ସମ୍ମିଳୀତ କର୍ମଜୀବୀ ସାମ୍ବାଦିକ ସଂଘ ତରଫ ରୁ ଏସ. ଏ ନ. କଲ୍ୟାଣୀ ମଣ୍ଡପ ଭବାନୀପାଟଣା ଠାରେ ଜାତୀୟ ପ୍ରେସ ଦିବସ ପାଳିତ। ଏହି ଅବସରରେ ଥୁଆମୁଳ ରାମପୁର ବରିଷ୍ଠ ସାମ୍ବାଦିକ ବଳଭଦ୍ର ବାଗ ଙ୍କୁ ସମ୍ମାନିତ କରାଯାଇଥିଲା

Nov 17, 2024 - 18:29
 0  13
ସମ୍ମିଳୀତ କର୍ମଜୀବୀ ସାମ୍ବାଦିକ ସଂଘ ତରଫ ରୁ ଏସ. ଏ ନ. କଲ୍ୟାଣୀ ମଣ୍ଡପ ଭବାନୀପାଟଣା ଠାରେ ଜାତୀୟ ପ୍ରେସ ଦିବସ ପାଳିତ। ଏହି ଅବସରରେ ଥୁଆମୁଳ ରାମପୁର ବରିଷ୍ଠ ସାମ୍ବାଦିକ ବଳଭଦ୍ର ବାଗ ଙ୍କୁ ସମ୍ମାନିତ କରାଯାଇଥିଲା

ତା ୧୬/୧୧/୨୦୨୪ ଭବାନୀପାଟଣା ଏସ.ଏ ନ.କଲ୍ୟାଣୀ ମଣ୍ଡପ ଠାରେ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ ତରଫ ର ୨୦୨୪ .ଜାତୀୟ ପ୍ରେସ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି, ଏହି ପ୍ରେସ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ସାହୁ (ଅଧ୍ୟକ୍ଷ ଭବାନୀପାଟଣା ବ୍ଲକ ) ସମ୍ମାନୀତ ଅତିଥି ଭାବରେ ରାଜୀବ କୁମାର ଅଗ୍ରୱାଲ (ଉପାଧ୍ୟକ୍ଷ କୋକସରା ବ୍ଲକ ) ମୁଖ୍ୟ ବକ୍ତା ଭାବରେ ଓୟୁଡବ୍ଲୁଜେ ରାଜ୍ୟ ସଭାପତି ସଞ୍ଜୟ ଦାସ। ସଭାପତି ଓୟୁଡବ୍ଲ୍ୟୁ ଜେ କଳାହାଣ୍ଡି, ଦୀପକ କୁମାର ସାହୁ, ସମ୍ପାଦକ, ମନୋଜ କୁମାର ନାଏକ, କୁଞ୍ଜ ସାହୁ (ଉପଦେଷ୍ଟା ଓୟୁ ୱ ଜେ. କଳାହାଣ୍ଡି ) ଉପସ୍ଥିତ ଥିଲେ ଏବଂ ରାଜ୍ୟ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ରଜନୀ କାନ୍ତ ସାମନ୍ତରାୟ, ରାଜ୍ୟ ସଭାପତି ସଞ୍ଜୟ ଦାସ, ପ୍ରସନ୍ନ କୁମାର ମହାନ୍ତି, ପ୍ରଦ୍ୟୁମ୍ନ କୁମାର ଦାସ ପ୍ରମୁଖ ମଞ୍ଚାସିନ ରହିଥିବା ବେଳେ ମନୋଜ କୁମାର ନାଏକ ଓୟୁଡବ୍ଲ୍ୟୁଜେ କଳାହାଣ୍ଡି ଜିଲ୍ଲା ଶାଖା ସମ୍ପାଦକ ମଞ୍ଚ ପରିଚାଳନା କରିଥିଲେ। ଏହି ପ୍ରେସ ଦିବସର ମହତ୍ୱ ଓ ସାମ୍ବାଦିକ ମାନଙ୍କ ଭୂମିକା, ସମ୍ବାଦ ସଂଗ୍ରହ ସମୟରେ ହେଉଥିବା ବିଭିନ୍ନ ପରିସ୍ଥିତି, ଦୁର୍ଗମ ଅଞ୍ଚଳରୁ ସମ୍ବାଦ ସଂଗ୍ରହ କେତେ କଷ୍ଟ କର ହୋଇଥାଏ ତାଉପରେ ମଞ୍ଚାସିନ ଅତିଥି ମାନେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ, ଏବଂ ଆଗାମୀ ଦିନରେ ସୁବିଧା ଯୋଜନା, ରେସକ୍ୟୁ ଗାଡି ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରୁଥିବା ପ୍ରକାଶ କରି, ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟ ରେ ପ୍ରକାଶ କରିଥିଲେ ଯେ ବିଭିନ୍ନ ସଂଘର୍ଷ ମୟ ପରିସ୍ଥିତି ରେ ମଧ୍ୟ ଦୂର ଦୁରାନ୍ତର ଖବର ପ୍ରସାରଣ କରି ଲୋକ ଲୋଚନ କୁ ଆଣୁଥିବାରୁ ସାମ୍ବାଦିକ ମାନଙ୍କୁ ଧନ୍ୟବାଦ ସହ ସମସ୍ତେ ସହଯୋଗ କରିବାକୁ ଆହ୍ବାନ କରିଥିଲେ। ଏହି ଅବସରରେ ଅନେକ ସମାଜସେବୀ, ସାମ୍ବାଦିକ ମାନଙ୍କ ସହିତ ଥୁଆମୁଳ ରାମପୁର ବରିଷ୍ଠ ସାମ୍ବାଦିକ ବଳଭଦ୍ର ବାଗ (ଦୈନିକ ଆଶା) ଙ୍କୁ ସମ୍ମାନିତ କରିଥିଲେ। ପରିଶେଷରେ ବରିଷ୍ଠ ଦୈନିକ ଆଶା ଜିଲ୍ଲା ପ୍ରତିନିଧି କୁଞ୍ଜ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ