ସୁକନ୍ୟା ସମୃଦ୍ଧି ଯୋଜନା ନେଇ ସଚେତନ କଲେ ସାଂସଦ ବଳଭଦ୍ର ମାଝୀ

Sep 25, 2025 - 15:30
 0  38
ସୁକନ୍ୟା ସମୃଦ୍ଧି ଯୋଜନା ନେଇ ସଚେତନ କଲେ ସାଂସଦ ବଳଭଦ୍ର ମାଝୀ

ମାଲକାନଗିରି, ୨୫/୯/୨୫: ଆଜି ସୁକନ୍ୟା ସମୃଦ୍ଧି ଯୋଜନା ନେଇ ଏକ ସଚେତନତା କାର୍ଯ୍ୟକ୍ରମ କରିଛନ୍ତି ସାଂସଦ ଇଂ ବଳଭଦ୍ର ମାଝୀ। ଆଜି ପୂର୍ବାହ୍ନରେ ମାଲକାନଗିରି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ମୁଖ୍ୟ ଶାଖା ଠାରେ ମୁଖ୍ୟ ଅତିଥି ଭାବେ ସାଂସଦ ଇଂ ମାଝୀ ଯୋଗ ଦେଇ ୧୦ ବର୍ଷରୁ କମ୍ ବାଳିକା ମାନଙ୍କର ସୁକନ୍ୟା ସମୃଦ୍ଧି ଯୋଜନା ରେ ଏକାଉଣ୍ଟ୍ ଖୋଲିବା ପାଇଁ ପଦକ୍ଷେପ ନେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ, ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ, ଏସବିଆଇ ମୁଖ୍ୟ ପରିଚାଳକ ବିନୋଦ କୁମାର ବିଷୋୟୀ, ଲିଡ୍ ବ୍ୟାଙ୍କ୍ ମ୍ୟାନେଜର ଚକ୍ରଧର ନାୟକ ଓ ଉପ ଶାଖା ପରିଚାଳକ ଅଜିତ କୁମାର ଆଚାର୍ଯ୍ୟ ମଞ୍ଚାସୀନ ଥିଲେ। ଏହି କାର୍ଯ୍ୟକ୍ରମରେ ସାଂସଦ ଅଭିଭାବକ ମାନଙ୍କୁ ୧୦ ରୁ କମ୍ ବର୍ଷ ବାଳିକାଙ୍କୁ ଏହି ଯୋଜନାରେ ଖାତା ଖୋଲିବା ପାଇଁ ପ୍ରୋତ୍ସାହିତ କରିଥିଲେ। ସେ କହିଥିଲେ ଭାରତର କନ୍ୟାମାନଙ୍କ ସମୃଦ୍ଧି ଯଥା କନ୍ୟାର ଶିକ୍ଷା ଏବଂ ବିବାହ ଖର୍ଚ୍ଚ ଭରଣା ପାଇଁ ଏହା ଏକ ସଞ୍ଚୟ ଯୋଜନା । ଏଥିରେ ପିତାମାତା କିମ୍ବା ଆଇନଗତ ଅଭିଭାବକମାନେ ୧୦ ବର୍ଷରୁ କମ ଝିଅମାନଙ୍କ ପାଇଁ ଏକ ବ୍ୟାଙ୍କ ଆକାଉଣ୍ଟ ଖୋଲିବାର ସୁଯୋଗ ପାଇବେ । ଏହି ଯୋଜନା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୫ ଜାନୁଆରୀ ୨୨ ତାରିଖରେ ଉଦ୍ଘାଟନ କରିଥିଲେ । ଏହା ନରେନ୍ଦ୍ର ମୋଦୀଙ୍କର ବେଟି ବଚାଓ ବେଟି ପଢ଼ାଓ ପ୍ରଚାରର କାର୍ଯ୍ୟକ୍ରମର ଅଂଶ ଅଟେ ବୋଲି ସାଂସଦ ସୂଚନା ଦେଇଥିଲେ ।ମାଲକାନଗିରି ପୌର ପରିଷଦ ଅନ୍ତର୍ଗତ ୨୨ ଗୋଟି ବିଦ୍ୟାଳୟ ର ୧୦୦ ଜଣ ବାଳିକା ଙ୍କର ଆଜି ଏହି ଯୋଜନାରେ ଖାତା ଖୋଲା ଯାଇଛି । ସାଂସଦ ଏବଂ ଜିଲ୍ଲାପାଳ ନୂତନ ଭାବେ ଏହି ଯୋଜନାରେ ଏକାଉଣ୍ଟ୍ ଖୋଲିଥିବା ବାଳିକାଙ୍କର ଅଭିଭାବକଙ୍କୁ ଖାତା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସାଂସଦ ନିଜେ ୧୦ ହଜାର ଓ ବ୍ୟାଙ୍କ୍ କର୍ମଚାରୀ ୧୫ ହଜାର ଅର୍ଥାତ୍ ସମୁଦାୟ ୨୫ ହଜାର ଟଙ୍କା ର ପ୍ରାରମ୍ଭିକ କିସ୍ତି ପ୍ରଦାନ କରିଛନ୍ତି। ଜିଲ୍ଲାପାଳ ମଧ୍ଯ ଅଭିଭାବକ ମାନଙ୍କୁ ପ୍ରୋତ୍ସାହିତ କରିଥିଲେ ଏବଂ ସେ ନିଜ ଝିଅର ଏହି ଯୋଜନାରେ ଖାତା ଖୋଲିଛନ୍ତି ବୋଲି ସୂଚନା ଦେଇଥିଲେ। ସାଂସଦ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବିମା ଯୋଜନା ବିଷୟରେ ମଧ୍ଯ ଲୋକଙ୍କୁ ସଚେତନ କରିଛନ୍ତି। ସୂଚନା ଯୋଗ୍ୟ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବିମା ଯୋଜନା ହେଉଛି ଏକ ବର୍ଷିକିଆ ଜୀବନ ବୀମା ଯୋଜନା, ଯାହା ବ୍ୟାଙ୍କ ଖାତାଧାରୀଙ୍କୁ ୨ ଲକ୍ଷ ଟଙ୍କାର ଜୀବନ ବୀମା କଭରେଜ୍ ପ୍ରଦାନ କରିଥାଏ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଗୌରୀ ନାୟକ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଆନନ୍ଦ ରାଓ, ସାଂସଦ ପ୍ରତିନିଧି ସଞ୍ଜୟ ସରକାର ଙ୍କ ସମେତ ଶିକ୍ଷା ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ