'ବାଲିଗୁଡ଼ାରେ ଘରେ ଘରେ ଗଞ୍ଜେଇ ରହିଛି' ମନ୍ତବ୍ୟକୁ ନେଇ ବିବାଦ, କ୍ଷମା ପ୍ରାର୍ଥନା ଦାବିରେ ତେଜିଲା ପ୍ରତିବାଦ
ଫୁଲବାଣୀ_ସୁବ୍ରତ ଜୈନ : ନିଶାମୁକ୍ତ ଓଡ଼ିଶା ଅଭିଯାନ କାର୍ଯ୍ୟକ୍ରମରେ ଦିଆଯାଇଥିବା ଏକ ମନ୍ତବ୍ୟକୁ ନେଇ ଟିକାବାଲି ଥାନାର ଆଇଆଇସି ଶିବ ଶଙ୍କର ସିଂଘା ବିବାଦରେ ଛନ୍ଦି ହୋଇଛନ୍ତି। କାର୍ଯ୍ୟକ୍ରମରେ ସେ କଥିତ ଭାବେ "ବାଲିଗୁଡ଼ାରେ ଯେଉଁ ଘରକୁ ଯିବେ, ସେଠାରେ ଗଞ୍ଜେଇ ମିଳିବ" ବୋଲି ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ଏହି ମନ୍ତବ୍ୟକୁ ନେଇ ବାଲିଗୁଡ଼ା ଅଞ୍ଚଳର ବିଭିନ୍ନ ସଂଗଠନ ଓ ସାଧାରଣ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ବାଲିଗୁଡ଼ା ଏକ ଭାଇଚାରା ଓ ସାମାଜିକ ସଦଭାବର ସହର। ଏଠାର ଅନେକ ବ୍ୟକ୍ତି ବିଭିନ୍ନ କ୍ଷେତ୍ରରେ ଜାତୀୟ ସ୍ତରରେ ସଫଳତା ଓ ସମ୍ମାନ ହାସଲ କରିଛନ୍ତି। ଏପରି ପରିସ୍ଥିତିରେ ଜଣେ ଦାୟିତ୍ୱବାନ ପୁଲିସ ଅଧିକାରୀଙ୍କ ଏଭଳି ସାଧାରଣୀକୃତ ମନ୍ତବ୍ୟ ସମଗ୍ର ବାଲିଗୁଡ଼ାର ସମ୍ମାନ ଓ ସ୍ୱାଭିମାନକୁ କ୍ଷୁଣ୍ଣ କରିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏହି ପ୍ରସଙ୍ଗରେ ବାଲିଗୁଡ଼ା ଯୁବକ ସଂଘ, ସାମ୍ବାଦିକ ସଂଘ, ଠିକାଦାର ସଂଘ ଏବଂ ଟ୍ରାକ୍ଟର ସଂଘ ପକ୍ଷରୁ ଆଇଆଇସି ଶିବ ଶଙ୍କର ସିଂଘାଙ୍କୁ ସର୍ବସାଧାରଣଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବାକୁ ଦାବି କରାଯାଇଛି। ଯଦି ସେ କ୍ଷମା ପ୍ରାର୍ଥନା ନକରନ୍ତି, ତେବେ ଆଗାମୀ ଦିନରେ ବାଲିଗୁଡ଼ା ବନ୍ଦ ଡାକରା, ରାସ୍ତାରୋକ ଓ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସଂଗଠନଗୁଡ଼ିକ ଚେତାବନୀ ଦେଇଛନ୍ତି।ଅନ୍ୟ ପକ୍ଷରେ ଟିକାବାଲି ଆଇଆଇସି ଶିବ ଶଙ୍କର ସିଙ୍ଗା କହିଛନ୍ତି ବାଲିଗୁଡା କାର୍ଯ୍ୟକାଳ ସମୟରେ ଅନେକ ଗଂଜେଇ ଗଛ କଟାଯାଇଛି ଏବଂ ଗଂଜେଇ ମୁକ୍ତ ସହର କରିବା ପାଇଁ ମୁ ସର୍ବଦା ଚେଷ୍ଟିତ ମୋ କଥା କୁ ଅଯଥା କଦର୍ଥ କରାଯାଉଛି ବୋଲି କହିଛନ୍ତି |
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0