।। ଗାଧୋଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡ଼ି ଛାତ୍ର ମୃତ ।।

May 27, 2023 - 05:14
 0  16
।। ଗାଧୋଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡ଼ି ଛାତ୍ର ମୃତ  ।।

କନ୍ଧମାଳ,(କୋରାପୁଟ ପ୍ରଥମ ଖବର): ଗାଧୋଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଅନ୍ତର୍ଗତ ଗୁଞ୍ଜିଗାଁ ଅଞ୍ଚଳରେ । ଘଟଣା ପ୍ରକାରେ ସିର୍ତ୍ତିଗୁଡା ଗ୍ରାମର ବିନୋଦ ପ୍ରଧାନଙ୍କ ଆଠ ବର୍ଷର ପୁଅ ଶୁଭଜିତ ପ୍ରଧାନ ଗୁଞ୍ଜିଗାଁ ସ୍ଥିତ ନିଜ ମାମୁଁ ଘରକୁ ବୁଲିବାକୁ ଯାଇଥିଲେ । ଶୁକ୍ରବାର ସକାଳେ ଗାଁ ପିଲାଙ୍କ ସହ ସାଥି ହୋଇ ଗାଁ ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଅସାବଧାନତା କାରଣରୁ ପୋଖରୀରେ ବୁଡ଼ି ଶୁଭଜିତଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ପରିବାର ଲୋକେ ଖବରପାଇ ପୋଖରୀ ନିକଟରେ ପହଁଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଶୁଭଜିତଙ୍କୁ ଉଦ୍ଧାର କରି କ.ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି । ସିର୍ତ୍ତିଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀରେ ପଢୁଥିଲେ ଶୁଭଜିତ୍ । ବର୍ତ୍ତମାନ ସ୍କୁଲ୍ ଛୁଟି ଥିବା ଯୋଗୁଁ ସେ ମାମୁଁ ଘରକୁ ବୁଲିବାକୁ ଯାଇଥିଲେ । ଶୁଭଜିତଙ୍କ ମୃତ୍ୟୁ ଘଟଣାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେପଟେ ପୁଅକୁ ହରାଇ ବାପ,ମା'ଙ୍କ ଆଖିରୁ ଲୁହ ଶୁଖୁନି ।

କନ୍ଧମାଳ ଜିଲ୍ଲା ରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ