।। କଠିନ ପରିଶ୍ରମ ହିଁ ସଫଳତା ର ଚାବିକାଠି ।।

Feb 2, 2024 - 21:56
 0  17
।। କଠିନ ପରିଶ୍ରମ ହିଁ ସଫଳତା ର ଚାବିକାଠି ।।

ନୂଆପଡା- ସାରା ଓଡ଼ିଶାରେ ଯୁବ-ଓଡିଶା ନବିନ ଓଡିଶାର ସ୍ୱର ପ୍ରଭାହିତ ହେଉଛି । ଏହି କ୍ରମରେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ନୂଆପଡା ଗସ୍ତରେ ଆସି ନୂଆ-ଓ ଫେଷ୍ଟ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି l ଏହି ଅବସରରେ ଜିଲ୍ଲାର ପ୍ରାୟ ସମସ୍ତ ମହାବିଦ୍ୟାଳୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ । ଏହା ଏକ ସଂପୂର୍ଣ୍ନ ସରକାରୀ କାର୍ଯ୍ୟକ୍ରମ ଥିଲା । ଏଥିରେ ଜିଲ୍ଲାପାଳ ହେମକାନ୍ତ ସାୟ ଓ ଆରକ୍ଷୀ ଅଧିକ୍ଷକ ଗୁଣ୍ଡାଲା ରେଡ଼ୀ ରାଘେବେନ୍ଦ୍ର ସମ୍ପୁର୍ଣ କାର୍ଯ୍ୟକ୍ରମର ପରିଚାଳନା କରୁଥିଲେ l ଏହି ଅବସରରେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଯୋଗ ଦେଇ ଛାଡୁଛାତ୍ରୀ ମାନଙ୍କୁ କଠିନ ପରିଶ୍ରମ ହିଁ ସଫଳତାର ଚାବି କାଠି ବୋଲି କହିବା ସହ ବିଶ୍ବ କପ ସମୟରେ ସେ ମାହାନ ଖେଳାଳି କ୍ରିକେଟର ବାଦଶାହା ସଚିନ ତେନ୍ଦୁଲକର ଙ୍କୁ ତାଙ୍କ ସଫଳତାର ରହସ୍ୟ ପଚାରିବାରୁ ସେ କଠିନ ପରିଶ୍ରମ ର ଫଳ ବୋଲି କହିଥିବା ମଧ୍ୟ ଛାଡୁଛାତ୍ରୀମାନଙ୍କ ସମ୍ମୁଖରେ କହିଥିଲେ । ସେହିପରି ଦୈନିକ ଏକ ଘଣ୍ଟାରୁ କମ ସମୟ ପାଇଁ ସୋସିଆଲ ମିଡିଆରେ ଯୋଡି ହେବାକୁ ଆହ୍ୱାନ ଦେବା ସହ ଦୈନିକ ଅଧା ଘଣ୍ଟା ଶାରିରିକ ବ୍ୟାୟମ କରିବାପାଇଁ କହିଥିଲେ । ସେହିପରି ନୂଆପଡା ର ଛାତ୍ରଛାତ୍ରୀ ମାନେ କିପରି କଟକ ଭୁବନେଶ୍ୱର ଛାତ୍ରଛାତ୍ରୀ ମାନଙ୍କ ପରି ସମସ୍ତ ସୁବିଧା ପାଇ ପାରିବେ ସେଥିପାଇଁ ଓଡିଶାର ଜନପ୍ରିୟ ମୁଖ୍ୟ ମନ୍ତ୍ରୀ ୩୦ କୋଟି ଟଙ୍କା ବ୍ୟୟରେ ଜିଲ୍ଲାର ସମସ୍ତ ସରକାରି ଏଡେଡ଼ କଲେଜ ମାଧ୍ୟମିକ ବିଦ୍ୟାଳୟ ମାନଙ୍କର ରୂପାନ୍ତରଣ କାର୍ଯ୍ୟ ଜାରି ରଖିଛନ୍ତି ଯାହାକି ଫେବୃୟାରୀ ମଧ୍ୟରେ ସରିବ ବୋଲି କହିଥିଲେ । ଏହି ରୂପାନ୍ତରଣ କାର୍ଯ୍ୟ ସରିଲେ ଛାତ୍ର ଛାତ୍ରୀମାନେ ସ୍ମାର୍ଟ ଶ୍ରେଣୀ, ଗୃହରେ ପାଠ ପଢିବା ସହ ଲାଇବ୍ରେରୀର ସୁବିଧା ପାଇପାରିବେ l ସେହିପରି ଜିଲ୍ଲାରେ ପ୍ରାୟ ୮୦ କୋଟି ଟଙ୍କା ବ୍ୟୟରେ ୧୪୩ଟି ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟ ସରିଛି ଓ ବର୍ତ୍ତମାନ ସମୟରେ ଉଚ୍ଚ ବିଦ୍ୟାଳୟର ଛାଡୁଛାତ୍ରୀ ମାନେ ମଧ୍ୟ ରୋବୋଟିକ କୋଚିଙ୍ଗ, ଆଷ୍ଟୋନୋମୀ ଆଦି ପାଠ୍ୟକ୍ରମ ପଢିପାରୁଛନ୍ତି । ଏହି ଅବସରରେ ଲକ୍ଷ ସ୍ଥଳରେ ପହଞ୍ଚିବାକୁ ହେଲେ ନିଜ ଉପରେ ନିଜର ଆତ୍ମ ବିଶ୍ବାସ ବଜାୟ ରଖିବାକୁ ହେବ ବୋଲି ଛାଡୁଛାତ୍ରୀ ମାନଙ୍କୁ ଅହ୍ବାନ ଦେଇଥିଲେ। ଏହା ଛଡା ମଞ୍ଚ ତଳକୁ ଆସି ଛାଡୁଛାତ୍ରୀ ମାନଙ୍କ ସହ ହାତ ମିଶାଇ ସେଲଫି ନେଇଥିଲେ l ୫-ଟି ଅଧ୍ୟକ୍ଷ ପାଣ୍ଡିଆନ ଙ୍କୁ ନିଜ ନିକଟରେ ପାଇ ଛାଡୁଛାତ୍ରୀ ମାନେ ଭାବ ବିଭୋର ହୋଇ ଉଠିଥିଲେ । ଆଜିର କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରାୟ ସମସ୍ତ ମହବିଦ୍ୟାଳୟ ରଚ୍ଚମାଧ୍ୟମିକ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳୁଥିଲା । ପାଣ୍ଡିଆନ ମଞ୍ଚରେ ପଦାର୍ପଣ ପୂର୍ବରୁ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ନିଜର ଅସୁସ୍ଥତା ସତ୍ୱେ ମଞ୍ଚ ଉପରକୁ ଆସି ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ଜଣାଇବା ସହ ୫-ଟି ଅଧ୍ୟକ୍ଷ ଭିଜେ ପାଣ୍ଡିଆନଙ୍କୁ ସ୍ବାଗତ କରିବା ସମୟରେ କୟ ଜଗାନ୍ନାଥ ଧ୍ବନୀ ସମସ୍ତେ ଏକା ସାଙ୍ଗରେ ଦେବାପାଇଁ ଆହ୍ବାନ ଦେଇଥିଲେ । କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନଙ୍କ ମନୋରଞ୍ଜନପାଇଁ ଓଡିଶାର ଖ୍ୟାତନାମା କଳାକାର ମାନଙ୍କୁ ନେଇ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏଥିରେ ଓଲିଉଡ ନାୟିକା ଅର୍ଚିତା, ସୁପ୍ରସିଦ୍ଧ କଣ୍ଠଶିଳ୍ପୀ ଦୀପ୍ତି ରେଖା ପାଢ଼ୀ, ରେପର ବିଗଚିଲ ତାରିକ, ଅଜିଜ ପ୍ରଭୁ ଡ୍ୟାନ୍ସ ଗୁପ, କଣ୍ଠଶିଳ୍ପୀ ପ୍ରିୟା ସିଂ, ବିଶିଷ୍ଟ ସମ୍ବଲପୂରି କଣ୍ଠ ଶିଳ୍ପୀ ରୂକୁ ସୁନା ପ୍ରମୁଖ ନିଜ ନିଜର କାର୍ଯ୍ୟକ୍ରମ ପରିବେଷଣ କରି ଦର୍ଶକଙ୍କୁ ମୋହିତ କରିଥିଲେ ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ