ସୁନାବେଡ଼ା ସିଆରପିଏଫ କ୍ୟାମ୍ପ ମଧ୍ୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସୈନିକ ମାନଙ୍କ ପାଇଁ ଆଇନ ସଚେତନତା
ନୂଆପଡ଼ା : ସୁନାବେଡ଼ା ଅଭୟାରଣ୍ୟ ପରିସର ମଧ୍ୟରେ ଥିବା ସିଆରପିଏଫ କେମ୍ପ ମଧ୍ୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷ ରୁ ଏକ ସହାୟତା ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏହି ଶିବିର ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ ଯୋଗ ଦେଇ ଆଇନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଏହି ଶିବିରରେ 216 ବାଟାଲିଅନ୍ ର ସେକେଣ୍ଡ କମାଣ୍ଡଡେଣ୍ଟ ରାଧେ ଶ୍ୟାମ, ବରିଷ୍ଠ ଶିକ୍ଷାବିତ୍ ତଥା ପୂର୍ବତନ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଡଃ.ଫନିନ୍ଦମ ଦେଓ, ବରିଷ୍ଠ ସାମ୍ବାଦିକ ଅଜିତ୍ ପଣ୍ଡା, ପୁରୁଷୋତ୍ତମ ସିଂହ ଠାକୁର, ସରକାରୀ ଓକିଲ କୁମୁଦ କୁମାର ହୋତା, ପ୍ରାଧିକରଣର ପ୍ୟାନେଲ ଓକିଲ ବଳଦେବ ରଥ, ସମାଜସେବୀ ଚନ୍ଦ୍ର ପ୍ରକାଶ ଯୋଶୀ, ସାମ୍ବାଦିକ ତପନ ଦାଶ, ପରମେଶ୍ୱର ବାରିକ ପ୍ରମୁଖ ଯୋଗ ଦେଇଥିଲେ । ଯବାନମାନେ ନିଜ ପରିବାର ଠାରୁ ବହୁ ଦୂରରେ ରହି ଦେଶ ସେବାରେ ନିୟୋଜିତ ହୋଇଥିବା ବେଳେ ସେମାନଙ୍କୁ ତଥା ସେମାନଙ୍କ ପରିବାରବର୍ଗଙ୍କୁ ଆବଶ୍ୟକ ହେଉଥିବା ଆଇନ ସହାୟତା ନିକଟସ୍ଥ ଆଇନ ସେବା ଅନୁଷ୍ଠାନ ଯଥା ଜିଲ୍ଲାସ୍ତରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ତାଲୁକ ସ୍ତରରେ ତାଲୁକ ଆଇନ ସେବା ସମିତି ଦେଇ ପାରିବ ବୋଲି ଜଣାଇଥିଲେ। ଆଇନ ସହାୟତା ପାଇବା ପାଇଁ ୧୫୧୦୦ ଟୋଲ୍ ଫ୍ରି ନମ୍ବର ରେ କଲ୍ କରି ଆପତ୍ତି ଅଭିଯୋଗ ଏବଂ ସହାୟତା ନେବାକୁ ଆହ୍ୱାନ କରିଥିଲେ । ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0