ଚିନ୍ତନ ଦୈନନ୍ଦିନୀ ପୁସ୍ତକ ଉନ୍ମୋଚିତ

Oct 13, 2026 - 19:51
 0  4
ଚିନ୍ତନ ଦୈନନ୍ଦିନୀ ପୁସ୍ତକ ଉନ୍ମୋଚିତ

ବାରିପଦା ତା 13/10(ଫାଷ୍ଟ୍ ନ୍ୟୁଜ୍ ) ଅବସରପ୍ରାପ୍ତ ବିଚାରପତି ନରେନ୍ଦ୍ର କୁମାର ପ୍ରଧାନଙ୍କ ରଚିତ ଓ ମନମୋହନ ମହାପାତ୍ରଙ୍କ ଦ୍ଵାରା ପ୍ରକାଶିତ ଚିନ୍ତନ ଦୈନନ୍ଦିନୀ ପୁସ୍ତକ ରଘୁନାଥପୁର ସ୍ଥିତ ଶ୍ରୀ ହରିହର ମନ୍ଦିର ପରିସରରେ ଉନ୍ମୋଚିତ ହୋଇଯାଇଛି. ଏହି ଅବସରରେ ଆୟୋଜିତ ସଭାରେ ଲେଖକ ଶ୍ରୀ ପ୍ରଧାନ ପୁସ୍ତକ ରଚନାର ପୃଷ୍ଠଭୂମି ଓ ଉଦ୍ଦେଶ୍ୟ ସମ୍ପର୍କରେ ମତ ରଖିଥିଲେ । ମୁଖ୍ୟ ଅତିଥି ତଥା ମୟୂରଭଞ୍ଜ ପୁସ୍ତକ ମେଳାର ସଭାପତି ପଦ୍ମନାଭ ସାହୁ, ସମ୍ମାନିତ ଅତିଥି ତଥା ବିଶିଷ୍ଟ ଚିକିତ୍ସକ ପୂର୍ଣ୍ଣଚନ୍ଦ୍ର ଜେନା, ବରିଷ୍ଠ ନାଗରିକ ସଂଘର ସଭାପତି ସିଦ୍ଧାର୍ଥ କର ମହାପାତ୍ର ଓ ବରିଷ୍ଠ ଚିକିତ୍ସକ ଜଗଦୀଶ ଚନ୍ଦ୍ର ବେହେରା ଙ୍କ ସମେତ ଆଶୁତୋଷ ପଣ୍ଡା , ଆଲୋମୟ ସେଠୀ ପୁସ୍ତକର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଅତିଥି ମାନେ ପୁସ୍ତକର ବିଷୟବସ୍ତୁ ଓ ଦୈନନ୍ଦିନ ଜୀବନ ସହ ଏହାର ସମ୍ପର୍କ ଉପରେ ଆଲୋକପାତ କରିଥିଲେ । ବର୍ତ୍ତମାନର ଜଟିଳ ବିଶ୍ୱ ପରିସ୍ଥିତି ଓ ସମସ୍ୟାବହୁଳ ସମାଜରେ ଚିନ୍ତନଶୀଳ ସାହିତ୍ୟର ଗୁରୁତ୍ୱ ଅଧିକ ବୋଲି ସେମାନେ କହିଥିଲେ । ଏପରି ପୁସ୍ତକ ମଣିଷକୁ ନିଜ କାର୍ଯ୍ୟ, ଆଚରଣ ଓ ଜୀବନ ମୂଲ୍ୟ ସମ୍ପର୍କରେ ଆତ୍ମସମୀକ୍ଷା କରିବାକୁ ପ୍ରେରଣା ଦେଇଥାଏ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । ଚିନ୍ତନ ଦୈନନ୍ଦିନୀ ପାଠକଙ୍କ ମଧ୍ୟରେ ନୈତିକ ଚେତନା, ଆତ୍ମପର୍ଯ୍ୟାଲୋଚନା ଓ ସଚେତନ ଜୀବନଯାପନର ଭାବନା ଜାଗ୍ରତ କରିବ ବୋଲି ସେମାନେ ଆଶା ପ୍ରକାଶ କରିଥିଲେ । ଏହି ସାହିତ୍ୟ କୃତି ପାଇଁ ଅତିଥିମାନେ ଲେଖକଙ୍କୁ ଅଭିନନ୍ଦନ ଜଣାଇବା ସହ ଭବିଷ୍ୟତରେ ଅଧିକ ସାରଗର୍ଭକ ରଚନା ପାଇଁ ଉତ୍ସାହିତ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ