ସ୍ବର୍ଗତ ସୂରେନ ଓ ପୁଷ୍ପାଞ୍ଜଳି ଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଜିଲ୍ଲାପାଳ
କୋଲାବିରା,୧୭/୦୧( ଫାଷ୍ଟ ନ୍ୟୁଜ ଓଡିଶା)- କୋଲାବିରା ଗ୍ରାମ ଶକୁନ୍ତଳା ହୋଟେଲ ମାଲିକ ସୁରେନ ଟଣ୍ଡକାର ଓ ତାଙ୍କ ସ୍ତ୍ରୀ ପୁଷ୍ପାଞ୍ଜଳି ଏକ ଦୁଃଖଦ ଘଟଣା କ୍ରମରେ ଗତ ମାସ ୨୫ ତାରିଖ ଏକ ଗ୍ୟାସ ଦୁର୍ଘଟଣା ରେ ଗୁରୁତର ଆହତ ହୋଇ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଥିଲା l ଆଜି ଝାରସୁଗୁଡ଼ା ଜିଲ୍ଲାପାଳ କୃଣାଲ ମୋତିରାମ ଚୌହାଣ ସ୍ବର୍ଗତ ସୁରେନ ଙ୍କ ଘରକୁ ଆସି ତାଙ୍କର ଦୁଇ ପୁଅ ରକି ଓ ଲିଙ୍କନ, ଦୁଇ ଭାଇ ରବି ଓ ବୁଲୁ ଏବଂ ଭଉଣୀ ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ମିନି ଟଣ୍ଡକାର ଙ୍କ ସହ ପରିବାର ବର୍ଗଙ୍କୁ ଭେଟି ଘଟଣା ବିଷୟରେ ଅବଗତ ହେବା ସହ ସ୍ୱାନ୍ତନା ପ୍ରଦାନ କରିଥିଲେ l ଏହାସହ ସେ ସ୍ବର୍ଗତ ସୁରେନ ଓ ଧର୍ମପତ୍ନୀ ପୁଷ୍ପାଞ୍ଜଳି ଙ୍କ ଫୋଟୋ ଚିତ୍ରରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ l
କୋଲାବିରା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା
What's Your Reaction?
Like
2
Dislike
0
Love
0
Funny
0
Angry
0
Sad
0
Wow
0