ସତୀଗୁଡ଼ା ଅଞ୍ଚଳରେ ଖୁସିର ଲହର ପ୍ରଶାସନର ତ୍ୱରିତ ପଦକ୍ଷେପ ଯୋଗୁଁ ଦୂର ହେଲା ପାନୀୟ ଜଳ ସମସ୍ୟା

Apr 5, 2026 - 20:26
 0  1
ସତୀଗୁଡ଼ା ଅଞ୍ଚଳରେ ଖୁସିର ଲହର  ପ୍ରଶାସନର ତ୍ୱରିତ ପଦକ୍ଷେପ ଯୋଗୁଁ ଦୂର ହେଲା ପାନୀୟ ଜଳ ସମସ୍ୟା

ମାଲକାନଗିରି,୫/୪/୨୬: ଜନସାଧାରଣଙ୍କ ସମସ୍ୟା ପ୍ରତି ପ୍ରଶାସନର ସମ୍ବେଦନଶୀଳତା ଏକ ସୁନ୍ଦର ଉଦାହରଣ ସୃଷ୍ଟି କରିଛି। ସତୀଗୁଡ଼ା ଅଞ୍ଚଳରେ ଦେଖାଦେଇଥିବା ପାନୀୟ ଜଳ ସମସ୍ୟାକୁ ଗୁରୁତ୍ୱର ସହ ଗ୍ରହଣ କରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ତୁରନ୍ତ ଏହାର ସମାଧାନ ପାଇଁ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ଏହି ମାନବୀୟ ଓ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ପାଇଁ ସ୍ଥାନୀୟ ଅଞ୍ଚଳରେ ଏବେ ଖୁସିର ବାତାବରଣ ଦେଖିବାକୁ ମିଳିଛି। ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥି ସରାବୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରାଯାଇଥିଲା। ଗ୍ରାମବାସୀଙ୍କ ଜଳକଷ୍ଟ ଦୂର କରିବା ପାଇଁ ୧୦ଟି ଷ୍ଟାଣ୍ଡ ପୋଷ୍ଟ ସ୍ଥାପନ କରାଯାଇଛି। ଅଧୀକ୍ଷଣ ଯନ୍ତ୍ରୀ ଜନକ ବଳବନ୍ତ ରାୟଙ୍କ ସୂଚନା ଅନୁଯାୟୀ, ଆଜି ପାଞ୍ଚଟି ଷ୍ଟାଣ୍ଡ ପୋଷ୍ଟରେ ସଫଳତାର ସହ ପାଣି ଛଡ଼ାଯାଇଛି। ଆସନ୍ତାକାଲି ସୁଦ୍ଧା ସମସ୍ତ ୧୦ଟି ପୋଷ୍ଟରେ ପାଣି ପହଞ୍ଚିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏଥିରେ ପିଏଚଡ଼ି କନିଷ୍ଠ ଯନ୍ତ୍ରୀ ରାମ ପ୍ରଧାନ ଓ ଏଇଇ ରୋମାନ୍ କିଷାନ୍ ଉପସ୍ଥିତ ରହି ଲୋକଙ୍କ ସୁବିଧା ପାଇଁ କାର୍ଯ୍ୟ କରିଥିଲେ। ପ୍ରଶାସନର ଏଭଳି ଦ୍ରୁତ ଓ ସକାରାତ୍ମକ କାର୍ଯ୍ୟଶୈଳୀ ପାଇଁ ସତୀଗୁଡ଼ାବାସୀ ଜିଲ୍ଲାପାଳ ଓ ସମ୍ପୃକ୍ତ ବିଭାଗର ସମସ୍ତ ଅଧିକାରୀଙ୍କୁ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ