ତୁମୁଡିବନ୍ଧରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

Jun 21, 2026 - 09:13
 0  3
ତୁମୁଡିବନ୍ଧରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ତୁମୁଡିବନ୍ଧ, ୨୧ ଜୁନ: ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ତୁମୁଡିବନ୍ଧ ବ୍ଲକ ହାଇସ୍କୁଲ ପଡ଼ିଆରେ ଏକ ବିଶାଳ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜନପ୍ରତିନିଧି, ବିଭିନ୍ନ ବିଭାଗର ଅଧିକାରୀ, ସ୍ୱାସ୍ଥ୍ୟକର୍ମୀ ଏବଂ ସ୍ଥାନୀୟ ଲୋକମାନେ ଯୋଗଦେଇ ସମୂହ ଯୋଗାଭ୍ୟାସ କରିଥିଲେ। ଅତିଥିମାନେ ନିଜ ବକ୍ତବ୍ୟରେ କହିଥିଲେ ଯେ, ଯୋଗ କେବଳ ଏକ ବ୍ୟାୟାମ ନୁହେଁ, ବରଂ ଏହା ସୁସ୍ଥ ଓ ନିରୋଗ ଜୀବନର ମୂଳମନ୍ତ୍ର। ନିୟମିତ ଯୋଗାଭ୍ୟାସ ଦ୍ୱାରା ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟର ବିକାଶ ସହ ଦୈନନ୍ଦିନ ଜୀବନର ଚାପକୁ ମଧ୍ୟ ଦୂର କରାଯାଇପାରିବ। ତେଣୁ ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ଯୋଗକୁ ସାମିଲ କରିବା ଆବଶ୍ୟକ ବୋଲି ସେମାନେ ମତ ପ୍ରକାଶ କରିଥିଲେ। ଏହି ଅବସରରେ ତୁମୁଡିବନ୍ଧ ପଞ୍ଚାୟତ ସମିତି ଅଧ୍ୟକ୍ଷା ବାସନ୍ତୀ ମାଝୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବନବିହାରୀ ହରପାଲ, ସାଂସଦ ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ମଣ୍ଡଳ ସଭାପତି ସରମେଶ୍ୱର ମାଝୀ, ବରିଷ୍ଠ ନେତା ନେତ୍ର ମାନସେଠ, ରବି ପାତ୍ର, ଶ୍ରୀଚନ୍ଦ୍ର ପରାସେଠ, ଯୁକ୍ତ ଦୁଇ ଅଧ୍ୟକ୍ଷ ସୁନୀଲକୁମାର ପାତ୍ର, ଡାକ୍ତର ସ୍ୱୟଂମଜୀତ ଦାଶଙ୍କ ସମେତ ବ୍ଲକ ପ୍ରଶାସନ କର୍ମଚାରୀ, ଓଏଲଏମ୍ ଷ୍ଟାଫ, ଏମବିକେ ଓ ସ୍ଥାନୀୟ ଅଞ୍ଚଳର ବହୁ ଲୋକ ଉପସ୍ଥିତ ରହି ଯୋଗ ଦିବସକୁ ସଫଳ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ