।। ତେନ୍ତୁଳିଖୁଣ୍ଟି ବ୍ଲକ ସ୍ତରୀୟ:ସାମ୍ବାଦିକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ।।

Oct 26, 2024 - 19:33
 0  94
।। ତେନ୍ତୁଳିଖୁଣ୍ଟି ବ୍ଲକ ସ୍ତରୀୟ:ସାମ୍ବାଦିକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ।।

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା:୨୬/୧୦,ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଦିଗି ପଞ୍ଚାୟତରେ ଆଜି ସମସ୍ତ ସାମ୍ୱାଦିକ ଏବଂ ଅଞ୍ଚଳ ର ବୁଦ୍ଧିଜୀବୀ ମାନଙ୍କ ଉପସ୍ଥିତିରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ! ଏହି କାର୍ଯ୍ୟକ୍ରମ ରେ ଆୟୋଜକ ସୁରେଶ ବିଶୟୀ ଙ୍କ ସହାୟତା କ୍ରମେ ଗୋପାଳ କୃଷ୍ଣ ଙ୍କ ଆହ୍ୱାନ ଆଜି ଦିଗୀ ପଞ୍ଚାୟତ ଠାରେ ଦଶହରା ର ଭେଟ ଘାଟ ଅନୁଷ୍ଠିତ ହୋଇ ଯାଇଛି ! ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ନେତା ତଥା ବୁଦ୍ଧିଜୀବୀ ନାରାୟଣ ପାତ୍ର ସମ୍ମାନୀୟ ଅତିଥି ଭାବେ ନନ୍ଦା ହାଣ୍ଡି ବ୍ଲକ ର ବରିଷ୍ଠ ସାମ୍ବାଦିକ ବୁଲୁ ପାଢ଼ୀ,ହରି ହର ତ୍ରିପାଠୀ,କୋବି ରାଜ ବିଷୟୀ,ବାରିଜ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ହୋଇଥିବା ବେଳେ ଶେଖର ଖୁରା ମଞ୍ଚ ପରିଚାଳନା କରିଥିଲେ ! ଏହି କାର୍ଯ୍ୟକ୍ରମ ରେ ବ୍ଲକ ର ସମସ୍ତ ସାମ୍ବାଦିକ ଙ୍କ ସହ ପଡୋଶୀ ବ୍ଲକ ନନ୍ଦାହାଣ୍ଡି ର ଅନେକ ସାମ୍ବାଦିକ ବନ୍ଧୁ ଯୋଗ ଦେଇଥିଲେ ! ମୁଖ୍ୟ ଅତିଥି ନାରାୟଣ ପାତ୍ର ସାମ୍ବାଦିକ ମାନଙ୍କ ଭିତରେ ଥିବା ଅନ୍ତର ଦ୍ଵନ୍ଦ ଦୂର କରି ସମାଜ ର ଉନ୍ନତି ଦିଗରେ କାର୍ଯ୍ୟ କରିବା ସହ ପ୍ରଶାସନ ର ଅପରାଗତା କୁ ଉନ୍ନମୋଚନ କରିବାକୁ ପ୍ରକାଶ କରିଥିଲେ ! ଅଞ୍ଚଳ ର ଦାଦନ ଶ୍ରମିକଙ୍କ ସଂଖ୍ୟା ହ୍ରାସ ସହ ମନେରେଗା କୁ ଠିକ ପରିଚାଳନା କରିବା ଦିଗରେ ସମ୍ବାଦ ପରିବେଷଣ ପାଇଁ ସାମ୍ବାଦିକ ଙ୍କ କଲମ ଚାଳନା ପାଇଁ ଅନୁରୋଧ କରିଥିଲେ ! ଦଳଗତ ନିର୍ବିଶେଷରେ ସମସ୍ତେ ନିରପେକ୍ଷ ଭାବରେ ସମ୍ବାଦ ପରିବେଷଣ ପାଇଁ ମତ ପ୍ରକାଶ ପାଇଥିଲା।ଏହାପରେ ଆମ ତେନ୍ତୁଳିଖୁଣ୍ଟି ବ୍ଲକ ର ସାମ୍ବାଦିକ ଙ୍କ ଝିଅ ତେନ୍ତୁଳିଖୁଣ୍ଟି ବାପୁଜି ହାଇସ୍କୁଲ ର ସ୍ୱର୍ଣ୍ଣ ପଦକ ହାସଲ କରିଥିବା ରୁ ତାଙ୍କ ଭବିଷ୍ୟତ ଉଜ୍ଜଳମୟ ର କାମନା କରାଯାଇଥିଲା ! ଅନ୍ୟ ମାନଙ୍କ ଭିତରେ ଗୋପାଳ କୃଷ୍ଣ ନାୟକ, ଚନ୍ଦ୍ର ଶେଖର ଜେନା, ଖଗେଶ୍ୱର ମହାଙ୍କୁଡ,ସନ୍ତୋଷ ରାଓ, ଚିଦାନନ୍ଦ ସାହୁ,ଦିଲୀପ ସୁନା, ସଂଜୀବ ଖୁରା, ଲାଲୁ କର୍କରା,ଲକ୍ଷ୍ମୀ ଚନ୍ଦ୍ର ଟାକ୍ରି ପ୍ରମୁଖ ସାମ୍ବାଦିକ ଙ୍କ ସହ ଯୋଗ ଦେଇଥିବା ବେଳେ ଅଞ୍ଚଳ ର ଅନେକ ଲୋକ ଯୋଗ ଦେଇଥିଲେ !

 ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ