।। ସଂସଦ ସପ୍ତଗିରି ଶଙ୍କର ଉଲାକାଙ୍କ କାଶୀପୁର ବ୍ଲକ ଡ଼ଙ୍ଗାସିଲା ଠାରେ ସାଧାରଣ ସଭା ଅନୁଷ୍ଠିତ ।।

Feb 23, 2024 - 21:58
 0  16
।।  ସଂସଦ ସପ୍ତଗିରି ଶଙ୍କର ଉଲାକାଙ୍କ କାଶୀପୁର ବ୍ଲକ ଡ଼ଙ୍ଗାସିଲା ଠାରେ ସାଧାରଣ ସଭା ଅନୁଷ୍ଠିତ ।।

ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଡ଼ଙ୍ଗାସିଲା ପଞ୍ଚାୟତ ସଦର ଠାରେ ଜିଲ୍ଲା କଂଗ୍ରେସ ତରଫରୁ ସାଧାରଣ ସଭା ଓ କର୍ମୀ ସମ୍ବିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମ ରେ ମାନ୍ୟବର ଲୋକ ସଭା ସଂସଦ ଶ୍ରୀ ସପ୍ତଗିରି ଶଙ୍କର ଉଲାକା ଯୋଗ ଦେଇ ଚଳିତ ୨୦୨୪ ସାଧାରଣ ନିର୍ବାଚନରେ ଜିଲ୍ଲା କଂଗ୍ରେସ ର ପ୍ରମୁଖ କାର୍ଯ୍ୟସୂଚୀ ସମ୍ବନ୍ଧରେ ଆଲୋଚନା କରିବାସହ ରାଜ୍ୟ ସରକାରଙ୍କ ୨୪ବର୍ଷ ଶାସନ ଏବଂ କେନ୍ଦ୍ର ର ୧୦ ବର୍ଷ ଶାସନ କାଳରେ ରାଜ୍ୟ ଏବଂ ସମଗ୍ର ଦେଶରେ କେଉଁ ଭଳି ଶିକ୍ଷା, ସ୍ଵାସ୍ତ୍ୟ, ଗମନାଗମନ, କୃଷିଭିତିକ ଓ ଶିକ୍ଷିତ ଯୁବକଙ୍କ ଭବିଷ୍ୟତକୁ ଜାଣି ଶୁଣି ଅନ୍ଧାରରେ ଠେଲି ଦିଆଯାଇଛି ଏବଂ ଦେଶ ସ୍ୱାଧୀନତା ପୂର୍ଵ ଏବଂ ସ୍ୱାଧୀନତା ପର ଠାରୁ କଂଗ୍ରେସ ର ପ୍ରମୁଖ ଯୋଗଦାନ ଯାହା ରାଷ୍ଟ୍ର ଗଠନରେ କଂଗ୍ରେସ ର ଭୂମିକା ବିଷୟରେ ଉଦବୋଧନ ଦେଇଥିଲେ ସଂସଦ। ଏବଂ ସେ ସଂସଦ ରେ କରାପୁଟ ଲୋକସଭା କ୍ଷେତ୍ରରେ ହେବାକୁ ଥିବା ସମସ୍ତେ ପ୍ରସ୍ତାବକୁ ଯେଉଁ ଭଳି ଉପସ୍ଥାପନା କରିଆସୁଛନ୍ତି ତାହା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଗଣମାଧ୍ୟମ ରେ ପ୍ରକାଶ କରିଥିଲେ। ଏହି ଭୋଳି ରାୟଗଡା କଂଗ୍ରେସ ଆଶାୟୀ ବିଧାୟକ ପ୍ରାର୍ଥୀ ଆପୋଲୋ ସ୍ୱାମୀ କାଡ୍ରାକା ମଧ୍ୟ ରାୟଗଡା ଜିଲ୍ଲା ରେ ଜନତାଙ୍କ ପ୍ରସଂଶା ପାଇଁ ଜନତା ଓ ପିସିସି କୁ ଧନ୍ୟବାଦ ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ରେ ବ୍ଲକ ର ତିନିଟି ପଂଚାୟତ ର ପାଖାପାଖି ୭୦ ରୁ ଉର୍ଦ୍ଧ ଲୋକେ ସଂସଦ ଙ୍କ ପାଞ୍ଚ ବର୍ଷର କାର୍ଯ୍ୟକଳାପ ରେ ଏବଂ ଆପୋଲୋସ୍ୱାମୀ ଙ୍କ ଜନ ପ୍ରସଂଶା ଦେଖି କଂଗ୍ରେସ ରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମ କୁ ବ୍ଲକ କଂଗ୍ରେସ ଯୁବ ସଭାପତି ଜିଝରୁ ମାଝୀ ପରିଚାଳନା କରି ଥିବା ବେଳେ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗାପ୍ରସାଦ ପଣ୍ଡା, ଶଙ୍କରସେନ ମଙ୍ଗରାଜ,ଜିଲ୍ଲା କଂଗ୍ରେସ ଯୁବ ସଭାପତି ଜୋସେଫ ଖସଲା,ବ୍ଲକ ସଭାପତି ଅଙ୍ଗଦ ନାଏକ,ପି. ଦେବେନ୍ଦ୍ର ରାଓ, ଅନିଲ ଯେନ, କବିସୂର୍ଯ୍ୟ ନାଏକ, ତୁମ୍ବେଶ୍ୱର ନାଏକ, ଭୁବନେଶ୍ୱର ମହାନ୍ତି, କୁନାପାଢ଼ୀ ନାଏକ, ଜୟନୁଁ ବୈଠାରୁ ରାଜେନ୍ଦ୍ର ଦୁରିଆ, ଅମ୍ବିକା ମାଝୀ, ଗୌରୀ ନାଏକ ଓ ଅନ୍ୟ ପ୍ରମୁଖ ସହ ହଜାର ରୁ ଉର୍ଦ୍ଧ ଲୋକେ ଉପସ୍ଥିତ ଥିଲେ।

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ