ଟେଣ୍ଡେକା ଫୁଲ୍ ଲୋକଙ୍କ ପାଇଁ ରୋଜଗାର ମାଧ୍ୟମ ସାଜିଛି
ଥୁଆ ମୂଳ ରାମପୁର୧୯!୩( ଫାଟ୍ ନ୍ୟୁଜ ଓଡ଼ିଶା) କଳାହାଣ୍ଡି ଜିଲ୍ଲା ଥୁଆ ମୂଳ ରାମପୁର ଅଞ୍ଚଳ ର ବଣ ଓ ଜଙ୍ଗଲ ରେ ଫୁଟିଥିବା ଟେଣ୍ଡେକାଫୁଲ ଏବେ ସ୍ଥାନୀୟ ଲୋକଙ୍କ ପାଇଁ ରୋଜଗାର ର ଏକ ମୁଖ୍ୟ ମାଧ୍ୟମ ସାଜିଛି। ପ୍ରତିବର୍ଷ ଏହି ସମୟରେ ଜଙ୍ଗଲରେ ଟେଣ୍ଡେକାଫୁଲ ଫୁଟିଥାଏ ଓ ଏହାକୁ ସଂଗ୍ରହ କରିବା ପାଇଁ ଗ୍ରାମ୍ୟ ଅଞ୍ଚଳର ଅନେକ ଲୋକ ଜଙ୍ଗଲ କୁ ଯାଆନ୍ତି। ସଂଗ୍ରହ କରାଯାଇଥିବା ଏହି ଟେଣ୍ଡେକା ଫୁଲ୍ ଆଣି ସାଇତି ଭାବ ଖରାରେ ଭଲ ଭାବରେ ଶୁଖାଇ ଦିଆଯାଏ । ପରେ ସେଗୁଡ଼ିକ କୁ କିଲୋ ପିଛା ବେପାରୀ ଓ ଦୋକାନ ମାନରେ ବିକ୍ରି କରିଥାନ୍ତି। ବର୍ତ୍ତମାନ ଥୁଆ ମୂଳ ରାମପୁର ଅଞ୍ଚଳ ରେ ଏହି ଟେଣ୍ଡେକା ଫୁଲ୍ ୪୦ ଟଙ୍କା କିଲ ପ୍ରତି ଭାବରେ ବିକ୍ରି କରାଯାଉଥିବା ଜଣାପଡିଛି। ଏହା ଦ୍ଵାରା ଗ୍ରାମାଞ୍ଚଳ ର ଅନେକ ପରିବାର କିଛି ଅର୍ଥ ରୋଜଗାର କରି ଜୀବିକା ରେ ସହାୟତା ପାଉଥିବା ଲୋକେ ପ୍ରକାଶ କରିଛନ୍ତି। ଟେଣ୍ଡେକା ଫୁଲ୍ ସଂଗ୍ରହ ର ଋତୁ ଚାଳିଥିବା ରୁ ପ୍ରତିଦିନ ସକାଳୁ ଗାଁ ଗହଳି ରେ ବସବାସ କରୁଥିବା ମହିଳା, ପୁରୁଷ, ଛୋଟ, ଛୋଟ ଶିଶୁ ମାନେ ଜଙ୍ଗଲ କୁ ଯାଇ ଏହି ଫୁଲ୍ ସଂଗ୍ରହ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ସ୍ଥାନୀୟ ଅଞ୍ଚଳର ଗରିବ ପରିବାର ମାନଙ୍କ ପାଇଁ ଏହି ଟେଣ୍ଡେକା ଫୁଲ୍ ଏକ ଅତିରିକ୍ତ ଆର୍ଥିକ ସହାୟତା ଭାବେ ଏହା ସହାୟକ ହୋଇଛି। କଳାହାଣ୍ଡି ଜିଲ୍ଲା ଅତିରିକ୍ତ ପ୍ରତିନିଧି ମିଥୁଳା ନାଏକ ଙ୍କ ରିପୋର୍ଟ ଫାଟ୍ ନ୍ୟୁଜ ଓଡିଶା
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0