ନୂଆପଡ଼ାରେ ଜିଲ୍ଲାସ୍ତରୀୟ ନାର୍କୋ ସମନ୍ୱୟ କେନ୍ଦ୍ର କମିଟି ବୈଠକ ଅନୁଷ୍ଠିତ

Oct 24, 2026 - 05:12
 0  1
ନୂଆପଡ଼ାରେ ଜିଲ୍ଲାସ୍ତରୀୟ ନାର୍କୋ ସମନ୍ୱୟ କେନ୍ଦ୍ର କମିଟି ବୈଠକ ଅନୁଷ୍ଠିତ

ନୂଆପଡ଼ା ୨୩/୧୦: ନୂଆପଡ଼ା ଜିଲ୍ଲାସ୍ତରୀୟ ନାର୍କୋ ସମନ୍ୱୟ କେନ୍ଦ୍ର (ଏନ୍‌ସିଓଆର୍ଡି) ମେକାନିଜମ୍‌ କମିଟିର ବୈଠକ ଜିଲ୍ଲାପାଳ ଅନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ମାଦକଦ୍ରବ୍ୟର ଅବୈଧ କାରବାର ଓ ବ୍ୟବହାର ରୋକିବା, ମାଦକ ବିରୋଧୀ ସଚେତନତାକୁ ବ୍ୟାପକ କରିବା ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱିତ କାର୍ଯ୍ୟପଦ୍ଧତିକୁ ଅଧିକ ସୁଦୃଢ଼ କରିବା ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ପ୍ରାରମ୍ଭରେ ଡିଏସ୍‌ପି (ହେଡକ୍ୱାର୍ଟର୍ସ) ସ୍ୱାଧୀନ ମିଶ୍ର ସମସ୍ତଙ୍କୁ ସ୍ୱାଗତ ଜଣାଇ ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ବୈଠକରେ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମାଦକ ବିରୋଧରେ କରାଯାଇଥିବା ପ୍ରବର୍ତ୍ତନମୂଳକ ପଦକ୍ଷେପର ସମୀକ୍ଷା କରାଯାଇଥିଲା। ବୈଠକରେ ଅତିରିକ୍ତ ଜ଼ିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ବନଖଣ୍ଡ ଅଧିକାରୀ, ପ୍ରାନ୍ତୀୟ ଆଜ଼ିଜ଼ ଖାଁ, ଉପଜିଲ୍ଲାପାଳ ସୁର୍ମୀ ସୋରେନ, ସିଡିଏମ୍‌ଓ ଡ. ଇଶାନୀ ମିତ୍ର, ଅବକାରୀ ଅଧିକ୍ଷକ ସଂଘମିତ୍ରା ପ୍ରଧାନ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରେଶମଲାଲ ନାୟକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ