ଓଡିଶା ସାହିତ୍ୟ ଏକାଡ଼େମୀ ସ୍ଵନକ୍ଷତ୍ର ଦିବସ ପାଳନ ଉପଲକ୍ଷେ ନୂଆପଡ଼ାରେ ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

Jul 6, 2025 - 20:41
 0  1
ଓଡିଶା ସାହିତ୍ୟ ଏକାଡ଼େମୀ ସ୍ଵନକ୍ଷତ୍ର ଦିବସ ପାଳନ ଉପଲକ୍ଷେ ନୂଆପଡ଼ାରେ ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

ନୂଆପଡ଼ା : ଓଡିଶା ସାହିତ୍ୟ ଏକାଡ଼େମୀର ସ୍ଵନକ୍ଷତ୍ର ଦିବସ ପାଳନ ଉପଲକ୍ଷେ ନୂଆପଡ଼ା ରେ ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ସ୍ଥାନୀୟ ପି.ଏମ୍. ଶ୍ରୀ. ନେସନାଲ ସରକାରୀ ଉଚ୍ଚ ବିଦ୍ୟାଳୟ, ରେ ଆୟୋଜିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ, ନୂଆପଡ଼ା ଓ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ନୂଆପଡ଼ାର ମିଳିତ ଆନୁକୁଲ୍ୟରେ ଆୟୋଜିତ ପ୍ରତିଯୋଗିତା ଗୁଡିକରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ୧୨୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଓଡିଆ ବକୃତାର ବରିଷ୍ଠ ବର୍ଗରେ ସ୍ଥାନୀୟ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର ବିଶ୍ଵଜିତ ପଣ୍ଡା ଓ କନିଷ୍ଠ ବର୍ଗରେ ସପ୍ତମ ଶ୍ରେଣୀ ଛାତ୍ରୀ ସରସ୍ଵତୀ କେଉଁଟ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରକୁ ମନୋନୀତ ହୋଇଛନ୍ତି । କବିତା ଆବୃତ୍ତିର ବରିଷ୍ଠ ବର୍ଗରେ ସରକାରୀ ଉଚ୍ଚ ବିଦ୍ୟାଳୟ, ମାଗୁରପାଣିର ଦଶମ ଶ୍ରେଣୀ ଛାତ୍ରୀ ଡୋମେଶ୍ଵରୀ ସାହୁ ଓ କନିଷ୍ଠ ବର୍ଗରେ ସ୍ଥାନୀୟ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ନିଶି ମାଝୀ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସାଧାରଣ ଜ୍ଞାନ ବରିଷ୍ଠ ବର୍ଗରେ ସରକାରୀ ଉଚ୍ଚ ବିଦ୍ୟାଳୟ, ମାଗୁରପାଣିର ପ୍ରିୟଙ୍କା ରଥ ଓ କନିଷ୍ଠ ବର୍ଗରେ ସ୍ଥାନୀୟ ବିଦ୍ୟାଳୟର ଲଲିତା ସାହୁ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଠିକ ସେହିପରି ପ୍ରବନ୍ଧ ଲିଖନରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଖରିଆର ରୋଡ଼ର ଚଞ୍ଚଳ ସହିସ୍ ବରିଷ୍ଠ ବର୍ଗରେ ଓ ଅଂଶିକା ନନ୍ଦ କନିଷ୍ଠ ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରି ଗୌରବ ଅର୍ଜନ କରିଛନ୍ତି । ପ୍ରକାଶଥାଉକି ଯେ ପ୍ରଥମ ସ୍ଥାନ ଅଧିକାର କରିଥିବା କନିଷ୍ଠ ବର୍ଗର କୃତୀ ପ୍ରତିଯୋଗୀମାନେ ତା:୧୩.୦୭.୨୦୨୫ରିଖ ଦିନ ଏବଂ ବରିଷ୍ଠ ବର୍ଗର କୃତୀ ପ୍ରତିଯୋଗୀମାନେ ତା୨୦.୦୭.୨୦୨୫ରିଖ ଦିନ ଉତ୍କଳ ସଂଗୀତ ମହାବିଦ୍ୟାଳୟ, ଭୁବନେଶ୍ଵର ଠାରେ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତରେ ନୂଆପଡ଼ା ଜିଲ୍ଲାର ପ୍ରତିନିଧିତ୍ଵ କରିବେ । ପରିଶେଷରେ କୃତୀ ପ୍ରତିଯୋଗୀଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ, ନୂଆପଡ଼ା କରୁଣାକର ଭୂଏ, ଜିଲ୍ଲା ବିଜ୍ଞାନ ନିରିକ୍ଷକ ଗିରିଧାରୀ ସା, ଚୁଲାଭାଟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରବୋଧ ହୋତା, ଦର୍ଲିମୁଣ୍ଡା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ରାଧେଶ୍ୟାମ ଶାହା ଓ କେଂଦୁବାହାରା ଉଚ୍ଚ ବିଦ୍ୟାଳୟର ଶିକ୍ଷକ କିଶୋର ଚନ୍ଦ୍ର ପ୍ରଧାନ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଫାଲଗୁନୀ ସାହୁ, ପ୍ରଦୀପ କୁମାର ଭୋଇ, ଗୋପାଳ ଭାବତୋଷ ଦାଶ, ଚନ୍ଦ୍ର କୁମାର ସାହୁ, ଦିନେଶ ପଟେଲ ଓ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟର ରାକେଶ କୁମାର ହୋତା ପ୍ରମୁଖ ସହଯୋଗ କରିଥିଲେ ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ