ବାଲିଗୁଡାରେ ବାହୁଡା଼ ଯାତ୍ରା ପାଳିତ ; ୧୦ ହଜାରରୁ ଉର୍ଦ୍ଧ ଭକ୍ତ ଙ୍କ ସମାଗମ : ସୁଭଦ୍ରା ରଥକୁ ମହିଳା ମାନେ ଟାଣିଲେ

Jun 28, 2023 - 23:51
 0  10
ବାଲିଗୁଡାରେ ବାହୁଡା଼ ଯାତ୍ରା ପାଳିତ ; ୧୦ ହଜାରରୁ ଉର୍ଦ୍ଧ ଭକ୍ତ ଙ୍କ ସମାଗମ : ସୁଭଦ୍ରା ରଥକୁ ମହିଳା ମାନେ ଟାଣିଲେ

କନ୍ଧମାଳ,(କୋରାପୁଟ ପ୍ରଥମ ଖବର): କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଦିନ ତମାମ ସାମାନ୍ୟ ମେଘୁଆ ଓ ଖରା ପାଗ ମଧ୍ୟରେ ପବିତ୍ର ବାହୁଡା଼ ଯାତ୍ରା ବହୁ ଆଡ଼ମ୍ବର ସହ ପାଳିତ ହୋଇ ଯାଇଛି। ପୂର୍ବ ନିର୍ଘଣ୍ଟ ପ୍ରକାରେ ପ୍ରାତଃ ମଙ୍ଗଳ ଆଳତି ପରେ ମଇଲମ, ତଡପଲାଗି, ରୋଷ ହୋମ, ଅବକାଶ ଅନୁଷ୍ଠିତ ହୋଇଥିଲା।

ଏହାପରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଗୋପାଳ ବଲ୍ଲଭ ଓ ସକାଳ ଧୂପ, ଖେଚୁଡ଼ି ଭୋଗ ଓ ମଙ୍ଗଳାର୍ପଣ ପରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା,ଓ ଶ୍ରୀଜଗନ୍ନାଥଙ୍କର ପହଣ୍ଡି ବିଜେ କରି ତିନୋଟି ରଥରେ ରଥାରୁଢ଼ ପରେ ଅପରାହ୍ନରେ ରଥଟଣା ଆରମ୍ଭ ହୋଇଥିଲା। ବାଲିଗୁଡା ସମେତ ଆଖପାଖ ଅଞ୍ଚଳର ବିଭିନ୍ନ ବାଦ୍ୟ, ନୃତ୍ୟ,ଦଳ ଙ୍କ ନୃତ୍ୟରେ ସମଗ୍ର ପରିବେଶ ଭକ୍ତିମୟ ହୋଇ ଉଠିଥିଲା l ଏଥିରେ ୧୦ ହଜାରରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ ହୋଇଥିଲା l ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ତିନୋଟି ରଥ ଟଣାଯାଇଥିଲା, ହେଲେ ସୁଭଦ୍ରା ଙ୍କ ରଥକୁ କେବଳ ମହିଳା ମାନେ ହିଁ ଟାଣିଥିଲେ l ହଜାର ହଜାର ଭକ୍ତ ବହୁ ଆନନ୍ଦ ଓ ଉଲ୍ଲାସର ସହିତ ରଥ ଟାଣିଥିଲେ। ସନ୍ଧ୍ୟା ରେ ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ ସନ୍ଧ୍ୟା ଆଳତୀ କରାଯାଇଥିଲା। ମନ୍ଦିର ପରିଚାଳନା ଟ୍ରଷ୍ଟର ଟି. ଶ୍ରୀନିବାସ ରାଓ, ମଧୁ ସୂଦନ ଦାସ, ଜୀବାନନ୍ଦ ମହାରଣା, ସତ୍ୟ ନାରାୟଣ ପାଢ଼ୀ ଙ୍କ ସମେତ ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ରହି କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ। ଏହି ଅବସରରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ବିଭିନ୍ନ ଅନୁଷ୍ଠାନ ତରଫରୁ ପାନୀୟ ଜଳ, ପଣା ଓ ଭୋଗ ର ବ୍ୟବସ୍ଥା କରାଯାଇଥିଲା l ଆଇନ ଶୃଙ୍ଖଳା ପରିସ୍ଥିତି କୁ ଦୃଷ୍ଟିରେ ରଖି ବାଲିଗୁଡା ପୋଲିସ ବିଭାଗ ତରଫରୁ ସମଗ୍ର ସହରରେ କଡାକଡି ପାଟ୍ରୋଲିଂ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା l

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ