।। ୨୦୨୩ ମସିହାର ଲାଖବାହାଲି ଉପର ପୋଡ଼ା କମିଟି ପକ୍ଷରୁ ଶ୍ରୀ ଶ୍ରୀ ବିଘ୍ନରାଜ ଙ୍କ ପୂଜା ଉତ୍ସବ ଏବଂ ନୂଆଖାଇ ଭେଟ ଘାଟ ।।

Sep 22, 2023 - 17:37
 0  105
।। ୨୦୨୩ ମସିହାର ଲାଖବାହାଲି ଉପର ପୋଡ଼ା କମିଟି ପକ୍ଷରୁ ଶ୍ରୀ ଶ୍ରୀ ବିଘ୍ନରାଜ ଙ୍କ ପୂଜା ଉତ୍ସବ ଏବଂ ନୂଆଖାଇ ଭେଟ ଘାଟ ।।

କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଜୟପାଟଣା ବ୍ଲକ, ବଡ କର୍ଲାକୋଟ ଗ୍ରାମପଞ୍ଚାୟତ ଅଧିନସ୍ତ ଲାଖବାହାଲି ଗ୍ରାମରେଚଳିତ ବର୍ଷ ୨୦୨୩ ଓଁ ଶ୍ରୀ ଶ୍ରୀ ଗଣପତି ବାବା ଙ୍କ ମହା ଉତ୍ସବ ଏବଂ ନୂଆଖାଇ ଭେଟ ଘାଟ କିଛି ନୂଆ ଆଡମ୍ବର ରେ ଦେଖିବାକୁ ମିଳିଛି । ବକ୍ରତୁଣ୍ଡ ମହକାୟ ସୂର୍ୟକୋଟି ସମପ୍ରଭା,ନିର୍ବିଘ୍ନ କୁରୁମେ ଦେବ ଶର୍ବକାର୍ଯ୍ୟେ ସୁସର୍ବଦା । ପଶ୍ଚିମ ଓଡିଶାର ଗଣ ପର୍ବ ପଞ୍ଚମୀ ତିଥି ୨୦ ତାରିଖ ବୁଧବାର ଦିନ ନୂଆ ଖାଇ ର ଆଜି ନୂଆଖାଇ ଭେଟ ଘାଟ ବାସି ତିଆର ରେ ଗ୍ରାମବାସୀ ଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି।ଏଠାରେ ପୂଜା ଆୟାଜନ କମିଟି ଯୁବକଙ୍କ ସହ ଗ୍ରାମର କିଛି ବୟ ଜ୍ୟେଷ୍ଠ, ଜ୍ଞାନୀ , ବୃଦ୍ଧ ସମସ୍ତଙ୍କ ସହଯୋଗ ରେ ଆୟଜନ କରିଥିବା ଜଣାପଡିଛି।ଲାଖବାହାଲି ର ସମସ୍ତ ପଡ଼ା ରୁ ସମସ୍ତ ଗ୍ରାମବାସୀ ମାନେ ଏକଜୁଟ ହେଇ ଲୋକଙ୍କୁ ନିମନ୍ତ୍ରଣ କରିବା ସହ ଭୋଗ ପ୍ରଦାନ କରିବା ସୁବିଧା ମଧ୍ୟ ଆୟଜନ ର ବ୍ୟବସ୍ଥା ରହିଛି ।ଏଠାରେ ଫୁଲ ମାଳ ସହିତ ଅନେକ ପ୍ରକାର ଆକର୍ଷଣୀୟ ଇଲେକ୍ଟ୍ରିକ ଲାଇଟ୍ ବ୍ୟବହାର କରି ଅତି ସୁନ୍ଦର ଭାବରେ ସଯାଇ ଅତି ସୁନ୍ଦର ଭାବରେ ଉତ୍ସବଟି ପାଳିତ କରାଯାଇଛି ।

 କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ପ୍ରତିନିଧି ବାବୁଲି ହରିଜନଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର ।

What's Your Reaction?

Like Like 2
Dislike Dislike 1
Love Love 3
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ