।। ସିମେଣ୍ଟ ବଜେଇ ଟ୍ରକ ସହ ଗଞ୍ଜେଇ ଜବତ, ମାଫିଆ ଫେରାର ।।

May 2, 2023 - 21:32
 0  107
।। ସିମେଣ୍ଟ ବଜେଇ ଟ୍ରକ ସହ ଗଞ୍ଜେଇ ଜବତ, ମାଫିଆ ଫେରାର ।।

ପଚାଶ ଲକ୍ଷ ଟଙ୍କାର ଗଞ୍ଜେଇ ସହ ସିମେଣ୍ଟ ବଜେଇ ଟ୍ରକ ଜବତ । ଗଞ୍ଜେଇ ଚାଲାଣ ମାଫିଆ ସମେତ ଟ୍ରକ୍ ଡ୍ରାଇଭର ଓ ହେଲ୍ପର ଫେରାର୍। ସୂଚନା ଅନୁଯାୟୀ ନୂଆପୁଟ୍ ଗ୍ରାମ ନିକଟରେ ବାହାର ରାଜ୍ୟରୁ ଏକ ଟ୍ରକରେ ଗଞ୍ଜେଇ ଲୋଡ଼ ହେଉଥିବାର ବିଶେଷ ସୂତ୍ରରୁ ଖବର ପାଇଥିଲା ମାଛକୁଣ୍ଡ ପୋଲିସ୍। ଖବର ପାଇବା ମାତ୍ରେ ମାଛକୁଣ୍ଡ , ଲମତାପୁଟ, ଜାଲାପୁଟ୍ , ପୋଲିସ୍ ଏକ ମିଳିତ ଟିମ୍ ଭାବେ ଗଞ୍ଜେଇ ବୋଝେଇ ଟ୍ରକଟିକୁ ଚଡ଼ାଉ କରିଥିଲେ । ଅନ୍ଧାରର ସୁଯଗ ନେଇ ଗଞ୍ଜେଇ ମାଫିଆମାନେ ଫେରେର ହେଇଥିବା ବେଳେ ଗଞ୍ଜେଇ ବଝେଇ ଟ୍ରକକୁ ଜବତ କରିଥିଲା ପୋଲିସ । ଟ୍ରକ୍ କୁ ଯାଞ୍ଚ କରିବା ପରେ ସେଥିରେ କୋଡ଼ିଏଟି ବସ୍ଥାରେ ଗଞ୍ଜେଇ ରହିଥିଲା । ତେବେ ଓଜନ କରିବା ପରେ ପାଞ୍ଚ କୁଇଣ୍ଟାଲ୍ ଦୁଇ କେଜି ଗଞ୍ଜେଇ ଥିବା ଜଣା ପଡ଼ିଛି। ଏହି ଗଞ୍ଜେଇର ମୂଲ୍ୟ ପ୍ରାୟ ପଚାଶ୍ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଗଞ୍ଜେଇ ମାଫିଆ ଫେରାର୍ ହେଇ ଥିବାରୁ ଗାଡ଼ିର କାଗଜ ପତ୍ର ଯାଞ୍ଚ କରିବା ପରେ ମାଲିକ ନାମରେ NDPS ମାମଲା ରୁଜୁ କରିବ ପୋଲିସ ପକ୍ଷରୁ ସୂଚନା ରହିଛି । ଏହି ପରି ଦିନକୁ ଦିନ ଗଞ୍ଜେଇ ମାଫିଆ ମାନେ ବିଭିନ୍ନ ଉପାୟ ଆପଣାଇ ଗଞ୍ଜେଇ ଚାଲାଣରେ ସଫଳ ହେଉଛନ୍ତି । ମାଫିଆଙ୍କୁ ଧରିବାରେ ପୋଲିସ୍ ବିଫଳ ହେଉଛି। ତେବେ ଏହାକୁ ରଖିବାକୁ ପୋଲିସ ବିଭାଗୀୟ ଅଧିକାରୀଙ୍କୁ ତତ୍ପର ହେବା ସହ ରାତ୍ର କାଳିନି ସମୟରେ ମଧ୍ୟ ଯାନ ବାହାନ କଡ଼ା କଡ଼ି ଭାବେ ଯାଞ୍ଚ କରିବା ଆବଶ୍ୟକ ଅଛି ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି । *ସ୍ଥାନ :- ଲମତା ପୁଟ* *କୋରାପୁଟ ବୈପାରିଗୁଡ଼ା ରୁ ଗୋମତି ପାଙ୍ଗି ଙ୍କ ରିପୋର୍ଟ*

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ