ସାଂସଦ ଙ୍କ ଅଭିଯୋଗ ଶୁଣାଣୀ ବେହେଡ଼ା

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୨୧/୦୨/୨୦୨୫ ରିଖ: ନବରଙ୍ଗପୁର ଜ଼ିଲ୍ଲା ର ବେହେଡ଼ା ଅନ୍ତର୍ଗତ ନୂଆଗୁଡା ଠାରେ ନବରଙ୍ଗପୁର ସାଂସଦ ଶ୍ରୀ ଯୁକ୍ତ ବଳଭଦ୍ର ମାଝୀ ଏକ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ କରିଥିଲେ ! ଏହି ସଭାରେ ସ୍ଥାନୀୟ ଅଞ୍ଚଳ ର ସୁବିଧା ଅସୁବିଧା ପାଇଁ ଲୋକ ମାନେ ଲିଖିତ ଅଭିଯୋଗ କରିଥିଲେ ! ସାଂସଦ ଶ୍ରୀ ମାଝୀ ତୁରନ୍ତ ସମସ୍ୟା ର ସମାଧାନ କରିବାକୁ ପ୍ରତିଶୃତି ଦେଇଥିଲେ ! ସାଂସଦ ଉମରକୋଟ ଫେରିବା ବାଟରେ ମାଁ ତାରିଣୀ ମନ୍ଦିର ପରିଚାଳନା କମିଟି ତରଫରୁ ଭବ୍ୟସ୍ୱାଗତ କରାଯାଇ ମାଁ ଙ୍କ ଦର୍ଶନ ନିମନ୍ତେ ପାଛୋଟି ନିଆଯାଇଥିଲା ! ମନ୍ଦିର ର ବିଭିନ୍ନ ସମସ୍ୟା ବିଷୟରେ ଶ୍ରୀ ମାଝୀ ଙ୍କୁ ଅବଗତ କରାଯାଇଥିଲା ! ମାଁ ତାରିଣୀ ମନ୍ଦିରର କୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା, ଚଇତି ପର୍ବ ପାଇଁ ଅବଗତ କରାଗଲା ! ଏଥିରେ ସାଂସଦ ମଧ୍ୟ୍ୟ କାର୍ଯ୍ୟ କରିବାକୁ ଦୃଢ଼ ପ୍ରତିଶୃତି ଦେଇଛନ୍ତି ! ସଭାପତି ଡମ୍ବରୁ ଭତ୍ରା, ସମ୍ପାଦକ ସଜିତ କୁମାର ପଟ୍ଟନାୟକ, ନିରୋଦ ନାୟକ, ଲକ୍ଷ୍ମୀ ପାଢ଼ୀ,ଗୌରାଙ୍ଗ ବିଷୋୟୀ, ମୁନା ପାଣିଗ୍ରାହୀ, ସୁଦାମ ମିଶ୍ର, ଅଜୟ ପରିଡ଼ା ସମେତ କମିଟି ର ଅନ୍ୟାନ୍ୟ ସଦସ୍ୟ ଗଣ ଓ ବେହେଡା ଗ୍ରାମ ପଞ୍ଚାୟତର ପିଇଓ ଶ୍ରୀ ସପନ ସରକାର ଓ ଆକାଉଣ୍ଟାଣ୍ଟ ଶ୍ରୀ ଦେବାଶ୍ରିତ ମହାପାତ୍ର ଙ୍କ ସମେତ ପ୍ରାୟ ୫୦୦ ରୁ ୧୦୦୦ ଜନ ସାଧାରଣ ଉପସ୍ଥିତ ଥିଲେ !
ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !
What's Your Reaction?






