କୋରାପୁଟ ଜିଲ୍ଲା ୟୁନାଇଡେ ପାଷ୍ଟର୍ସ ଫେଲୋସିପ୍ ଖ୍ରୀଷ୍ଟିଆନ ମାନଙ୍କ ସୁରକ୍ଷା ନିମନ୍ତେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ

Jul 3, 2025 - 17:42
 0  11
କୋରାପୁଟ ଜିଲ୍ଲା  ୟୁନାଇଡେ ପାଷ୍ଟର୍ସ ଫେଲୋସିପ୍ ଖ୍ରୀଷ୍ଟିଆନ ମାନଙ୍କ ସୁରକ୍ଷା ନିମନ୍ତେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ

କୋରାପୁଟ; ୩/୦୭/୨୦୨୫ କୋରାପୁଟ ଜିଲ୍ଲା ୟୁନାଇଡେ ପାଷ୍ଟର୍ସ ଫେଲୋସିପ୍ କୋରାପୁଟ ଜିଲ୍ଲା ଆନୁକୂଲ୍ୟରେ ଜାତୀୟ ଖ୍ରୀଷ୍ଟୟନ୍ ଦିବସ ଉପଲକ୍ଷେ ଓଡିଶା ରାଜ୍ୟର ବିଭିନ୍ନ ଜିଲ୍ଲା ଗୁଡିକରେ ଘଟିଯାଇଥିବା ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଓ ରାଜ୍ୟର ଖ୍ରୀଷ୍ଟିଆନ ମାନଙ୍କ ସୁରକ୍ଷା ନିମନ୍ତେ ଆଜି କୋରାପୁଟ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସଭାପତି ରେଭ୍ ଦାନିଏଲ ଖରା ସମ୍ପାଦକ ରେଭ୍ ସୁନିଲ କ୍ଷତ୍ରୀୟ ଙ୍କ ନେତୃତ୍ୱରେ ଜିଲ୍ଲାର ବିଭିନ୍ନ ବ୍ଲକ ମୁନ୍ସିପାଲଟରୁ ପ୍ରତିନିଧି ଗଣ ଏକତ୍ରିତ କୋରାପୁଟ ଜିଲ୍ଲାର ବନ୍ଧୁଗାଁ ବ୍ଲକ ଅଣ୍ଟାମେଡାର ଗାଁ ଚାରି ନିରୀହ ପରିବାର ଙ୍କ ଘର ଭାଙ୍ଗି ଗାଁ ରୁ ତଡି ଦେବା ଓ ମାଲକାନଗିରି ଜିଲ୍ଲାର ତିରିଶ ଜଣ ଙ୍କ ଧର୍ମ କୁ ଆକ୍ଷେପ କରି ତାଙ୍କୁ ମରଣାନ୍ତକ ଆକ୍ରମଣ କରିବା ।

ସେହିପରି ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲା ଗୁଡିକ ରେ ଧର୍ମାନ୍ତରୀକରଣ ନା ରେ ମିଥ୍ୟାଆରୋପ କରି ଗ୍ରୂହ ପ୍ରାର୍ଥନା ଓ ଘରେ ବାଇବଲ ରଖିବା ବିରୋଧ କରୁଛନ୍ତି ଏବଂ ସ୍ଥାନେ, ସ୍ଥାନେ ଆକ୍ରମଣର ମିଥ୍ଯା କେଶ ର ଶିକାର ହେଉଛନ୍ତି ଏଣୁ ଏହିସବୁ ବିଷୟରେ ସରକାରଙ୍କ ଠାରେ ସୁରକ୍ଷା ନିମନ୍ତେ ଅନୁରୋଧ କରିଛନ୍ତି ଏଥିରେ କୋରାପୁଟ ଜିଲ୍ଲାର ବିସପ୍ ରାଜେଶ ପାତ୍ର ଫେଲୋସିପ ର ଉପଦେଷ୍ଟା ରେଭ୍ ଆଇ.ଡି ସୁନା,ପାଳକ ସୁନିଲ ଖିଲ, ପାଳକ ସନ୍ଜୟ କୁମାର ଡ଼ଙ୍ଗିରି ପାଳକ ଜଗତ ହିଆଲ, ପାଲକ୍ ବିପୁଳ ତାକ୍ରି,ନିରର୍ଜନ ବାଘ,ଅଜିତ ଟାକ୍ରି ,ଏ ଗିଦ୍ଦିୟୋନ ଓ ଭାଇ ଆଶିଷ ବାବୁ ପ୍ରମୁଖ ଉପସ୍ଥିତ ରହିଥିଲେ ।

 କୋରାପୁଟ ରୁ ରୂପ ଖରା ଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ