କିଶୋର ମହାନ୍ତି ଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକ
ଝାରସୁଗୁଡା,୩୦।୧୨(ଫାଷ୍ଟ ନ୍ୟୁଜ ଓଡିଶା): ଝାରସୁଗୁଡା ସହର ସ୍ଥିତ ମଙ୍ଗଳ ବଜାର ର ଅଡିଟରୀୟମ ଠାରେ କିଶୋର ମହାନ୍ତି ସ୍ମୁତି କମିଟି ଦ୍ୱାରା ମଙ୍ଗଳବାର ଅପରାହ୍ନ ୩ ଟା ସମୟ ରେ ପୂର୍ବତନ ବାଚସ୍ପତି, ଝାରସୁଗୁଡା, ବ୍ରଜରାଜନଗର ର ପୂର୍ବତନ ବିଧାୟକ କିଶୋର ମହାନ୍ତି ଙ୍କ ୪ ର୍ଥ ଶ୍ରାଦ୍ଧବାର୍ଷିକୀ ପାଳନ ହୋଇ ଯାଇଛି |ପ୍ରଥମେ ପୂର୍ବାହ୍ନ ୧୦ ଟା ସମୟ ରେ କିଶୋର ମହାନ୍ତି ସ୍ମୁତି କମିଟି ଓ ସ୍ବର୍ଗତ କିଶୋର ମହାନ୍ତି ଙ୍କ ସମର୍ଥକ, ସ୍ବର୍ଗତ ମହାନ୍ତି ଙ୍କ ପତ୍ନୀ ତଥା ବ୍ରଜରାଜନଗର ର ପୂର୍ବତନ ବିଧାୟିକା ଅଳକା ମହାନ୍ତି, ସ୍ବର୍ଗତ ମହାନ୍ତି ଙ୍କ ପୁତ୍ର ପୁରୁଷୋତ୍ତମପୁର ମହାନ୍ତି ପ୍ରମୁଖ ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୁ ଯାଇ ରୋଗୀ ମାନଙ୍କୁ ଫଳଏବଂ ମିଷ୍ଟାନ ବଣ୍ଟନ କରିଥିଲେ |ଏହାପରେ ପୂର୍ବାହ୍ନ ୧୧ ଟା ରେ କିଶୋର ମହାନ୍ତି ସ୍ମୁତି କମିଟି ପକ୍ଷ ରୁ ମଙ୍ଗଳବଜାର ଅଡିଟରୀୟମ ଠାରେ ଚକ୍ଷୁ ଚିକିତ୍ସା ଶିବିର କରାଯାଇଥିଲା ।ଏଥିରେ 2ଶହରୁ ଅଧିକ ରୋଗୀ ଙ୍କ ଚକ୍ଷୁ ପରୀକ୍ଷା ସହ ମାଗଣାରେ ଚଷମା ପ୍ରଦାନ କରାଯାଇଥିଲା।| ଅପରାହ୍ନ ୩ ଟା ରେ ସ୍ମୁତି କମିଟି ପକ୍ଷ ରୁ କିଶୋର ମହାନ୍ତି ଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ସାଂସଦ ରବି ପାଣି ମୁଖ୍ୟ ଅତିଥି ଭାବ ରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବ ରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଯୋଗଦେଇ କିଶୋର ମହାନ୍ତି ଆଧୁନିକ ଝାରସୁଗୁଡା ର ନିର୍ମାତା କହିଲେ ବିଧାୟକ ଟଂକଧର ତ୍ରିପାଠୀ।କିଶୋର ମହାନ୍ତି ଙ୍କ ପାଇଁ ଦେଶର ମାନଚିତ୍ର ରେ ଝାରସୁଗୁଡା ସ୍ଥାନିତ ହେବା ନୂଆ ପିଢୀ ପାଇଁ ଆଶୀର୍ବାଦ ସଦୃଶ ବୋଲି କହିବା ସହ କିଶୋର ଙ୍କ ସ୍ୱପ୍ନର ଝାରସୁଗୁଡା ନିର୍ମାଣ ର ଦାୟିତ୍ୱ ପୁରା କରିବାକୁ ବଦ୍ଧପରିକର ବୋଲି କହିଲେ ବିଧାୟକ ଟଂକଧର ତ୍ରିପାଠୀ। ରାଉରକେଲା ବିଧାୟକ ଶାରଦା ନାଏକ, ବ୍ରଜରାଜନଗର ର ପୂର୍ବତନ ବିଧାୟିକା ଅଳକା ମହାନ୍ତି ଙ୍କ ସହିତ ବହୁ ସ୍ଥାନୀୟ ନେତୃ ମଣ୍ଡଳୀ ଯୋଗ ଦେଇଥିଲେ |ମୁଖ୍ୟ ଅତିଥି ରବି ପାଣି କହିଥିଲେ ଯେ କିଶୋର ମହାନ୍ତି ଜଣେ ଉଦାର, ସ୍ନେହୀ ଏବଂ ସହିଷ୍ଣୁ ରାଜନେତା ଥିଲେ |ତାଙ୍କ ସହିତ ମୋର ଦୀର୍ଘ ୪୦ ବର୍ଷ ସମ୍ପର୍କ ରହିଥିଲା |ରାଜ୍ୟ ରାଜନୀତି ଓ ଝାରସୁଗୁଡା ରେ ତାଙ୍କ ଶୂନ୍ୟ ସ୍ଥାନ କେହି ପୂରଣ କରିପାରିବେ ନାହିଁ ବୋଲି କହିଛନ୍ତି |ବିଧାୟକ ତ୍ରିପାଠୀ ସ୍ବର୍ଗତ ମହାନ୍ତି ଙ୍କୁ ଝାରସୁଗୁଡା ଜିଲ୍ଲା ଗଠନ ର ମୁଖ୍ୟ ବିନ୍ଧାଣି ବୋଲି କହି, ମହାନ୍ତି ଙ୍କୁ ଝାରସୁଗୁଡା ଜିଲ୍ଲା ଗଠନ ର ମୁଖ୍ୟ ବିନ୍ଧାଣି ବୋଲି କହି, ସେ ଜିଲ୍ଲା ର ଜନସାଧାରଣ ଙ୍କ ହୃଦୟ କୁ ଜିତି ପାରିଥିଲେ ବୋଲି କହିବା ସହିତ ଝାରସୁଗୁଡା ଜିଲ୍ଲା ର ଉନ୍ନତି ପାଇଁ କିଶୋର ମହାନ୍ତି ଙ୍କ ଅବଦାନ ଅତୁଳନୀୟ ବୋଲି ମତ ପ୍ରକାଶ କରିଥିଲେ |ବିଧାୟକ ଶରଦା ନାଏକ ନିଜ ବକ୍ତବ୍ୟ ରେ କିଶୋର ବାବୁଙ୍କ ଭଳି ଉତ୍ତୁଙ୍ଗ ନେତୃତ୍ୱ ଖୁବ କମ ଦେଖିବାକୁ ମିଳିଥାଏ।ଯିଏ ନିଜ ଜୀବନରେ ମିଛ କହିବାକୁ ଭଲ ପାଉ ନଥିଲେ ଓ ସଚ୍ଚୋଟତା ତାଙ୍କର ସବୁଠାରୁ ବଡ଼ ପୁଞ୍ଜି ଥିଲା ବୋଲି କହିଥିଲେ।ବିଧାୟିକା ଅଳକା ମହାନ୍ତି କିଶୋର ବାବୁ ଆମ ମାନଙ୍କ ପାଇଁ ସବୁବେଳେ ଅମର ଏବଂ ଆମର ହୃଦୟ ରେ ରହିଛନ୍ତି ବୋଲି କହି ଭାବବିହ୍ଵଳ ହୋଇ ଯାଇଥିଲେ |କାର୍ଯ୍ୟକ୍ରମ ରେ ଏଲ ଏନ କଲେଜ ର ବର୍ଷାରାଣୀ ପ୍ରିୟଦର୍ଶିନୀ, ବ୍ରଜରାଜନଗର ମହିଳା କଲେଜ ଭାରତୀ ହାତୀ ଏବଂ ଝାରସୁଗୁଡା ମହିଳା ବିଦ୍ୟାଳୟ ର ମେଘା ପାଣ୍ଡେ କିଶୋର ମହାନ୍ତି ଙ୍କ ଜୀବନ ବିଷୟରେ କହିଥିଲେ ଏବଂ ଛାତ୍ରୀ ମାନଙ୍କୁ ସ୍ମୁତି କମିଟି ପକ୍ଷ ରୁ ପୁରସ୍କୃତ କରାଯାଇଥିଲା |ସୋନପୁର ଜିଲ୍ଲା ର ସୁବଳୟା ଟିକରପଡା ର ସମ୍ବଲପୁରୀ ବାନ୍ଧଶିଳ୍ପୀ ବୁଣାକାର ବିଶ୍ୱନାଥ ମେହେର ଙ୍କୁ ସ୍ମୁତି କମିଟି ତରଫରୁ ଅଳକା ମହାନ୍ତି, ବିଧାୟକ ଟଙ୍କଧର ତ୍ରିପାଠୀ କିଶୋର ମହାନ୍ତି ସ୍ମୁତି ସମ୍ମାନ ରେ ପୁରସ୍କୃତ କରିଥିଲେ |ଏହି ୪ ର୍ଥ ଶ୍ରାଦ୍ଧ ବାର୍ଷିକ ଉତ୍ସବ ରେ କିଶୋର ମହାନ୍ତି ଙ୍କ ସୁପୁତ୍ର ପୁରୁଷୋତ୍ତମ ମହାନ୍ତି ମଧ୍ୟ୍ୟ ଉପସ୍ଥିତ ଥିବା ବେଳେ ସ୍ମୁତି କମିଟି ର ସଭାପତି ମନୋରଞ୍ଜନ ମହାପାତ୍ର,ପ୍ରଶାନ୍ତ ମହାନ୍ତି, ତ୍ରିନାଥ ଗୁଆଳ, ତାପସ ରାୟ ଚୌଧୁରୀ, ହରିଶ ଗଣତ୍ରା, ସନ୍ଦୀପ ଆୱାସ୍ତି, ନଟୁ ସିଂ, ମଗ, ପି ରାମ ମୋହନ ରାଓ, ଝସକେତନ ସାହୁ, ଗୌତମ ପ୍ରଧାନ ପ୍ରମୁଖ ଙ୍କ ସହିତ ଦଳ ମତନିର୍ବିଶେଷରେ ଶତାଧିକ ସ୍ବର୍ଗତ କିଶୋର ମହାନ୍ତି ପ୍ରେମୀ ଉପସ୍ଥିତ ଥିଲେ |ମେହବୁବ ମେହେତାବ ସଭା ପରିଚାଳନା କରିଥିବା ବେଳେ ତପନ ବାରିକ ସ୍ୱାଗତ ଭାଷଣ ଦେଇଥିଲେ |ପ୍ରଶାନ୍ତ ମହାନ୍ତି ଧନ୍ୟବାଦ ଦେଇଥିଲେ।
ଝାରସୁଗୁଡା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା।
What's Your Reaction?
Like
2
Dislike
0
Love
0
Funny
0
Angry
0
Sad
0
Wow
0