ସ୍ୱାଭିମାନ ଅଞ୍ଚଳର ବଡପଡା ଠାରେ ଖୋଲିଲା ଦଶମ ବାର୍ଷିକ ହାଇସ୍କୁଲ ପରୀକ୍ଷା କେନ୍ଦ୍ର

Feb 23, 2026 - 20:48
 0  4
ସ୍ୱାଭିମାନ ଅଞ୍ଚଳର ବଡପଡା ଠାରେ ଖୋଲିଲା ଦଶମ ବାର୍ଷିକ ହାଇସ୍କୁଲ ପରୀକ୍ଷା କେନ୍ଦ୍ର

ମାଲକାନଗିରି, ୨୩/୨/୨୬: ଜିଲ୍ଲାର ଜନଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ପାଇଁ ଅଗ୍ରାଧିକାର ଦେଉଛନ୍ତି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ। ଜିଲ୍ଲାପାଳଙ୍କ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ଯୋଗୁଁ *ସ୍ଵାଭିମାନ ଅଞ୍ଚଳ ମାଲକାନଗିରି* ରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଦଶମ ବାର୍ଷିକ ହାଇସ୍କୁଲ ପରୀକ୍ଷା କେନ୍ଦ୍ର ଅୟୋଜନ ହୋଇପାରିଛି। ସ୍ଵାଭିମାନ ଅଞ୍ଚଳ ର 05 ଗୋଟି ଉଚ୍ଚ ବିଦ୍ୟାଳୟର ପ୍ରାୟ 97 ଜଣ ଛାତ୍ର ଛାତ୍ରୀ ସରକାରୀ ଏସ ଏସ ଡି ଉଚ୍ଚ ବିଦ୍ୟାଳୟ ବଡପଡା ରେ ପରୀକ୍ଷା ରେ ସାମିଲ ଅଛନ୍ତି। ପୂର୍ବରୁ ଏହି ଛାତ୍ର ଛାତ୍ରୀ ମାନେ ପ୍ରାୟ 22 କିଲୋମିଟର ରାସ୍ତା ଅତିକ୍ରମ କରି ଚିତ୍ରକୋଣ୍ଡା ଠାରେ ପରୀକ୍ଷା ଦେଉଥିଲେ। ସ୍ଵାଭିମାନ ଅଞ୍ଚଳ ର 04 ଗୋଟି ଉଚ୍ଚ ବିଦ୍ୟାଳୟର ପ୍ରାୟ 97 ଜଣ ଛାତ୍ର ଛାତ୍ରୀଙ୍କ ନିମନ୍ତେ ସରକାରୀ ଏସ ଏସ ଡି ଉଚ୍ଚ ବିଦ୍ୟାଳୟ ବଡପଡା ଠାରେ ପରୀକ୍ଷା କେନ୍ଦ୍ରର ଟିଏ ଅନୁମୋଦନ କରିଥିବା ଯୋଗୁଁ ଅଞ୍ଚଳ ବାସି ଛାତ୍ର ଛାତ୍ରୀ ଓ ଜନସାଧାରଣ ମାଧ୍ୟମିକ ଶିକ୍ଷା ପରିଷଦ ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଙ୍କୁ ଧନ୍ୟବାଦ ଦେଇ ଅଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ ନିଜେ ସ୍ଵାଭିମାନ ଅଞ୍ଚଳ ଗସ୍ତ କରି ପରୀକ୍ଷା କେନ୍ଦ୍ରର ତଦାରଖ କରି ଥିଲେ। ପରୀକ୍ଷା ସୁପରିଚାଳନା ପାଈଁ ପ୍ରଧାନ ଶିକ୍ଷକ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଧନ୍ୟବାଦ୍ ଜଣାଇ ଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ