ନୂଆପଡ଼ା ଜିଲ୍ଲାର ସମସ୍ତ ଓ.ଏ.ଏସ.ଓ ଓ ଆର ଏସ ଅଧିକାରୀ ପ୍ରତିବାଦ ସ୍ଵରୂପ ସାମୁହିକ ଛୁଟିରେ ରହିଲେ

Jul 1, 2025 - 21:54
 0  4
ନୂଆପଡ଼ା ଜିଲ୍ଲାର ସମସ୍ତ ଓ.ଏ.ଏସ.ଓ  ଓ ଆର ଏସ ଅଧିକାରୀ ପ୍ରତିବାଦ ସ୍ଵରୂପ ସାମୁହିକ ଛୁଟିରେ ରହିଲେ

ନୂଆପଡ଼ା : ବି ଏମ ସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣର ପ୍ରତିବାଦରେ ନୂଆପଡ଼ା ଜିଲ୍ଲାର ସମସ୍ତ ଓ ଏ ଏସ ଏବଂ ଓ ଆର ଏସ ଅଧିକାରୀ ସାମୁହିକ ଛୁଟିରେ ଯିବା ପାଇଁ ଜିଲ୍ଲାପାଳ ନୂଆପଡ଼ା ମଧୁସୂଦନ ଦାଶଙ୍କୁ ଆବେଦନ କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ , ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ଓ ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ ପ୍ରମୁଖ ଙ୍କ ନେତୃତ୍ବ ରେ ଜିଲ୍ଲା ମୁଖ୍ୟାଳୟରେ ତଥା ସମସ୍ତ ବ୍ଲକ ଓ ତହସିଲ କାର୍ଯାଳୟ ର ବିଡିଓ , ତହସିଲଦାର ଏବଂ ସମସ୍ତ ଓ ଏ ସ ଓ ଓ ଆର ଏସ ଅଧିକାରୀ ଆଜି ଜିଲ୍ଲାପାଳଙ୍କୁ ତାଙ୍କ ପ୍ରକୋଷ୍ଠ ରେ ଭେଟି ସେମାନଙ୍କର ଅସନ୍ତୋଷକୁ ରାଜ୍ୟ ସରକାରଙ୍କୁ ଜଣାଇବା ପାଇଁ ଏହି ସମସ୍ୟାର ସମ୍ମାନଜନକ ସମାଧାନ ହେବା ପର୍ଯ୍ଯନ୍ତ ଅନିର୍ଦ୍ଦିଷ୍ଟ କାଳ ପର୍ଯନ୍ତ ସାମୁହିକ ଛୁଟିରେ ରହିବା ପାଇଁ ଆବେଦନ କରିଛନ୍ତି । ଏହି ଅଧିକାରୀ ମାନଙ୍କୁ ଜିଲ୍ଲାର ବିଭିନ୍ନ ଜିଲ୍ଳା ସ୍ତରୀୟ ଅଧିକାରୀ ଏବଂ କର୍ମଚାରୀ ସଂଗଠନ ସମର୍ଥନ ଜଣାଇଛନ୍ତି l ପ୍ରଶାସନିକ ଅଧିକାରୀମାନଙ୍କ ଏହି ସାମୁହିକ ଛୁଟି ପାଇଁ ଜିଲ୍ଲାର ଦୈନନ୍ଦିନ କାର୍ଯ୍ଯ ତଥା ପ୍ରଶାସନିକ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବା ଆଶଙ୍କା ସୃଷ୍ଟି ହୋଇଛି ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ