।। ଆଜି ୧୨ ଘଣ୍ଟିଆ ରାୟଗଡା ଓ କାଶିପୁର ବନ୍ଦ ।।

Jan 6, 2024 - 12:12
 0  12
।। ଆଜି ୧୨ ଘଣ୍ଟିଆ ରାୟଗଡା ଓ କାଶିପୁର ବନ୍ଦ ।।

ରାୟଗଡ଼ା ଆଦିବାସୀ ଯୁବତୀ ଲକ୍ଷ୍ମୀ ମାଝୀ, ରାୟଗଡ଼ା ଅଞ୍ଚଳର ଭାଗୀରଥି ମାଣ୍ଡାଙ୍ଗି ଏବଂ କଂଗ୍ରେସ ନେତା ପୁରୁଷୋତ୍ତମ ଗମାଙ୍ଗଙ୍କ ହତ୍ୟାକାଣ୍ଡକୁ ନେଇ ରାୟଗଡ଼ା ଜିଲ୍ଲା ଆଦିବାସୀ ସମାଜ ପକ୍ଷରୁ ଆସନ୍ତା କାଲି ଶୁକ୍ରବାର ୧୨ଘଣ୍ଟିଆ ବନ୍ଦ ପାଳନ କରାଯିବ। ସୂଚନା ଅନୁସାରେ, ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ । ଦୋକାନବଜାର ସହ ଗାଡ଼ିମୋଟର ଚଳାଚଳକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ | ଅଖ, ଚକ ସମ୍ପୂର୍ଣ୍ଣ ବନ୍ଦ କରାଯିବ। ଆମ୍ବୁଲାନ୍ସ, ଦମକଳ ଏବଂ ପୁଲିସ ଗାଡ଼ି ଭଳି ଜରୁରୀ ଗାଡିକୁ ଏଥିରୁ ବାଦ୍ ଦିଆଯିବ। ଔଷଧ ଦୋକାନ ସବୁ ଖୋଲା ରହିବ। ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ କରାଯିବ। ସୁଚନା ଅନୁଯାୟୀ ଚନ୍ଦ୍ରପୁର ବ୍ଲକ ସଦରସ୍ଥିତ ମା’ ଗୃହରେ କାର୍ଯ୍ୟରତ କାଶିପୁର ବ୍ଲକ ର ନକଟିଗୁଡ଼ା ଗାଁର ଲକ୍ଷ୍ମୀ ମାଝୀ, ରାୟଗଡ଼ା ଅଞ୍ଚଳର ଭାଗିରଥୀ ମାଣ୍ଡାଙ୍ଗି ଏବଂ କଂଗ୍ରେସ ନେତା ପୁରୁଷୋତ୍ତମ ଗମାଙ୍ଗଙ୍କ ହତ୍ୟା ଘଟଣାରେ ସିବିଆଇ ତଦନ୍ତ କରିବାକୁ ସମାଜ ପକ୍ଷରୁ ଦାବି ହୋଇଛି। ଦୋଷୀକୁ ତୁରନ୍ତ ଗିରଫ କରିବା ଏବଂ ଫାଷ୍ଟଟ୍ରାକ କୋର୍ଟ ଜରିଆରେ ବିଚାର କରି ଦଣ୍ଡ ବିଧାନ କରିବାକୁ ଦାବି ହୋଇଛି। ହଜାର ହଜାର ଆଦିବାସୀ ଯୁବକ ମାନେ ରାୟଗଡା ସହରର ଚତୁର୍ପାର୍ଶ୍ଵ ବନ୍ଦ କରି ଓ 326 ଜାତୀୟ ରାଜପଥ ଅବରୋଧ କରି ରାସ୍ତାରେ ଧାରଣା ଦେଇ ବସିଥିଲେ l ରାୟଗଡା ବାସି ମଧ୍ୟ ବନ୍ଦ ଡାକରା ସହୋଜଗ କରିଥିବା ଦେଖାଦେଇଛି।

 ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ