ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ଙ୍କ ଅନିୟମିତତା ଉପରେ ସରକାରଙ୍କ ଦୃଷ୍ଟି ପଡ଼ିବ କେବେ

Jun 30, 2025 - 10:21
 0  24
ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ଙ୍କ ଅନିୟମିତତା ଉପରେ ସରକାରଙ୍କ ଦୃଷ୍ଟି  ପଡ଼ିବ କେବେ

କଳାହାଣ୍ଡି :୦୧/୦୭/୨୫(ଫାଷ୍ଟ ନ୍ୟୁଜ୍ ଓଡ଼ିଶା):-ଗ୍ରାମ୍ୟ ଉନ୍ନୟନ ବିଭାଗର ଅନିୟମିତତା କାର୍ଯ୍ୟ କୁ ନେଇ ଅଞ୍ଚଳବାସୀ ଙ୍କ ଅଭିଯୋଗ ସାମ୍ନା କୁ ଆସିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଅନ୍ତର୍ଗତ ଧନସୁଲି ଗ୍ରାମ ପଞ୍ଚାୟତ ଏବଂ ହୀରାପୁର ଗ୍ରାମପଞ୍ଚାୟତ କୁ ସଂଯୋଗ କରୁଥିବା RD ବିଭାଗ ର ସେତୁ ନିର୍ମାଣ ଠକୁ ନେଇ। ହୀରାପୁର ଠାରୁ ସାନକର୍ଲାକୋଟ କୁ ସଂଯୋଗ କରୁଥିବା ସେତୁ ନିର୍ମାଣ ରେ କୌଣସି ବିଭାଗୀୟ ଅଧିକାରୀ ଅନୁପସ୍ଥିତ ଥିବା ସମୟରେ ଠିକାଦାର ବଣ୍ଟି ଅଗ୍ରୱାଲ ମନଇଚ୍ଛା କାର୍ଯ୍ୟ କରିଆସୁଥିବା ଅଞ୍ଚଳବାସୀ ଙ୍କ ଅଭିଯୋଗ ହଉଛି। ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ରୁ ତରୁଣ କୁମାର ନାଏକ ନାମକ ଯନ୍ତ୍ରୀ ଙ୍କ ଦ୍ଵାରା କାର୍ଯ୍ୟ ଦୃଷ୍ଟି ଗୋଚର ଥିବା ବେଳେ କାମ ଚାଲିଥିବା ସମୟରେ ଦିନେ ହେଲେ କୌଣସି ବିଭାଗୀୟ ଅଧିକାରୀ ଉପସ୍ଥିତ ରହୁ ନଥିବା ଅଭିଯୋଗ ହୋଇଛି ।ଧନସୁଲି ଓ ହୀରାପୁର ପଞ୍ଚାୟତକୁ ସଂଯୋଗ କରିବା ପାଇଁ ଯୋଜନାଗତ ଭାବେ ଏକ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲେ ମଧ୍ୟ, ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟ ଶେଷ ହୋଇପାରିନାହିଁ। କିନ୍ତୁ ବର୍ତ୍ତମାନ ବେଳେ କାମ ବନ୍ଦ ରହିଛି ।ସ୍ଥାନୀୟ ଲୋକଙ୍କ ଅନୁଯାୟୀ, ଏହି ସେତୁର କାର୍ଯ୍ୟ ନିମ୍ନ ଗୁଣମାନରେ ଚାଲିଛି ଏବଂ ସମ୍ପୂର୍ଣ୍ଣ ନିର୍ମାଣ ନୀତିକୁ ଅନୁସରଣ କରାଯାଉନାହିଁ। ସେତୁ ପାଖରେ ଯାତାୟାତ ସୁବିଧା ପାଇଁ କୌଣସି ବାଏପାସ୍‌ ରାସ୍ତା ମଧ୍ୟ ତିଆରି ହୋଇନାହିଁ, କାରଣ ସରକାର ଙ୍କ ଗେଲ୍ଲା ପୁଅ ବୋଲାଉ ଥିବା ଯନ୍ତ୍ରୀ ତରୁଣ କୁମାର ନାଏକ ଏବଂ ନାମିଦାମୀ A -class ଠିକାଦାର ବଣ୍ଟି ଅଗ୍ରୱାଲ ଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ସ୍ଥାନୀୟ ଛାତ୍ର ଛାତ୍ରୀ ଙ୍କ ବିଦ୍ୟାଳୟ ଯାତାୟତ ତଥା ଅଞ୍ଚଳ ବାସୀ ଦୁଃଖ ଭୋଗୁଛନ୍ତି ।ଉପାନ୍ତ ଅଞ୍ଚଳ ହେବା ସତ୍ତ୍ୱେ, କାର୍ଯ୍ୟ କାମ ବାବଦ ରେ ନେଇ ଠିକାଦାର କୁ ପଚାରିଲେ ଆମ ଇଛା ଆମକୁ ଯେଉଁଟା ଭଲ ଲାଗିବ ସେଇଟା କରିବୁ ତମେ କହିବା ଲୋକ କିଏ ବୋଲି ଧମକ ଦେଉଛନ୍ତି।ଏହାକୁ ନେଇ ସ୍ଥାନୀୟ ଲୋକମାନେ ଆକ୍ରୋଶ ଜଣାଇଛନ୍ତି ଏବଂ ଜନସାଧାରଣ ମଧ୍ୟରେ ଚରମ ଅସନ୍ତୋଷ ସୃଷ୍ଟି ହୋଇଛି।ତା ମାନେ ଏଥିରୁ ସ୍ପଷ୍ଟ ହିସାବରେ ଯଣାପଡୁଛି ଯେ RD ବିଭାଗୀୟ ଯନ୍ତ୍ରୀ ତରୁଣ କୁମାର ନାଏକ ଏବଂ ଠିକାଦାର ବଣ୍ଟି ଅଗ୍ରୱାଲ ମିଶି କେତେ ଦୁର୍ନୀତି କରିଛନ୍ତି ବୋଲି।ଆଦିବାସୀ ଅଧୁଷିତ ଉପାନ୍ତ ଅଞ୍ଚଳ ହୋଇଥିବା ଯୋଗୁଁ କାର୍ୟ୍ଯ ଆଠ ଦିନ ଛାଡି ପନ୍ଦର ଦିନ ଛାଡି କାମ ହେଉଛି ଏବଂ ସରକାରୀ ଯନ୍ତ୍ରୀ ମାନଙ୍କ ଅନୁପସ୍ଥିତି ରେ କାମ ଚାଲିଥିବା ଅଭିେଯାଗ ମଧ୍ଯ ଉଠିଛି। ତେଣୁ ଅଞ୍ଚଲ ବାସି ମୋହନ ସରକାର ଙ୍କୁ ନିବେଦନ କରିଛନ୍ତି କି ଏହି ସାଧାସିଧା ଦୁର୍ଗମ ଅଞ୍ଚଳ ଆଦିବାସୀ ମାନଙ୍କ ଗୁହାରି କୁ ଦ୍ରୁଷ୍ଟି ଦେବେ ନା ମୋତେ ଯେତେ ମାଠିବୁ ମାଠ ମୁଁ ସେହି ଦରପୋଡା କାଠ ସଦୃଶ ହୋଇ ଠିକାଦାର ଯନ୍ତ୍ରୀ ଙ୍କ ସହ ହାତ ବାରିଷି କରି ଭାଲୁ ନାଲା ଭିତର କୁ ଠେଲି ଦେବେ ତାହା ଦେଖିବାକୁ ବାକି ରହିଲା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ