ସକ୍ଷମ ଅକ୍ଷମ ସଭିଏଁ ସମାନ : ଅତିରିକ୍ତ ଜିଲ୍ଲାପାଳ
ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୨୬.୦୧.୨୦୨୬ ରିଖ: ଭାରତର ୭୭ତମ ସାଧାରଣତନ୍ତ୍ର ଦିବସ ରେ ଗାଁ ଠାରୁ ସହର ଯାଏଁ ସବୁଠାରେ ଜାତୀୟ ପତାକା ତ୍ରିରଙ୍ଗା ଫର୍ ଫର୍ ଉଡ଼ି ଗୋଟିଏ ବାର୍ତ୍ତା ଦେଉଛି ଯେ ତା ନିକଟରେ ସକ୍ଷମ ଅକ୍ଷମ ,ଧର୍ମ ,ଜାତି,ବର୍ଣ୍ଣ,ଲିଙ୍ଗ ସଭିଏଁ ସମାନ ! କେହି ନିଜର ନୁହଁ କି କେହି ପର ନୁହଁ ! ନବରଙ୍ଗପୁର ଜିଲ୍ଲା ସ୍ଵତନ୍ତ୍ର ଶିକ୍ଷା ଏବଂ ଧନ୍ଦା ମୂଳକ ତାଲିମ କେନ୍ଦ୍ର "ଆଶା କିରଣ" ରେ ପତାକା ଉତ୍ତୋଳନ କରିବାକୁ ଆସି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତପନ କୁମାର ଖୁଣ୍ଟିଆ ତାଙ୍କ ବକ୍ତବ୍ୟ ରେ ଏହା କହିଥିଲେ ! ଆହୁରି ମଧ୍ୟ କହିଥିଲେ ଯେ ମୋ ପାଇଁ ଅତି ସୌଭାଗ୍ୟର ର ବିଷୟ ଯେ ମୁଁ ଆଜି ପରି ଏକ ଶୁଭ ଦିନରେ ତୁମ ନିକଟରେ ପହଞ୍ଚି ପାରିଛି ! ଆମ ଜାତୀୟ ପତାକା ଦେଶରେ ସମନତାର ବାର୍ତ୍ତା ବାଣ୍ଟୁଛି ! ଭିନ୍ନକ୍ଷମ ପିଲାଙ୍କ ନିମନ୍ତେ ନବରଙ୍ଗପୁର ଜିଲ୍ଲା ର ଏକମାତ୍ର ସ୍ଵତନ୍ତ୍ର ଶିକ୍ଷା ଏବଂ ତାଲିମ କେନ୍ଦ୍ର ରେ ସକାଳ ୮ ଘଟିକା ବେଳେ ମହାସମାରୋହ ରେ ଅତିରିକ୍ତ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ ! ପିଲାମାନେ ପୁଷ୍ପ ଗୋଛ ଦେଇ ସ୍ବାଗତ କରିଥିଲେ !ପିଲାଙ୍କୁ ମିଠା ସହିତ ବିଦ୍ୟାଳୟ ପୋଷାକ ବଣ୍ଟନ କରିଥିଲେ ! ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର ,ସହିତ ଗୋଷ୍ଟି ସାମାଜିକ ସୁରକ୍ଷା ଅଧିକାରୀ ଧନୁର୍ଜୟ ରାଓ, ଉପଖଣ୍ଡୀୟ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ଇଲିଯା ବେଥ ,ଜିଲ୍ଲା ପୋଗ୍ରାମ ଅଫିସର ( ଏମରାଜେନ୍ସୀ ) ହିମାଂଶୁ ପଟ୍ଟନାୟକ, ବରିଷ୍ଠ ରାଜସ୍ବ କିରାଣୀ ତଥା ରାଜ୍ୟ ଅମଲା ସଂଘ ସଭାପତି ଶ୍ରୀ ତ୍ରିପତି ବାଲାଜୀ ସାହୁ ସମେତ ଅନେକ ଅଭିଭାବକ ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରି ପିଲା ଙ୍କୁ ମିଠା ପ୍ରଦାନ କରିଥିଲେ ! ପରେ ପରେ ରାଜ୍ୟ ଡ୍ରାଇଭର ସଂଘ ର ଜିଲ୍ଲା ଶାଖା ସଂଘ ର ପ୍ରାୟ ୬୦ ଜଣ ଆସି ଯୋଗଦେଇ ପିଲାଙ୍କୁ କଦଳୀ,ମିଠା ,ଖାତା ପ୍ରଦାନ କରିଥିଲେ ! ଏଥିରେ ଆଶା କିରଣ କର୍ମଚାରୀ ଇନ୍ଦ୍ରମଣି ମଙ୍ଗରାଜ,ସନ୍ଧ୍ୟାରାଣୀ ବେହେରା ,ଶାନ୍ତି ପଣ୍ଡା ,ରଶ୍ମିତା ପ୍ରଧାନ ,ପାର୍ବତୀ ଜାନି,ଈଶ୍ୱର ବଞ୍ଜାରା, ରଶ୍ମିତ ଧନଫୁଲ ସହଯୋଗ କରିଥିଲେ ! ଆଶା କିରଣ ଅଧ୍ୟକ୍ଷ ଜଗନ୍ନାଥ ବେହେରା ଅତିଥି ମାନଙ୍କୁ ସ୍ଵାଗତ ଜଣାଇବା ସହ ଧନ୍ୟବାଦ୍ ପ୍ରଦାନ କରିଥିଲେ !
ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0