ଖରିଆର ରୋଡ ଜୋଂକ ଥାନା ଅଞ୍ଚଳରେ ଚୋରି ଘଟଣା 4 ଅଭିଯୁକ୍ତ ଗିରଫ

ନୂଆପଡା :(କୋରାପୁଟ ପ୍ରଥମ ଖବର) ନୂଆପଡା ଜ଼ିଲ୍ଲା ଖରିଆର ରୋଡ ଜୋଂକ ଥାନା ଅଞ୍ଚଳରେ ସାଇ ମନ୍ଦିର ଓ ସ୍କୁଲ ରୁ ଚୋରି ହୋଇଥିବା ଘଟଣାରେ ନୂଆପଡା ପୁଲିସ 4 ଜଣଙ୍କୁ ଗିରଫ କରି କୋୖର୍ଟ ଚାଲାଣ କରିଛି l ଏଥି ସହ ସେମାନଙ୍କଠୁ ଚୋରି ସାମଗ୍ରୀ ଉଦ୍ଧାର କରାଯାଇଥିବା ଏସ.ପି, ଜି.ଆର ରାଘବେନ୍ଦ୍ର ଖରିଆର ରୋଡ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ବିଳନୀରେ ସୂଚନା ଦେଇଛନ୍ତି l ପ୍ରକାଶ ଯେ, ଜୋଂକ ଥାନା ବଳଦl ଛକର ସାଇ ମନ୍ଦିରରୁ ଗତ 27 ତାରିଖ ଟଙ୍କl ସହ ବହୁ ସାମଗ୍ରୀ ଚୋରି ହୋଇଥିଲା ସେହିପରି 26 ତାରିଖ ମୁଣ୍ଡା ଗାଁ ୟୁପିସ୍କୁଲରୁ ବହୁ ରୋଷେଇ ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା l ଅନେଇ ଏସ.ପିଙ୍କ ନିର୍ଦେଶ କ୍ରମେ ଖରିଆର ରୋଡ ଥାନାଧିକାରୀ କୈଳାସ ସେଠି, ଲଖନା ଥାନାଧିକାରୀ ଗୁରୁଦେବ କର୍ମୀ, ଏସଆଇ ବବିତା ମହାଭୋଇ,ଜୋସ୍ମାରାନୀ ଖୁଣ୍ଟିଆ, ଅଶୋକ ବିହାରୀଙ୍କୁ ନେଇ ଗଠିତ ଟିମ ତଦନ୍ତ ଆରମ୍ଭ କରିଥିଲେ l ଘଟଣାରେ ସମ୍ପୃକ୍ତ ଜୋଙ୍କ ଥାନା ଖୁପେତରା ୱାର୍ଡ ନo-14ର, ଲାଲୁ ସତନାମୀ (33), ୱାର୍ଡ ନo-3 ହାଇସ୍କୁଲ ପଡ଼ାର ଆଶିଷ ଗହୀର (29), ୱାର୍ଡ ନo-4 ବଜାର ପଡ଼ାର ଅନୁରାଗ କୁମାର, (19), ଓ ୱାର୍ଡ ନo-4 ବଜାର ପଡ଼ାର ରାଜ ହଜାରେ (35) ଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଏକ ବାଇକ, 16ଟି କଂସା ଓ ପିତଳ ସାମଗ୍ରୀ, 3ଟି ଗ୍ୟାସ ସହ ସ୍କୁଲ ରୋଷେଇ ସାମଗ୍ରୀ ଉଦ୍ଧାର କରାଯlଇଛି l
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର
What's Your Reaction?






