କିଟ୍ କେୟାର୍ ପକ୍ଷରୁ ଯୋଗ ଶିକ୍ଷା ଉପରେ ତର୍କ ପ୍ରତିଯୋଗିତା

Jul 4, 2026 - 19:14
 0  2
କିଟ୍ କେୟାର୍ ପକ୍ଷରୁ ଯୋଗ ଶିକ୍ଷା ଉପରେ ତର୍କ ପ୍ରତିଯୋଗିତା

ବାରିପଦା - ତା:- ୦୧/୦୭/୨୦୨୬ ରିଖ ସ୍ଥାନୀୟ ଦତ୍ତ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭୁବନେଶ୍ୱର କିଟ୍ କେୟାର ତରଫରୁ ସମସ୍ତଙ୍କ ପାଇଁ ଶିକ୍ଷା କାର୍ଯ୍ୟକ୍ରମ ଜରିଆରେ ସମ୍ପ୍ରତି ଜେନ୍- ଜି ଙ୍କ ଜୀବନ ଧାରଣ ପ୍ରକ୍ରିୟାରେ ଯୋଗାଭ୍ୟାସର ପ୍ରଭାବ ଆକଳନ କରିବା ପାଇଁ ଏକ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। " ପୂର୍ବରୁ ପାଠ୍ୟକ୍ରମରେ ଯୋଗ ଶିକ୍ଷା ବାଧ୍ୟତାମୂଳକ ବିଷୟ ନଥିବାବେଳେ, ବର୍ତ୍ତମାନର ଜେନ–ଜି ପିଢୀର ଶାରୀରିକ, ମାନସିକ ଓ ନୈତିକ ବିକାଶକୁ ଦୃଷ୍ଟିରେ ରଖି ଏହାକୁ ବାଧ୍ୟତାମୂଳକ ବିଷୟ ଭାବେ ପାଠ୍ୟକ୍ରମରେ ସାମିଲ କରାଯିବା ଉଚିତ କି ? " ବିଷୟ ଉପରେ ଆଧାରିତ ଏହି ପ୍ରତିଯୋଗିତାରେ ବିଦ୍ୟାଳୟର ୩୫ ଜଣ ଶିକ୍ଷାର୍ଥୀ ଅଂଶ ଗ୍ରହଣ କରିଥିବା ବେଳେ ସମୁଦାୟ ୧୩୫ ଜଣ ଶିକ୍ଷାର୍ଥୀ ଉପସ୍ଥିତ ରହିଥିଲେ। ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷା ସୀମାଶ୍ରୀ ଦତ୍ତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଚେତନତା ସଭାର ପ୍ରାରମ୍ଭରେ ଶିକ୍ଷାର୍ଥୀ ମାନଙ୍କ ଦ୍ୱାରା ସନ୍ଧ୍ୟା ପ୍ରାର୍ଥନା, ଓଡ଼ିଆ ଭାଗବତ ଓ ଗୀତା ଆବୃତ୍ତି ପରେ ବିଦ୍ୟାଳୟର ନିର୍ଦ୍ଦେଶକ ସବ୍ୟସାଚୀ ଦତ୍ତ ସ୍ୱାଗତ ଅଭିଭାଷଣ ରଖିଥିଲେ I ମୁଖ୍ୟ ଅତିଥିରୂପେ ବାରିପଦା ଏମ୍.ପି.ସି ସ୍ୱୟଂଶାସିତ ମହାବିଦ୍ୟାଲୟର ପ୍ରାକ୍ତନ ଅଧ୍ୟକ୍ଷା ଡ.ବନଜା ମହାନ୍ତି ଓ ସମ୍ମାନୀୟ ଅତିଥି ଭାବରେ ବାଙ୍ଗିରିପୋଷି ଲକ୍ଷ୍ମୀକାନ୍ତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷା ଡ. ପୁଷ୍ପା ପାତ୍ର ଉପସ୍ଥିତ ରହି ଶିକ୍ଷାର୍ଥୀ ମାନଙ୍କୁ ସମ୍ପ୍ରତି କୃତ୍ରିମ ବୁଦ୍ଧିମତାର ବହୁଳ ପ୍ରଭାବ ଯୁଗରେ ସେମାନଙ୍କ ଜୀବନ ଶୈଳୀରେ ହେଉଥିବା ପରିବର୍ତ୍ତନ, ଅସ୍ଥିରତା ଓ ଅବସାଦକୁ ନିୟନ୍ତ୍ରଣ କରି ଏକ ସମନ୍ୱିତ ଓ ସନ୍ତୁଳିତ ଜୀବନ ଯାପନ କରିବା ଦିଗରେ ଯୋଗାଭ୍ୟାସର ଗୁରୁତ୍ୱ ସମ୍ପର୍କରେ ସଚେତନତା ମୂଳକ ଅଭିବ୍ୟକ୍ତି ରଖିଥିଲେ। ପରେ ପରେ ଶିକ୍ଷାର୍ଥୀଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I ଏହି ପ୍ରତିଯୋଗିତାରେ ଦ୍ୱାଦଶ ଶ୍ରେଣୀର ଶିବାଶିଷ ମହାନ୍ତ ୧ମ ଓ ଅକ୍ଷୟ ରୂପ ୨ୟ ଏବଂ ଏକାଦଶ ଶ୍ରେଣୀର ଦୀପିକା ମୁର୍ମୁ ୩ୟ ସ୍ଥାନ ଅଧିକାର କରି କିଟ୍ କେୟାର ତରଫରୁ ପ୍ରତିଷ୍ଠାତା ନିର୍ଦ୍ଦେଶକ ଅଚ୍ୟୁତ ସାମନ୍ତଙ୍କ ଅତି ପ୍ରିୟ ରେନୋଲ୍ଡ କଲମ ସହ ଆକର୍ଷଣୀୟ ଉପହାର ଗ୍ରହଣ କରିଥିଲେ I ଶେଷରେ କିଟ୍ କେୟାରର ଛାତ୍ର ମଙ୍ଗଳ ଅଧିକାରୀ ଡ. ରାଜେନ୍ଦ୍ର କୁମାର ଦାସ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ