ଜଟାବାଲ ଠାରେ ଧୋଇ ଗଲା ଅସ୍ଥାୟୀ ପୋଲ ଉପରେ ୩ ଫୁଟର ପାଣି ! ଯାନବାହାନ ଚଳାଚଳ ଠପ

Jun 26, 2025 - 17:21
 0  73
ଜଟାବାଲ ଠାରେ ଧୋଇ ଗଲା ଅସ୍ଥାୟୀ ପୋଲ  ଉପରେ ୩ ଫୁଟର ପାଣି ! ଯାନବାହାନ ଚଳାଚଳ ଠପ

ତା: ୨୬.୦୬.୨୦୨୫ ରିଖ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଜଟବାଲ ଗ୍ରାମ ଚେରଘାଟ ବ୍ରିଜ ଉପରେ ପ୍ରବାହିତ ହେଉଛି ୩ ଫୁଟର ପାଣି ! ଯାନବାହାନ ଚଳାଚଳ ଠପ ପଡିଥିବାରୁ ସାଧାରଣ ଧନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି ! ସରକାର ରାଜ୍ୟର ସମସ୍ତ ରାସ୍ତାଘାଟ ପ୍ରଶସ୍ତ କରିବା ସହ ଆବଶ୍ୟକ ସ୍ଥାନରେ ବ୍ରିଜ ଓ କଲଭର୍ଟ ସବୁ ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ଆଦେଶ ଦେବା ପରେ ରାଜ୍ୟରେ ରାସ୍ତା ମରାମତି କାମ ଜୋର ସୋରରେ ଚାଲିଛି !ଏହି କ୍ରମରେ ନବରଙ୍ଗପୁର ଜିଲ୍ଲାର ୨୬ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତି କରଣ ଓ ଜଟାବାଲ ଚେରଘାଟ ଉପରେ ବ୍ରିଜ ନିର୍ମାଣ କାର୍ଯ୍ୟ ଚାଲିଥିଲା !ରାସ୍ତା କାମ ମୋଟାମୋଟି ସରିଯାଇଥିବା ବେଳେ ବ୍ରିଜ କାମ କିନ୍ତୁ ଅସମ୍ପୂର୍ଣ୍ଣ ରହିଛି !ଯାନବାହାନ ଚଳାଚଳ ପାଇଁ ବାଇପାସ ରାସ୍ତା ମଧ୍ୟ ନିର୍ମାଣ ହୋଇଥିଲା ! ହେଲେ ଗତ ରାତି ଧରି ନବରଙ୍ଗପୁର ଜିଲ୍ଲାରେ ଲଗାଣ ବର୍ଷା ଲାଗିରହିଛି ! ଫଳ ସ୍ୱରୂପ ବ୍ରିଜ ଉପରେ ୩ ଫୁଟ ପାଣି ପ୍ରବାହିତ ହେଉଛି ! ବାଇପାସ ରାସ୍ତା ମଧ୍ୟ ପ୍ରଖର ପାଣିର ସ୍ରୋତରେ ଧୋଇ ଯାଇଛି !ଫଳରେ ପାପଡାହାଣ୍ଡି ଓ ନବରଙ୍ଗପୁର ସହ ଯୋଗାଯୋଗ ବିଛିନ୍ନ ହୋଇଛି ! ସବୁ ସମୟରେ ଜିଲ୍ଲାର ସମସ୍ତ ବ୍ଲକର ଜନସାଧାରଣ ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଉପରେ ନିର୍ଭର କରି ଆସୁଛନ୍ତି ! ତେଣୁ ବର୍ତମାନର ଅବସ୍ଥା ସେମାନଙ୍କୁ ଏକ ବଡ଼ ଝଟକା ଦେଇଛି !ବିଶେଷ କରି ଜଟାବାଲ ର ଆଖପାଖ ଗ୍ରାମରେ ବସବାସ କରୁଥିବା ଜନସାଧାରଣ ପେଟ ପାଟଣା ପାଇଁ ପାପଡାହାଣ୍ଡି ବ୍ଲକ ସଦର ମହକୁମା ଉପରେ ନିର୍ଭର କରୁଥିବାରୁ, କେମିତି ପେଟ ପାଟଣା ପାଇଁ ସେ କୂଳକୁ ଯିବେ ସେନେଇଁ ଚିନ୍ତା ବ୍ୟକ୍ତ କରିଛନ୍ତି !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ