ଓଡ଼ିଆ ପ୍ରିନିୟର ୩. ୦" ହାକାଥାନ ଅନୁଷ୍ଠିତ ଶ୍ରେଷ୍ଠ ତିନି ପ୍ରକଳ୍ପ ରାଜ୍ୟସ୍ତରକୁ ମନୋନୀତ
ବାରିପଦା, (୨୫/୦୪): ବାରିପଦାସ୍ଥିତ ଶ୍ରୀମା’ ମହିଳା ମହାବିଦ୍ୟାଳୟ ପରିସରରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଷ୍ଟାରସ ପ୍ରୋଗ୍ରାମ ଅଧୀନରେ "ଜିଲ୍ଲା ସ୍ତରୀୟ ଓଡ଼ିଆ ପ୍ରିନିୟର-ଏ ସ୍ମାର୍ଟ ଓଡିଶା ହାକଥନ ୩. ୦ " ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆଇଆଇଟି ଭୁବନେଶ୍ୱର ଦ୍ୱାରା ମନୋନୀତ ୨୧ଟି ଅଭିନବ ପ୍ରକଳ୍ପକୁ ନେଇ ଛାତ୍ରଛାତ୍ରୀମାନେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ସେଠୀ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଉତ୍ତର ଓଡ଼ିଶା ଆଞ୍ଚଳିକ କାର୍ଯ୍ୟାଳୟ, ମୟୁରଭଞ୍ଜର ସିଏଚସିଈ ଡେପୁଟି ସେକ୍ରେଟାରୀ ଶ୍ରୀ ରାଜେଶ କୁମାର ପ୍ରଧାନ, ମୁଖ୍ୟ ବକ୍ତା ରୂପେ ମହାରାଜା ଶ୍ରୀରାଚନ୍ଦ୍ରଭଞ୍ଜ ବିଶ୍ୱ ବିଦ୍ୟାଳୟ ବାରିପଦାର ଏମ୍ .ସି. ଏ. ବିଭାଗୀୟ ମୁଖ୍ୟ ପ୍ରଫେସର ଏମ୍. ହେମାବିନ୍ଦୁ, ସମ୍ମାନୀତ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଗୌତମ କୁମାର ପାତ୍ର ଓ ଉକ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷା ମିନାକ୍ଷୀ ମହାନ୍ତି ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଶ୍ରୀଯୁକ୍ତ ଜ୍ଞାନରଞ୍ଜନ ଆଚାର୍ଯ୍ୟ ସଂଯୋଜନା କରିଥିବା ବେଳେ ରାଇରଙ୍ଗପୁର ସରକାରୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ରଞ୍ଜନ କୁମାର ନନ୍ଦ ମଞ୍ଚ ପରିଚାଳନା କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ଅଭିନବ ପ୍ରକଳ୍ପ ପ୍ରଦର୍ଶନୀ ପ୍ରତିଯୋଗିତାରେ ଓ.ଏ.ଭି, ଗରୁଡ଼ବସା ଛାତ୍ରୀ ଦିବ୍ୟାଂଶୀ ଦାଶ ଓ ଟିମ୍ ଙ୍କ ଏଆଈ-ଚାଟବୋଟ ପ୍ରକଳ୍ପ, ଓ.ଏ.ଭି, ସାନଶୋଳ, ଶାମାଖୁଣ୍ଟାର ତନ୍ମୟ ପୁଥାଳଙ୍କ ଅଟୋ ଗ୍ରୀଡ଼ ଏକ୍ସ ପ୍ରକଳ୍ପ ଓ ଓ.ଏ.ଭି, ଚାନ୍ଦୁଆ, କୁଳିଅଣାର ଜୟନ୍ତ କୁମାର ମହାନ୍ତଙ୍କ ଫୋଲଡ଼ ଏକ୍ସ ପ୍ରକଳ୍ପ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଭାବରେ ବିଚରକ ମାନଙ୍କ ଦ୍ୱାରା ଚୟନ ହୋଇଛି । ସମସ୍ତ ଶ୍ରେଷ୍ଠ ତିନି ଦଳ ଅତିଥିମାନଙ୍କ ଠାରୁ ମାନ ପତ୍ର ଓ ନଗଦ ପୁରସ୍କାର ରାଶି ଭାବରେ ଯଥାକ୍ରମେ:- ୨୦୦୦୦, ୧୫୦୦୦ ଓ ୧୦୦୦୦ ଟଙ୍କା ଗ୍ରହଣ କରିଥିଲେ । ଉକ୍ତ ଶ୍ରେଷ୍ଠ ତିନି ପ୍ରକଳ୍ପ ରାଜ୍ୟ ସ୍ତରୀୟ ହାକାଥନରେ ମୟୁରଭଞ୍ଜ ଜିଲ୍ଲାର ପ୍ରତିନିଧିତ୍ୱ ନିମନ୍ତେ ମଧ୍ୟ ମନୋନୀତ ହୋଇଛନ୍ତି । ସେହିପରି ଓ.ଏ.ଭି, ଗରୁଡ଼ବସାର ଜ୍ୟୋତି କୁମାରୀ ସାହୁର ୱେଷ୍ଟ ମ୍ୟାନେଜମେଣ୍ଟ ପ୍ରକଳ୍ପ ଏବଂ ସି.ପି ଉଚ୍ଚମାଧ୍ୟମିକ ବିଦ୍ୟାଳୟର ସୋନାଲି ପାତ୍ରର କାଈ ପିମ୍ପୁଡ଼ି ପ୍ରକଳ୍ପ ମଧ୍ୟ ଶ୍ରେଷ୍ଠ ଯଥାକ୍ରମେ ୪ର୍ଥ ଓ ୫ମ ସ୍ଥାନ ଅଧିକାର କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଚାରକ ଭାବେ ଆଇଆଇଟି ଭୂବନେଶ୍ୱର ତରଫରୁ ଇଞ୍ଜିନିୟର ସୌମ୍ୟରଞ୍ଜନ ମିଶ୍ର, ବାଜାରସାଇଡ୍ ପ୍ରାଇଭେଟ୍ ଲିମିଟେଡର ପ୍ରତିଷ୍ଠାତା ଶ୍ରୀ ପିତାମ୍ବର ସାହୁ ଏବଂ ମୟୁରଭଞ୍ଜ ଚେମ୍ବର ଅଫ୍ କମର୍ସର ସଭାପତି ରୋଟାରିଆନ୍ ନୀରଜ କୁମାର ପାଣ୍ଡା ପ୍ରକଳ୍ପଗୁଡ଼ିକର ମୂଲ୍ୟାୟନ କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଏହି ସଫଳତା ପାଇଁ ସମସ୍ତ ଛାତ୍ରଛାତ୍ରୀ ଓ ଗାଇଡ୍ ଶିକ୍ଷକଙ୍କୁ ଶୁଭେଚ୍ଛା ଜଣାଇ ଏହା ମୟୂରଭଞ୍ଜ ଜିଲ୍ଲାର ଶିକ୍ଷା କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ । ଏହି ପ୍ରଦର୍ଶନୀରେ ଶିକ୍ଷକ ମନୋଜ କୁମାର ପାତ୍ର, ମନୋଜ କୁମାର ପରିଡ଼ା, ଅଜିତ୍ କୁମାର ମହାନ୍ତି, ଭିଷ୍ମଦେବ ମହାନ୍ତ, ବସନ୍ତ କୁମାର ଦତ୍ତ,ଦୀପକ ରାମ,ଶିକ୍ଷୟତ୍ରୀ ଅତସୀ କୁଣ୍ଡୁ , ମୌସୁମୀ ଦୀକ୍ଷିତ ଓ କନିଷ୍ଠ ସହାୟକ ଦେବଦର୍ଶି ପ୍ରସାଦ କରଙ୍କ ସମେତ ଉକ୍ତ ମହାବିଦ୍ୟାଳୟର ସମସ୍ତ ଅଧକ୍ଷ ଓ ଅଧ୍ୟାପିକା ଏବଂ ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମର ସଫଳତା ପାଇଁ ସହଯୋଗ କରିଥିଲେ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0