।। ୨୦୨୩ ମସିହା ସୁଦ୍ଧା ଯେଉଁମାନେ ରାସନ ପାଉଛନ୍ତି ସେମାନଙ୍କ ମଧ୍ୟରୁ ଅନେକ ଅଯୋଗ୍ୟ ହେବେ ।।

Mar 28, 2023 - 21:18
 0  56
।। ୨୦୨୩ ମସିହା ସୁଦ୍ଧା ଯେଉଁମାନେ ରାସନ ପାଉଛନ୍ତି ସେମାନଙ୍କ ମଧ୍ୟରୁ ଅନେକ ଅଯୋଗ୍ୟ ହେବେ ।।

ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା ନିୟମ ଅନୁସାରେ, ୨୦୨୩ ମସିହା ସୁଦ୍ଧା ଯେଉଁମାନେ ରାସନ ପାଉଛନ୍ତି ସେମାନଙ୍କ ମଧ୍ୟରୁ ଅନେକ ଅଯୋଗ୍ୟ । କିନ୍ତୁ ସରକାରୀ ସୁବିଧା ସେମାନେ ପାଉଛନ୍ତି । ତେଣୁ ଅନେକ ଯୋଗ୍ୟ ହିତାଧିକାରୀ ରାସନ ପାଇବାରୁ ବଂଚିତ ହୋଇଛନ୍ତି । ତେଣୁ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ରାସନ ପହଞ୍ଚାଇବାକୁ ସରକାର ଉଦ୍ୟମ କରୁଛନ୍ତି । କେଉଁମାନଙ୍କର କଟିବ ରାସନ କାର୍ଡ଼?ଯେଉଁ ହିତାଧିକାରୀଙ୍କର ଫ୍ଲାଟ୍‌ କିମ୍ବା ୧୦୦ ବର୍ଗ ମିଟରରୁ ଅଧିକ ଏରିଆର ଘର ଥିବ୪ ଚକିଆ ଯାନ ଥିଲେ ବି କଟିବ କାର୍ଡ଼ଟ୍ରାକ୍ଟର, ଅସ୍ତ୍ରଶସ୍ତ୍ର ଲାଇସେନ୍ସ ଥିଲେ ମିଳିବନି ରାସନଗାଁରେ ୨ ଲକ୍ଷ ଏବଂ ସହରରେ ବାର୍ଷିକ ୩ ଲକ୍ଷରୁ ଅଧିକ ରୋଜଗାର ଥିବଯଦି ଉପରୋକ୍ତ ନିୟମରେ ଆପଣ ଖିଲାପ କରିଛନ୍ତି ତେବେ ଆପଣଙ୍କର କଟିବ ରାସନ କାର୍ଡ଼ । ଏମିତିକି ନିୟମ ହେବା ପରେ ବି ଯେଉଁମାନେ ରାସନକାର୍ଡ ନଫେରାଇବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସରକାର । ଖାଲି ଏତିକି ନୁହେଁ ବରଂ ଯେଉଁଦିନରୁ ସେମାନେ ରାସନ ନେଇଛନ୍ତି ସେହି ଦିନରୁ ସେମାନଙ୍କୁ ରାସନ ଫେରାଇବାକୁ ପଡ଼ିବ ବୋଲି କୁହାଯାଉଛି । ଯଦି ଆପଣ ନିଜକୁ ଅଯୋଗ୍ୟ ଭାବୁଛନ୍ତି ତେବେ ତୁରନ୍ତ ପ୍ରଶାସନ ସହ ଯୋଗାଯୋଗ କରି ଫେରାଇ ଦିଅନ୍ତୁ ରାସନକାର୍ଡ଼ ।।

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ