ନୂଆପଡ଼ାରେ ଅନ୍ତର୍ଜାତୀୟ ନିଶା ଅପବ୍ୟବହାର ଏବଂ ଅବୈଧ ଚାଲାଣ ବିରୋଧୀ ଦିବସ ପାଳିତ

Jun 26, 2025 - 20:00
 0  10
ନୂଆପଡ଼ାରେ ଅନ୍ତର୍ଜାତୀୟ ନିଶା ଅପବ୍ୟବହାର ଏବଂ ଅବୈଧ ଚାଲାଣ ବିରୋଧୀ ଦିବସ ପାଳିତ

ନୂଆପଡ଼ା ଜିଲ୍ଲାରେ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ତଥା ଅବକାରୀ ବିଭାଗ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ନିଶା ଅପବ୍ୟବହାର ଏବଂ ଅବୈଧ ଚାଲାଣ ବିରୋଧୀ ଦିବସ -୨୫ ପାଳିତ ହୋଇ ଯାଇଛି L ପ୍ରଥମେ ଜିଲ୍ଲାପାଳଙ୍କ କାର୍ଯାଳୟରୁ ଏକ ରାଲି ସୁସଜ୍ଜିତ ରଥ ସହ ସହର ପରିକ୍ରମା କରିଥିଲା ।ଅତିରିକ୍ତ ଜିଲ୍ଲାପାଳ ସୁବାଶ ଚନ୍ଦ୍ର ରଇତ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ ।ଏଥିରେ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ସମାଜର ବିଭିନ୍ନ ବର୍ଗର ଜନସାଧାରଣଙ୍କ ସହିତ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସ୍ଵେଚ୍ଛାସେବୀ , ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଏକ ନିଶାମୁକ୍ତ ସମାଜ ଗଠନ ପାଇଁ ବିଭିନ୍ନ ସ୍ଲୋଗାନ ସହିତ ଏହି ରାଲି ଜନ ସଚେତନତା ସୃଷ୍ଟି କରିଥିଲା । ଏହାପରେ ଅତିରିକ୍ତ ଜିଲ୍ଲାପାଳ ସୁବାଶ ଚନ୍ଦ୍ର ରଇତଙ୍କ ସଭାପତିତ୍ଵରେ ସ୍ଥାନୀୟ ସଦଭାବନା ସଭା ଗୃହରେ ଏକ ସମାରୋହ ଅନୁଷ୍ଠିତ ହୋଇଥିଲା । ଶ୍ରୀ ରଇତ ସମସ୍ତଙ୍କୁ ସ୍ଵାଗତ କରି ସମ୍ଭାଷଣ ପ୍ରଦାନ କରିଥିଲେ । ଏହି ସଭାରେ ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ ,ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ନବନୀତା ଦାଶ ,ଜିଲ୍ଲା ଅବକାରୀ ଅଧିକ୍ଷକ ସଂଘମିତ୍ରା ପ୍ରଧାନ ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅନନ୍ତ ହେମ୍ବ୍ରମ ,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ମନୋଜ କୁମାର ସାହୁ , ଜିଲ୍ଳା ସମାଜ ମଙ୍ଗଳ ଅଧିକାରୀ ନମିତା ପାଢୀ, ପ୍ରଜାପୀତା ବ୍ରହ୍ମ କୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟର କେନ୍ଦ୍ର ପରିଚାଳିକା ଭଉଣୀ ଅଂଜଳି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦିବସର ତାତ୍ପର୍ଯ୍ୟ ବୁଝାଇଥିଲେ । ସାମାଜରେ ନିଶା କିଭଳି ଭାବରେ ଦୁଷ୍ପ୍ରଭାବ ପକାଉଛି ଏବଂ ବ୍ୟକ୍ତି ତଥା ପରିବାରର ଅଧୋପୋତନ ହେଉଛି ଏହି ବିଷୟରେ ସଚେତନ କରିବା ସହିତ ଏହାର ସମାଧାନର ରାସ୍ତା ଉପରେ ନିଜ ନିଜର ସୁଚିନ୍ତିତ ମତାମତ ଦେଇଥିଲେ । ଏହି ଅବସରରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ