।। ଡୁମେରପଦର ପଞ୍ଚାୟତରେ ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ।।

Feb 15, 2024 - 21:48
 0  51
।। ଡୁମେରପଦର ପଞ୍ଚାୟତରେ ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ।।

ଥୁଆମୂଳ ରାମପୁର୧୫|୨(ସମିସ):ଥୁଆମୂଳ ରାମପୁର ବ୍ଲକ ଡୁମେରପଦର ପଞ୍ଚାୟତରେ ‘ଆମ ଓଡିଶା ନବୀନ ଓଡିଶା’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଡୁମେରପଦର ସରପଞ୍ଚଙ୍କ ଅନୁପସ୍ଥିତି ରେ ସ୍ଥାନୀୟ ସମିତି ସଭ୍ୟ ରାଇଦାସ ନାଏକ ଅଧ୍ୟକ୍ଷତା କରିଥିଲେ। ଆୟୋଜିତ ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଥୁଆମୂଳ ରାମପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଦଯାନିଧି ମାଝୀ ଏବଂସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ପ୍ରମିଳା ମାଝୀ,ତଳଝାପି ସରପଞ୍ଚ ସୋଭାସିଂ ମାଝୀ, ସାମାଜିକ ସୁରକ୍ଷା ଅଧିକାରୀ ସୁନାରାମ ସୋରେନ,ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ।ପୋଲିସ ପ୍ରଶାସନ ସମେତ ପଞ୍ଚାୟତର ଆଦର୍ଶ ଅଙ୍ଗନବାଡି, ଆଶା କର୍ମୀ ସମାଜସେବୀ ତଥା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ପଞ୍ଚାୟତର ଶତାଧିକ ଲୋକେ ଉପସ୍ଥିତ ରହିଥିଲେ।ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରେମଚାନ୍ଦ ରଣାଙ୍କ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବ୍ଲକ ଆବାସ ଯୋଜନା ସଞ୍ଚାଳକ ରାଜେନ୍ଦ୍ର ନାରାୟଣ ସିଂହ ପରିଚାଳନା କରିଥିବାବେଳେ ପଞ୍ଚାୟତର ନାଏବ ସରପଞ୍ଚ,ଗ୍ରାମ ରୋଜଗାର ସେବକଙ୍କ ସମେତ ସମସ୍ତ ଓ୍ବାର୍ଡ ସଭ୍ୟ ସଭ୍ୟା ସହଯୋଗ କରିଥିଲେ।

ଥୁଆ ମୂଲ ରାମପୁର ବ୍ଲକ ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ୍ କରା ପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ