।। ସୀମାନ୍ତ ପଟ୍ଟାଙ୍ଗି ବ୍ଲକ ପ୍ରଶାସନ ଦ୍ଵାରା ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ।।

Aug 13, 2024 - 18:08
 0  270
।। ସୀମାନ୍ତ ପଟ୍ଟାଙ୍ଗି ବ୍ଲକ ପ୍ରଶାସନ ଦ୍ଵାରା ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ।।

ପଦଯାତ୍ରା ମାଧ୍ୟମରେ କଲେ ସଚେତନ ପ୍ରତିକାର 13/8/24-ଭାରତର ଯୋଶସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଆହ୍ୱାନକ୍ରମେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଭାରତ କୋଣଅନୁକୋଣ 9 ତାରିଖ ରୁ 15 ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ ନେଇ ପ୍ରାବଧାନ ରହିଛି ତେଣୁ ଆଜି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ପ୍ରଶାସନ ଦ୍ଵାରା ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଟି ଅନୁଷ୍ଠିତ କରାଯାଇଥିଲା ଉକ୍ତ କାର୍ଯ୍ୟକ୍ରମ ଟି ପଟ୍ଟାଙ୍ଗି ଗୋଷ୍ଠି ଉନ୍ନୟନ ଅଧିକାରୀ ସୁକାନ୍ତ କୁମାର ପଟ୍ଟନାୟକ ଙ୍କ ତତ୍ୱବଧାନରେ ପଟ୍ଟାଙ୍ଗି ବ୍ଲକ ଅଫିସ ଠାରୁ "ଭାରତ ମାତା କି ଜୟ" ସ୍ଲୋଗାନ ଶବ୍ଦରେ ପଟ୍ଟାଙ୍ଗି ବ୍ଲକ ଅଫିସ ଠାରୁ ମିନିଷ୍ଟାଡିୟମ ପଟ୍ଟାଙ୍ଗି ପର୍ଯ୍ୟନ୍ତ ପଦଯାତ୍ରା କାର୍ଯ୍ୟକ୍ରମ ମାଧ୍ୟମରେ ନିଜର ଦେଶଭକ୍ତିର ଭାବ, ଜାତୀୟତା ର ଭାବ ଏବଂ ଜାଗ୍ରତ ର ଭାବ ପରିପ୍ରକାଶ କରିବା ପାଇଁ ପଦଯାତ୍ରା ଭାବେ ଅନୁଷ୍ଠିତ କରାଯାଇଥିଲା ତେବେ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ପଟ୍ଟାଙ୍ଗି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁକାନ୍ତ ପଟ୍ଟନାୟକ, ଜିପିଈଓ ଦିବାକର ପୁରୋହିତ, ବ୍ଲକ ଜନମଙ୍ଗଳ ଅଧିକାରୀ ଅନିଲ ସେଠୀ, ସମେତ ବ୍ଲକ ଶିକ୍ଷା ଅଧିକାରିଣୀ ପଟ୍ଟାଙ୍ଗି, ଏବଂ ପଟ୍ଟାଙ୍ଗି ସ୍କୁଲର ପ୍ରତେକ ଛାତ୍ରଛାତ୍ରୀ ତତ ସଙ୍ଗେ ସଙ୍ଗେ ବିଜେପି ପଟ୍ଟାଙ୍ଗି ବ୍ଲକ ମଣ୍ଡଳର କାର୍ଯ୍ୟକର୍ତ୍ତାଗଣ ଏବଂ ବିଜେପି ର ବିଧାୟକ ପାର୍ଥି ଥିବା ଶ୍ରୀମାନ ଚ୍ୟତନ୍ୟ ନନ୍ଦିବାଲି ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏବଂ ପଟ୍ଟାଙ୍ଗି ହାଇସ୍କୁଲର ଛାତ୍ରଛାତ୍ରୀ ମାନେ ପ୍ୟାରେଟ ମାଧ୍ୟମରେ ମୁଖ୍ୟ ଆକର୍ଷଣ ସୃଷ୍ଟି କରିଥିଲେ ପଦଯାତ୍ରା କାର୍ଯ୍ୟରେ ବିଶେଷ କରି ପ୍ରତେକ ଭାରତୀୟ ପ୍ରେମୀ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଘରେ ଘରେ ତ୍ରିରଙ୍ଗା ଲଗେଇବା ପାଇଁ ସଚେତନ ହେବା ଦରକାର ବୋଲି ପଟ୍ଟାଙ୍ଗି ବିଡ଼ିଓ ମୋତ ପ୍ରକାଶ କରିଥିଲେ ତତପରେ କାର୍ଯ୍ୟକ୍ରମଟି ସମାପ୍ତ କରାଯାଇଥିଲା l

କୋରାପୁଟ ରୁ ଖରା ଙ୍କ ରିପୋର୍ଟ First news Odisa

What's Your Reaction?

Like Like 0
Dislike Dislike 2
Love Love 3
Funny Funny 1
Angry Angry 0
Sad Sad 1
Wow Wow 10
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ