୧୩ତମ ସର୍ବଭାରତୀୟ ପେଞ୍ଚାକ ସିଲାଟ ପ୍ରତିଯୋଗିତାରେ ନବରଙ୍ଗପୁର ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ

Sep 29, 2025 - 18:30
 0  36
୧୩ତମ ସର୍ବଭାରତୀୟ ପେଞ୍ଚାକ ସିଲାଟ ପ୍ରତିଯୋଗିତାରେ ନବରଙ୍ଗପୁର ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୨୯.୦୯.୨୦୨୫ ରିଖ: କର୍ଣ୍ଣାଟକର କାପାଲ ଠାରେ ୨୬ରୁ ୨୮ ସେପ୍ଟେମ୍ବର ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ୧୩ତମ ସର୍ବଭାରତୀୟ ପେଞ୍ଚାକ ସିଲାଟ ପ୍ରତିଯୋଗିତାରେ ନବରଙ୍ଗପୁର ଜିଲ୍ଲାର ଖେଳାଳିମାନେ ଉଲ୍ଲେଖନୀୟ ପ୍ରଦର୍ଶନ କରି ସଫଳତା ହାସଲ କରିଛନ୍ତି ! ନବରଙ୍ଗପୁର ଜିଲ୍ଲାର ଏହି ଖେଳାଳୀ ମାନେ ଓଡ଼ିଶା ଦଳ ପାଇଁ ୬ଟି ପଦକ ହାସଲ କରି ଜିଲ୍ଲାର ଗୌରବ ବଢ଼ାଇଛନ୍ତି ! ଏହି ପ୍ରତିଯୋଗିତାରେ ଦେଶର ବିଭିନ୍ନ ରାଜ୍ୟର ଶତାଧିକ ଖେଳାଳି ଅଂଶଗ୍ରହଣ କରିଥିଲେ ! ପଦକ ବିଜେତା ମଧ୍ୟରୁ ହିମାଂଶୁ ପଟ୍ଟନାୟକ ଗୋଟିଏ ସ୍ୱର୍ଣ୍ଣ ଏବଂ ଦୁଇଟି କାଂଶ ପଦକ,ଧାନଶିକା ଆରାଶାଢା ରୌପ୍ୟ ପଦକ , ବାପି ବିଶ୍ୱାସ ସ୍ୱର୍ଣ୍ଣ ପଦକ,ରଖି ମଣିକାଣ୍ଟ ସୋଇ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ଡିମ୍ପଲ ପାତ୍ର ଓ ଶୈଲେଶ ପଟ୍ଟନାୟକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ! ନବରଙ୍ଗପୁର ଜିଲ୍ଲାର ଗର୍ବ ତଥା ଆନ୍ତର୍ଜାତୀୟ ରେଫରି ହରିଶ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଖେଳାଳୀ ମାନେ ଏହି ସଫଳତା ପାଇଛନ୍ତି ! ଖେଳାଳିଙ୍କ ଉକ୍ତ ସଫଳତା ନିମନ୍ତେ ଜିଲ୍ଲା କ୍ରୀଡା ସଂଘର ସଂପାଦକ ପ୍ରହଲ୍ଲାଦ ତ୍ରିପାଠୀ, ସଂଘର ଉପସଭାପତି ଏମ ବାଳକୃଷ୍ଣ ରାଓ,ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ ସମେତ କ୍ରୀଡା ସଂଘର ଅନ୍ୟ ସମସ୍ତ ସଦସ୍ୟ,ପ୍ରାକ୍ତନ କ୍ରୀଡାବିତ୍ ସମେତ ପେଞ୍ଚକ୍ ସିଲଟ ସଂଘର ସମସ୍ତ ସଭ୍ୟ ମାନେ ଖେଳାଳିଙ୍କୁ ଶୁଭେଛା ଜଣାଇବା ସହ ଆଗାମୀ ଦିନରେ କ୍ରୀଡା କ୍ଷେତ୍ରରେ ଅଧିକ ସଫଳତା ଆଣି ଦେଶ ,ଓଡ଼ିଶା ତଥା ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିବା ନିମନ୍ତେ କାମନା କରିଛନ୍ତି !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 2
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ