।। ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟ କ୍ରମକୁ ଲୋକଙ୍କ ବିରୋଧ ।।

Feb 9, 2024 - 11:56
 0  10
।। ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟ କ୍ରମକୁ ଲୋକଙ୍କ ବିରୋଧ ।।

କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ବଣପାହାଣ ଘେରା ଥୁଆମୂଳରାମପୁର ବ୍ଲକ ଅର୍ନ୍ତଗତ ବିରିକୋଟ ଠାରେ ଗୁରୁବାର ଆୟୋଜିତ ହୋଇଥିବା ଆମ ଓଡ଼ିଶା ନବୀନ ଓଡ଼ିଶାର ସଚେତନତା ଶିବିର କାର୍ଯ୍ୟ କ୍ରମକୁ ପଞ୍ଚାୟତ ବାସୀ ବିରୋଧ କରିଛନ୍ତି। ସରକାର କାର୍ଯ୍ୟ କ୍ରମ ନାଁରେ ଭୋଟ ହାତେଇବା ଲୋକଙ୍କୁ ଭକୁଆ ବନାଉଥିବା ଅଭିଯୋଗ ନେଇ କାର୍ଯ୍ୟକ୍ରଟି କୁ ଲୋକେ ବିରୋଧ କରିଥିଲେ ଯାହାଫଳରେ ଅଧାରୁ ହଁ କାର୍ଯ୍ୟ କ୍ରମ ବନ୍ଦ ହୋଇ ଥିଲା। ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ର ଛାତ୍ରୀ ମାନେ ତାଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡ଼ିକମଞ୍ଚ ଉପରେ ପରିବେଷଣ କରିନପାରି ନିରାଶ ରେ ଫେରିଯାଇଥିଲେ ଚେୟାର, ଟେବୁଲ୍ ଭଙ୍ଗାରୁଜା ସହ ବ୍ୟାନର ଚିରି କାର୍ଯ୍ୟ କ୍ରମ ଟିକୁ ଲୋକେ ତ୍ରୀବ୍ର ବିରୋଧ କରିଥିଲେ। ଲୋକଙ୍କ ପ୍ରଶ୍ନ ବାଣରେ ଘାଇଲା ହୋଇ ନେତା ଏବଂ ସରକାରୀ କର୍ମଚାରୀ ମାନେ କାର୍ଯ୍ୟ ସ୍ଥଲରୁ ଛତ୍ରଭଙ୍ଗ ଦେଇ ଥିଲେ ଚମ୍ପଟ ମାରିଥିଲେ।

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକ ଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ