।। ହନୁମାନ ବିଗ୍ରହର ପ୍ରାଣ ପ୍ରତିଷ୍ଠା ଏବଂ ଭବ୍ୟ କଳସ ଯାତ୍ରା ।।

Jan 23, 2024 - 18:48
 0  13
।। ହନୁମାନ ବିଗ୍ରହର ପ୍ରାଣ ପ୍ରତିଷ୍ଠା ଏବଂ ଭବ୍ୟ କଳସ ଯାତ୍ରା ।।

ଖପ୍ରାଖୋଲ, ୨୨।୧ (ନି.ପ୍ର)ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଖପ୍ରାଖୋଲ ବ୍ଲକ ର ହରିଶଙ୍କର ଛକ ନିକଟରେ ବଜରଙ୍ଗବଳୀ ଟ୍ରଷ୍ଟ ତରଫରୁ ବୁଧବାର ଦିନ ହନୁମାନ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଏକ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି କଳସ ଯାତ୍ରାରେ ଖପ୍ରାଖୋଲ ସମେତ ଆଖପାଖ ଅଞ୍ଚଳର ହଜାର ସଂଖ୍ୟକ ମହିଳା ସାମିଲ ହୋଇଥିଲେ।ଅନୁଷ୍ଠିତ ଏହି ଧାର୍ମିକ କାର୍ଯ୍ୟକ୍ରମ ପ୍ରାରମ୍ଭରେ ମହିଳା ମାନେ ଏକ ଶୋଭା ଯାତ୍ରାରେ ବାହାରି ପ୍ରଥମେ ଖପ୍ରାଖୋଲ ଗ୍ରାମ ପରିକ୍ରମା କରିଥିଲେ । ଏହା ପରେ ସମସ୍ତ ମହିଳା ଖପ୍ରାଖୋଲ ନିକଟସ୍ଥ ପଖୋରୀରୁ କଳସରେ ପାଣି ଧରି ହରିଶଙ୍କର ଛକ ଠାରେ ଥିବା ହନୁମାନ ମନ୍ଦିରରେ ପହଞ୍ଚିଥିଲେ। ଏହି କଳସ ଯାତ୍ରା ରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗ ଦେଇଥିବାରୁ ଖପ୍ରାଖୋଲ ରେ ଏକ ଧାର୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଏହି ଅବସରରେ ଷୋହଳ ପ୍ରହର ନାମଯଜ୍ଞ ର ଆୟୋଜନ ହେବା ସହିତ ତିନିଦିନ ଧରି ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରବଚନ, ଷୋହଲ ପ୍ରହରୀ ନାମଯଜ୍ଞ, ର କାର୍ଯ୍ୟକ୍ରମ ରହିଥିଲା ।ଏହା ସହିତ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରତ୍ୟେକ ଦିନ ଆନନ୍ଦବଜାରର ବ୍ୟବସ୍ଥା ବଜରଙ୍ଗବଳି ଟ୍ରଷ୍ଟ ତରଫରୁ ବ୍ୟବସ୍ଥା କରାଯାଇଅଛି । ଏହି ଅବସରରେ ମନ୍ଦିର ପ୍ରାଣ ପ୍ରତିଷ୍ଠା ରେ ପୁଜା କର୍ତ୍ତା ଭାବରେ ସସ୍ତ୍ରିକ ଉପେନ୍ଦ୍ର ଭୋଇ ପୂଜା କାର୍ଯ୍ୟ ତୁଲଉଥିବା ବେଳେ ନାମାଯଜ୍ଞ ରେ ନାରାୟଣ ଦଣ୍ଡସେନା ସସ୍ତ୍ରିକ ପୂଜାକର୍ତ୍ତା ଭାବରେ କାର୍ଯ୍ୟ ତୁଲାଉଛନ୍ତି। ପୂଜକ ସହଦେବ ମିଶ୍ର ପୌରହିତ୍ୟ କରିଥିଲେ। ଏଥିରେ ବଜରଙ୍ଗବଳୀ ଟ୍ରଷ୍ଟ ତରଫରୁ ସମସ୍ତ ସଦସ୍ୟ ଉପସ୍ଥିତ ରହି ପୁଜା କାର୍ଯ୍ୟରେ ସହଯୋଗ ତଥା ଏହି ଧାର୍ମିକ କାର୍ଯ୍ୟକ୍ରମ କରୁଥିବା ଦେଖିବାକୁ ମିଳିଥିଲା। ପ୍ରକାଶ ଥାଉକି ବଜରଙ୍ଗବଳୀ ଟ୍ରଷ୍ଟ ତରଫରୁ ହରିଶଙ୍କର ଛକ ଠାରେ ପୂର୍ବରୁ ମନ୍ଦିର ତୋଳିବା ସହ ହନୁମାନଙ୍କ ବିଗ୍ରହ ସ୍ଥାପନା କରାଯାଇ ମନ୍ଦିରର କୁମ୍ଭ ସ୍ଥାପନା ସହ ଶୁଭ ସ୍ତମ୍ଭ ସ୍ଥାପନା କରାଯାଇଅଛି। ଆଗାମୀ ୨୨ ତାରିଖ ଦିନ ଏକ ଧାର୍ମିକ ପରିବେଶରେ ମନ୍ଦିର ପ୍ରତିଷ୍ଠା ସହ ହନୁମାନଙ୍କ ବିଗ୍ରହ ରେ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା ।

ବଲାଙ୍ଗୀର ରୁ ସତ୍ୟଜିତ ସଡ଼ଙ୍ଗୀଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ