।। ସରକାର ଦେଉଥିବା ବସୁଧା ଯୋଜନା ଗଲା କୁଆଡେ :ପାଣି ପାଇଁ ଡହଳ ବିକଳ ଗ୍ରାମବାସୀ।

Jun 2, 2023 - 07:00
 0  12
।। ସରକାର ଦେଉଥିବା ବସୁଧା ଯୋଜନା ଗଲା କୁଆଡେ :ପାଣି ପାଇଁ ଡହଳ ବିକଳ ଗ୍ରାମବାସୀ।

ଦୁନିଆ କେତେ ଅଗ୍ରଗତି କରିବା ସତେ ମଧ୍ୟ ଗରିବ ଲୋକ ଙ୍କ ଯୋଜନା କୁ ବାଟବଣା କରି ସରକାରୀ ବାବୁ ।ସବୁ ଯୋଜନା କୁ ସଠିକ ଓ ସେହି ଜାଗାରେ ଆଜିବି ଲୋକେ ମୌଳିକ ସୁବିଧା ରୁ ବି ବଞ୍ଚିତ ଥିବା ଦେଖିବାକୁ ମିଳିଛି କଳାହାଣ୍ଡି ରାମପୁର ବ୍ଲକ ଥୁଆମୂଳ ରାମପୁର ପଞ୍ଚାୟତ ପିଣ୍ଡା ପଦର ର ଭାଟିପଡା ରେ ।ଏଠାରେ 20 ପରିବାର ଥିବା ବେଳେ ପାନୀୟ ଜଳ ଅତି ଶଙ୍କଟ ହୋଇଛି ଏବଂ ଯେଉ ରିଙ୍ଗ ନଳକୂଅ ଅଛି ତାହା ବିପଦ ଶଙ୍ଖୁଲ ହୋଇଛି କହିବା ହେଲା ରାସ୍ତା ର ଡ୍ରେନ ଖୋଲିବା ସମୟରେ ରିଙ୍ଗ କେତେ ଭାଙ୍ଗି ବାରୁ ସେହି ବାଟ ଦେଇ ଅଳିଆ ଆବର୍ଜନା ଦୂଷିତ ପାଣି ନଳକୂପ ରେ ପଶି ବିଶୁଦ୍ଧ ପାଣିକୁ ଦୂଷିତ ହେଉଛି lଦୂଷିତ ଜଳକୁ ନେଇ ବ୍ୟବହାର ପରେ ଅନେକ ରୋଗ ରେ ଆକ୍ରାନ୍ତ ହୋଇ ବାରମ୍ବାର ସ୍ୱାସ୍ଥ୍ୟ କେନ୍ଦ୍ର କୁ ଯାଉଥିବା ଏବଂ ଏହି ସମସ୍ୟା କୁ ନେଇ ବ୍ଲକ ର ପ୍ରଶାସନ ଓ ଲୋକ ପ୍ରତିନିଧି ମାନଙ୍କୁ ଜଣାଇଲେ ବି କେହି ଦୃଷ୍ଟି ଦେଉନାହାନ୍ତି କି କର୍ଣ୍ଣପାତ କରୁ ନାହାନ୍ତି ବୋଲି ଗ୍ରାମ ବାସି ଅଭିଯୋଗ କରିଥିଲେ l ଖେତ ଜମି ର ଏକ ପାର୍ଶ୍ୱ ରେ ଛୋଟ କୁଣ୍ଡ କରି ସେଥିର ପାଣି କପଡା ସହ ପାଣି କୁ ଛାଣି ଘର କୁ ପାଣି ନେଇ ନିଜ କାର୍ଯ୍ୟ ରେ ଲଗାଇଥାନ୍ତି l ବଡ଼ ଦୁଃଖର କଥା କି ଅନେକ ଗାଁ ରେ ଘର କୁ ଘର ପାଇପ ପାଣି ଯୋଗାଇ ଦିଆହୋଇଛି ହେଲେ ଆମ କିଛି ହୋଇନି ଆମେ ଥୁଆମୂଳ ରାମପୁର ବ୍ଲକ ର ନାଗରିକ ନୁହଁ କି ଆମ କୁ ସାଲା୍ର ଟ୍ୟାଙ୍କ ଦରକାର ବୋଲି ଅଭିଯୋଗ କରିଥିଲେ l ଏହି ଗ୍ରାମ ର ଅଭିଯୋଗ କୁ କେବେ ସୁଧାରି ସମସ୍ୟା ଦୂର ହେବ ତାହା ସମୟ କହିବ ।

କଳାହାଣ୍ଡି ଜିଲ୍ଲାରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ