକ ଶପଥପାଠ କରାଯାଇଥିଲା। ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅଣଗେଜେଟେଡ୍ କର୍ମଚାରୀ ସଂଘ ରାଜ୍ୟ ସଭାପତି ଖଗେଶ୍ବର ସେଠୀଙ୍କ ନେତୃତ୍ୱରେ ବନ କର୍ମଚାରୀଙ୍କ ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଆମ୍ବ , ପଣସ , ଜାମୁ , ନିମ୍ବ , କରଞ୍ଜ , ଶିଶୁ , ପିଆଶାଳ ଇତ୍ୟାଦି ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ବ ଚାରା ରୋପଣ କରାଯାଇଛି। ଅନ୍ୟ ପକ୍ଷରେ ବୈଶିଙ୍ଗା ବନ ସେକସନ୍ କାର୍ଯ୍ୟାଳୟରେ ବର୍ଷେ ହେବ ବନପାଳ ପଦବୀ ଖାଲି ପଡ଼ିଥିବାରୁ ଓ ଏହାର ସୁଯୋଗରେ ମାଫିଆଙ୍କ ଦ୍ଵାରା ଜଙ୍ଗଲ ଭିତରେ ଗଛ କାଟିନେଇ ରାସ୍ତା ତିଆରି କରାଯାଉଥିବା ଯୋଗୁଁ ଏହାକୁ ତୁରନ୍ତ ପୂରଣ କରାଯିବା ପାଇଁ ଉପସ୍ଥିତ ଖବରଦାତା ଶାନ୍ତନୁ କୁମାର ପଣ୍ଡା , ସତ୍ୟ ପ୍ରକାଶ ପ୍ରଧାନ , ରତନ ଦାଶ , ଦୀପକ ସିଂହ, ରଣଜିତ ନାୟକ ପ୍ରମୁଖ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଗୌର ଦାସ ଗିରୀଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ