୩ ଦିନରେ ସମ୍ପୂର୍ଣ୍ଣ କଲେ ୧୧୦ କି.ମି. ପଦଯାତ୍ରା
ନୂଆପଡ଼ା: ଭକ୍ତି ଓ ଶ୍ରଦ୍ଧାର ନିଦର୍ଶନ ସୃଷ୍ଟି କରିଛନ୍ତି ନୂଆପଡ଼ାର ଶିବଭକ୍ତମାନେ। ବିହାରର ସୁଲତାନଗଞ୍ଜରୁ ପବିତ୍ର ଗଙ୍ଗାଜଳ ଉଠାଇ ପ୍ରସିଦ୍ଧ ବାବାଧାମ ଦେଓଘରସ୍ଥିତ ବାବା ବୈଦ୍ୟନାଥ ଜ୍ୟୋତିର୍ଲିଙ୍ଗରେ ଜଳାଭିଷେକ କରିଛନ୍ତି। ଶ୍ରଦ୍ଧାଳୁମାନେ ସୁଲତାନଗଞ୍ଜରୁ ଗଙ୍ଗାଜଳ ନେଇ ପ୍ରାୟ ୧୧୦ କିଲୋମିଟର କଠିନ ପଦଯାତ୍ରା କରି ମାତ୍ର ୩ ଦିନରେ ବାବାଧାମରେ ପହଞ୍ଚିଥିଲେ। ପଥସାରା ‘ହର ହର ମହାଦେବ’ ଓ ‘ବୋଲ ବମ୍’ ଧ୍ୱନିରେ ପରିବେଶ ଭକ୍ତିମୟ ହୋଇଉଠିଥିଲା। ଏହି ପବିତ୍ର କାଁୱଡ଼ ଯାତ୍ରାରେ ନୂଆପଡ଼ାର ବିବେକ ସିଂ, ଧର୍ମେଷ ପଟେଲ, ବିଟୁ ପଣ୍ଡା, ଟିଟୁ ପଣ୍ଡା, ନିଲେଶ ଗୁପ୍ତା, ଶିବପ୍ରସାଦ ଦାଶ ଓ ହରିଶ ତାଣ୍ଡି ପ୍ରମୁଖ ସାମିଲ ଥିଲେ। ଦୀର୍ଘ ପଦଯାତ୍ରା ସମାପ୍ତ କରି ବାବା ଭୋଳାନାଥଙ୍କ ଠାରେ ଗଙ୍ଗାଜଳ ଅର୍ପଣ କରି ଜଳାଭିଷେକ କରିବା ସହ ଶ୍ରଦ୍ଧାଳୁ ମାନେ ସମସ୍ତଙ୍କ ସୁଖ, ଶାନ୍ତି ଓ ମଙ୍ଗଳ କାମନା କରିଛନ୍ତି।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0