ହାତୀର ଆତଙ୍କରେ, ଗ୍ରାମବାସୀ ଭୟଭୀତ

ନୂଆପଡା : ନୂଆପଡା ଜ଼ିଲ୍ଲା କୋମନା ଓ ନୂଆପଡା ବ୍ଲକରେ ଦୁଇ ଦିନ ହେଲା ହାତୀ ଆତଙ୍କ ଜାରି ରହିଛି l ଗତକାଲି ହାତୀଟି ସୁନାବେଡା ଅଭୟାରଣ୍ୟ ଦୋହେଲପଡା ଓ ଗାତିବେଡାରେ ଆତଙ୍କ ଖେଳାଇ ରାତି 10ଟାରେ ସୁନାବେଡା ତରିଆ ଅଞ୍ଚଳ ବରକୋଟ ଗାଁ ବସତିରେ ପଶିଥିଲା l ଯଦ୍ୱାରା ଗାଁ ଲୋକ ମାନେ ହାତୀ ଭୟରେ ରାତି ସାରା ଚେଇଁ ରହିଥିଲେ ପରେ ଜଡାମୁଣ୍ଡା ତରବୋଡ଼ ଦେଇ 353ନଂ ଜାତୀୟ ରାଜପଥରେ ହାତୀ ଯିବାରୁ ରାତିରେ ଘାଟିପଡା ପାଖରେ ଭୟରେ ପ୍ରାୟ 20ରୁ 25 ଟ୍ରକ ରାସ୍ତାରେ ଅଟକି ରହିଥିଲା l କୋମନା ଓ ନୂଆପଡା ବନ ବିଭାଗ କର୍ମଚାରୀ ରାତି ତମାମ ହାତୀ ଉପରେ ନଜର ରଖିଥିଲେ ଆଜି ହାତୀଟି ନୂଆପଡା ବ୍ଲକ ସାହିପାଲା ରାସ୍ତାରେ ବୁଲୁଥିବା ଲୋକେ ଦେଖିଥିଲେ l ବର୍ତମାନ ହାତୀଟି ବରଗଡ ଜ଼ିଲ୍ଲା ପାଇକମାଳ ରେଞ୍ଜ ଭୁତମୁଣ୍ଡl ଗାଁରେ ରହିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର
What's Your Reaction?






