।। ଘରର ତାଲା ଭାଙ୍ଗି ୫୩ କିଲ ୨୦୦ ଗ୍ରାମ ଗଞ୍ଜେଇ ଜବତ୍ ।।

Jun 2, 2023 - 16:21
 0  54
।। ଘରର ତାଲା ଭାଙ୍ଗି ୫୩ କିଲ ୨୦୦ ଗ୍ରାମ ଗଞ୍ଜେଇ ଜବତ୍ ।।

ମାଛକୁଣ୍ଡ ପୋଲିସକୁ ପୁଣି ମିଳିଛି ଏକ ବଡ଼ ସଫଳତା । ଘରୁ ତାଲା ଭାଙ୍ଗି ୫୩ କିଲ ୨୦୦ ଗ୍ରାମ ଗଞ୍ଜେଇ ଜବତ୍ କରିଛି ମାଛକୁଣ୍ଡ ପୋଲିସ୍ l ସୂଚନା ଅନୁଯାୟୀ ମାଛକୁଣ୍ଡ ଥାନା ଅନ୍ତର୍ଗତ ଆମ୍ବାପଡ଼ା ଗ୍ରାମର ସୁରେନ୍ଦ୍ର ସିସାଙ୍କ ଘରେ ପୂଳା ପୂଳା ଗଞ୍ଜେଇ ରଖିଥିବା କୌଣସି ଏକ ବିଶେସ୍ ସୂତ୍ରରୁ ଖବର ପାଇ ଆମ୍ବାପଡ଼ା ଗ୍ରାମର ସୁରେନ୍ଦ୍ର ସୀସାଙ୍କ ଘରେ ମାଛକୁଣ୍ଡ ଓ ଲମତା ପୁଟ୍ ପୋଲିସ୍ ମିଳିତ ଭାବେ ଘରର ଥାଲା ଭାଙ୍ଗି ଚଡ଼ଉ କରିଥିଲେ । ଏହି ଚଡ଼ାଉ ବେଳେ ସ୍ଥାନୀୟ ମାଝିଷ୍ଟେଡ୍ ଉପସ୍ଥିତ ରହିଥିଲେ ।

ମାଝିଷ୍ଟେଡ୍ ଉପସ୍ଥିତିରେ ଘରର ତାଲା ଭାଙ୍ଗି ଘର ଭିତରେ ଯାଞ୍ଚ କରିବା ପରେ ତିନଟି ବସ୍ଥାରେ ପୂଳା ପୂଳା ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲା l ତେବେ ଘର ଭିତରୁ ଗଞ୍ଜେଇ ବାହାର୍ କରିବା ବେଳେ ଘର ମାଲିକ ଶ୍ରୀସିଷା ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଘର ଭିତରୁ ବାହାର୍ କରି ଓଜନ କରିବା ପରେ ତେପନ କିଲ ଦୁଇଶହ ଗ୍ରାମ ହୋଇଥିଲା । ଏହାର ମୂଲ୍ୟ ପ୍ରାୟ ତିନି ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଅନୁମାନ କରାଯାଉଛି l ତେବେ ଘରୁ ବାହାର୍ କରିଥିବା ଗଞ୍ଜେଇକୁ ଜବତ୍ କରି ଘର ମାଲିକ ସୁରେନ୍ଦ୍ର ଶିସାଙ୍କ ନାଆଁରେ NDPS କେଶ୍ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରିରଖିବା ପୋଲିସ୍ ପକ୍ଷରୁ ସୂଚନା ରହିଛି ।

ବୈପାରିଗୁଡ଼ା ରୁ ବିଜୟ ପାଙ୍ଗି ଙ୍କ ରିପୋର୍ଟ କୋରାପୁଟ ଜିଲ୍ଲାରୁ

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ