ହରିବଳଦେବ ଜୀଉ ଘୋଷଯାତ୍ରା ଉପଦେଷ୍ଟା କମିଟି ପକ୍ଷରୁ ସମୂହ ପ୍ରସାଦ ବଣ୍ଟନ ଶେଷ ଦିବସ

Jul 5, 2025 - 22:11
 0  8
ହରିବଳଦେବ ଜୀଉ ଘୋଷଯାତ୍ରା ଉପଦେଷ୍ଟା କମିଟି ପକ୍ଷରୁ ସମୂହ ପ୍ରସାଦ  ବଣ୍ଟନ ଶେଷ ଦିବସ

ବାରିପଦା: ତା ୦୫-୦୭-୨୦୨୫ ରିଖ ଆଜି ପବିତ୍ର ରଥଯାତ୍ରା ଉପଲକ୍ଷେ ଶ୍ରୀ ଶ୍ରୀ ହରିବଳଦେବ ଜୀଉ ଘୋଷ ଯାତ୍ରା ଉପଦେଷ୍ଟା କମିଟି ତରଫରୁ ଜୁନ ୩୦ ତାରିଖ ରୁ ଆରମ୍ଭ ହୋଇଥିବା ସମୂହ ପ୍ରସାଦ ବଣ୍ଟନର କାର୍ଯ୍ୟକ୍ରମ ଆଜି ଶେଷ ହୋଇଛି।ଏଥିରେ କ୍ରମାଗତ ଭାବେ ୬ ଦିନ ବ୍ୟାପି ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଶହ ଶହ ସଂଖ୍ୟାରେ ଭକ୍ତ, ଶ୍ରଦ୍ଧାଳୁ ଓ ସାଧାରଣ ଜନତା ଏକତ୍ରିତ ହୋଇ ମହାପ୍ରଭୁଙ୍କ ଦିବ୍ୟ ପ୍ରସାଦ ସେବନର ସୁଯୋଗ ପାଇଥିଲେ ଏବଂ ଭକ୍ତ-ଶ୍ରଦ୍ଧାଳୁ ଆବାଳ ବୃଦ୍ଧ ବନିତାଙ୍କ ସମୂହ ପ୍ରସାଦ ସେବନ, ପରିବେଶକୁ କିଛି କ୍ଷଣ ପାଇଁ ଆନନ୍ଦ ବଜାରରେ ପରିଣତ କରିଥଲା। ପୁରୀର ସୁପକାର ମାନଙ୍କ ଦ୍ୱାରା ରନ୍ଧନ ହୋଇ ପ୍ରସ୍ତୁତ ହୋଇଥିବା ସୁସ୍ୱାଦୁ ଦିବ୍ୟ ପ୍ରସାଦ ପାଇ ଭକ୍ତ ଓ ଶ୍ରଦ୍ଧାଳୁ ନିଜକୁ କୃତାର୍ଥ ମନେ କରିଥିଲେ। ଏହି ପ୍ରସାଦ ବଣ୍ଟନ ପବିତ୍ର କାର୍ଯ୍ୟ ପାଇଁ ବିଭିନ୍ନ ବଦାନ୍ୟ ବ୍ୟକ୍ତିବିଶେଷ ଅକୁଣ୍ଠିତ ଚିତ୍ତରେ ସେବା ପ୍ରଦାନ କରିଛନ୍ତି। ସମୂହ ପ୍ରସାଦ ସେବନ ଅବସରରେ ଆଜି ଅତିଥି ଭାବେ ବାରିପଦା ଉପଜିଲ୍ଲାପାଳ ଡ. ଦୟାସିନ୍ଧୁ ପରିଡା ଓ ନଗରପାଳ ଶ୍ରୀ କୃଷ୍ଣାନନ୍ଦ ମହାନ୍ତି ଯୋଗ ଦେଇ ୨୦ ଜଣ ସଫେଇ କର୍ମଚାରୀଙ୍କୁ ସେମାନଙ୍କ ନିସ୍ଵାର୍ଥପର ସେବା ପ୍ରଦାନ ପାଇଁ ସମ୍ବର୍ଦ୍ଧିତ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀ ସୁଦାମ ମାରାଣ୍ଡି, ଉପଦେଷ୍ଟା କମିଟି ସଦସ୍ୟ କଳିଙ୍ଗ କେଶରୀ ଜେନା, ବିପ୍ଳବ ବୁଗୁଡେଇ, ଅମିତାଭ ସାହୁ, ଗୌରବ ମୋଦୀ, ବବି ରାଉତ,ଅମର ସେଠୀ, ସତ୍ୟଜିତ ସୋମ, ମୁକେଶ ଶର୍ମା, ସନ୍ତୋଷ ଖଣ୍ଡେଲୱାଲ, ଅଭିଷେକ ବେହେରା, ରାକେଶ ବେହେରା, ବିଦୁରାଜ ସୋରେନ, ସମୀର ଦେ, ଅରୁଣ ବରଦ, କାଶୀନାଥ ରଣା, ସୁବ୍ରତ ମୁଖି କାହ୍ନୁ ମହାନ୍ତି, ସନୁ ରାମ, ସରୋଜ ଶତପଥି, ନିମାଇଁ ତ୍ରିପାଠୀ, ଶିବୁ ରଣା, ଦିନେଶ ଅଗ୍ରୱାଲ, ସଂଜୀବ ଦ୍ବିବେଦୀ, ଶୁଭେନ୍ଦୁ ସାହୁ, ମୁନା ଦାଣ୍ଡପାଟ, ସରୋଜ ମହାପାତ୍ର, ରବୀନ୍ଦ୍ର ଦାସ, ବିକ୍ରମ ଜେନା, ପ୍ରସନ୍ନ ମହାପାତ୍ର, ମନୋଜ କୁମାର ଦାସ, ଅମିତ କୁମାରଓ ରାଜେଶ କୁମାର ଦାସ ପ୍ରମୁଖ ପ୍ରସାଦ ବଣ୍ଟନ କାର୍ଯ୍ୟରେ ସହଯୋଗ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ