।। ଖରିଆର ରୋଡ ମିନି ଷ୍ଟାଡ଼ିୟମ ଠାରେ ୭୮ ତମ ସ୍ୱାଧୀନତା ଦିବସ ପାଳିତ ।।

Aug 16, 2024 - 20:41
Aug 16, 2024 - 20:42
 0  28
।। ଖରିଆର ରୋଡ ମିନି ଷ୍ଟାଡ଼ିୟମ ଠାରେ ୭୮ ତମ ସ୍ୱାଧୀନତା ଦିବସ ପାଳିତ ।।

ନୂଆପଡା : ନୂଆପଡା ଜ଼ିଲ୍ଲା ଅନ୍ତର୍ଗତ ଖରିଆର ରୋଡ ମିନି ଷ୍ଟାଡିୟମଠାରେ ୭୮ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି l ଉକ୍ତ ଅବସରରେ ମୁଖ୍ୟ ଅତିଥି ଭାବରେ ଖରିଆର ରୋଡ ନଗର ଅଧ୍ୟକ୍ଷା ଡ଼. ସୋନିୟା ଗୋଲଡି ଅଗ୍ରୱାଲ ମୁଖ୍ୟ ଅତିଥିଭାବରେ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି ଭାବରେ ନୂଆପଡା ବିଧ୍ୟାୟକ ରାଜେନ୍ଦ୍ର ଢୋଲକିଆ, ଖରିଆର ରୋଡ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ କମଳାସନ ରଥ, ଉପ ନଗରପାଳ ବଣ୍ଟି ଡାଗା, କଳାହାଣ୍ଡି ସାଂସଦ ପ୍ରତିନିଧି ଗୋଲଡି ଅଗ୍ରୱାଲ ପ୍ରମୁଖ ମଂଚାସୀନ ଥିଲେ l ସର୍ବ ପ୍ରଥମେ ନଗର ଅଧକ୍ଷା ଜାତୀୟ ପତାକା ଉତ୍ତୋଳନ କରିବା ସହ ମିଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥବାବେଳେ ନଗର ବାସୀଙ୍କୁ 78ତମ ସ୍ୱାଧୀନତା ଦିବସର ଶୁଭକାମନା ଜଣାଇବା ସହ ଏନଏସି ରେ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟ କିପରି ଚାଲିଛି ତାହା ନଗର ବାସୀଙ୍କୁ ସମ୍ବୋଧନ କରିଥିଲେ l ପରେ ଛାତ୍ରୀ ଛାତ୍ରୀ ମାନେ ପରେଡରେ ଭାଗନେଥିଲାବେଳେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲେ l ଏହି ପରିପ୍ରେକ୍ଷୀରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l କୁନି କୁନି ଛାତ୍ରଛାତ୍ରୀ ମାନେ ରେକଡିଂଙ୍ଗ ଡାନ୍ସ କରି ଦର୍ଶକମାନଙ୍କୁ ମନମୋହିଥିଲାବେଳ ଏହି କାର୍ଯ୍ୟକ୍ରମରେ ଏନଏସିର ସମସ୍ତ କର୍ମଚାରୀ ଏବଂ ନଗରବାସୀ ଉପସ୍ଥିତ ଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ