।। କର୍ଲାପାଟ ଠାରେ ପଞ୍ଚାୟତ ସ୍ତରୀୟ ଆମ ଓଡିଶା, ନବୀନ ଓଡିଶା ସଚେତନ ଶିବିର ।।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ କର୍ଲାପାଟ ଠରେ ଅନୁଷ୍ଠିତ " ଆମ ଓଡିଶା ନବୀନ ଓଡ଼ିଶା "ର ପଞ୍ଚାୟତ ସ୍ତରୀୟ ସଚେତନ ଶିବିର ସରପଞ୍ଚ ଶ୍ରୀ ବିଶ୍ବନାଥ ମାଝୀଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀ ପ୍ରଦୀପ କୁମାର ଦିଶାରୀ, ମୁଖ୍ୟ ବକ୍ତା ମାଣିକ୍ୟ ଚନ୍ଦ୍ର ନାଏକ, ସମ୍ମାନିତ ଅତିଥି କିଆ ପଦର ସରପଞ୍ଚ ଲକ୍ଷ୍ମୀ ଧର ମାଝୀ, ଗୁଣୁପୁର ସରପଞ୍ଚ ସୁଜାତା ମାଝୀ, ଥୁଆମୂଳ ସରପଞ୍ଚ ବଳଭଦ୍ର ଯାନୀ, କପିଳାସ ନାଏକ, ଗୋବିନ୍ଦ ବାଣୁଆ, ସମିତି ସଭ୍ଯ ଶିବ ମାଝୀ, ନାଏବ ସରପଞ୍ଚ ଜନମିନୀ ମାଝୀ, ନୋଡାଲ ଅଫିସର ମଳୟ ସତପଥୀ, ଯୁବ ସାମ୍ବାଦିକ ରବି ନାରାୟଣ ସିଂ, ସୁଶାନ୍ତ ମାଝୀ, ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଗ୍ରାମ ରୋଜଗାର ସେବକ ସରୋଜ ମୁଣ୍ଡଛିନା ମଞ୍ଚ ପରିଚାଳନା କରିଥିଲେ। ଦିଲୀପ କୁମାର ସାହୁ ଶିବିରକୁ ଆୟୋଜନକରିଥିଲେ। ପଞ୍ଚାୟତ ର ସମସ୍ତ ଓ୍ବାର୍ଡ ମେମ୍ବର, ମହେଶ୍ୱର ମାଝୀ, ମିତ୍ରଜିତ ସିଂ ଯୋଗାଣ ସହାୟକ କୃଷ୍ଣ ଦଳାଇ, ଦୀପକ କୁମାର ପୂଜାରୀ, ଅନଙ୍ଗ ନାୟକ ସହଯୋଗ କରିଥିଲେ। ମୁଖ ଅତିଥି, ମୁଖ୍ୟ ବକ୍ତା, ସମ୍ମାନିତ ଅତିଥି ମାନେ ଯୋଗଦେଇ ଆମ ଓଡିଶା ନବୀନ ଓଡିର ସଚେତନ ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଉପରେ ତାଙ୍କ ବକ୍ତବ୍ୟ ରେ ପୁଙ୍ଖାନୁପୁଙ୍ଖ ଭାବରେ ଉପସ୍ଥିତ ଲୋକଙ୍କୁ ସଚେତନତା ସୃଷ୍ଟି କରିଥିଲେ। ବିଭିନ୍ନ ବିଭାଗର ଷ୍ଟଲ ମଧ୍ଯ ଖୋଲାଯାଇ ଲୋକଙ୍କ ସଚେତନ ସୃଷ୍ଟି କରାଯାଇଥିଲା। ଏହି ଅବସରରେ ସଚେତନତା ସୃଷ୍ଟି କରିବା ନେଇ କଳାକାର ମାନଙ୍କ ଦ୍ବାରା ବିଭିନ୍ନ ନୃତ୍ଯ ପରିବେଷଣ କରିଥିଲେ।
କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର
What's Your Reaction?






