ବିଜ୍ଞାପିତ ଅଂଚଳ ପରିଷଦ, ଖରିଆର ରୋଡ ଦ୍ଵାରା ଅନ୍ତିମ ଦିନରେ ୱାର୍ଡ ନମ୍ବର 19 ଅହୀର କଲୋନୀ ଠାରେ ଜନ ସମ୍ପର୍କ କାର୍ଯ୍ୟକ୍ରମ

Jun 21, 2026 - 06:57
 0  2
ବିଜ୍ଞାପିତ ଅଂଚଳ ପରିଷଦ, ଖରିଆର ରୋଡ ଦ୍ଵାରା ଅନ୍ତିମ ଦିନରେ ୱାର୍ଡ ନମ୍ବର 19 ଅହୀର କଲୋନୀ ଠାରେ ଜନ ସମ୍ପର୍କ କାର୍ଯ୍ୟକ୍ରମ

ନୂଆପଡା : ବିଜ୍ଞାପିତ ଅଂଚଳ ପରିଷଦ, ଖରିଆର ରୋଡ ଦ୍ୱାରା ଅନ୍ତିମ ଦିନରେ ଅହୀର କଲୋନୀ ଠାରେ ସହରାଞ୍ଚଳ ଜନ ସମ୍ପର୍କ ଏବଂ ନାଗରିକ ଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ପରିଷଦ ର ଅଧ୍ୟକ୍ଷା ସୋନିୟା ଜୈନ, କଳାହାଣ୍ଡି ସାଂସଦ ପ୍ରତିନିଧି ଗୋଲଡି ଅଗ୍ରୱାଲ, ବରିଷ୍ଠ ନାଗରିକ ସହ ସମସ୍ତ ସଭ୍ୟ ଓ ସଭ୍ୟା ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଜନ ସାଧାରଣ ଏବଂ ସରକାର ଙ୍କ ସିଧାସଳଖ ସମ୍ପର୍କ କୁ ସୁଦୃଢ କରିବା, ନାଗରିକ ମାନଙ୍କ ସକ୍ରିୟ ସହଭାଗିତା କୁ ପ୍ରୋତ୍ସାହନ ଦେବା, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଓ ବିକାଶ ମୂଳକ କାର୍ଯ୍ୟକ୍ରମ ସମ୍ପର୍କ ରେ ସଚେତନତା ସୃଷ୍ଠି କରିବା ଓ ନାଗରିକ ମାନଙ୍କ ମତାମତ ଓ ଆଶା ଆକାଂକ୍ଷା କୁ ଶାସନ ପ୍ରକ୍ରିୟା ସହ ଯୋଡ଼ିବା ଉଦ୍ଦେଶ୍ୟ ରେ ଆୟୋଜନ କରାଯାଇଥିଲା l ଜନ ସାଧାରଣଙ୍କ ଅନେକ ଅଭିଯୋଗ କୁ ଶୁଣାଯାଇଥିଲା ତାର ପ୍ରତିକାର ପାଇଁ ନିଷ୍ପତି ନିଆଯାଇଥିଲା l ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ