।। ଶୁକସାନ ର ଯୁବକ ଯୁବତୀ ମିଶି ଶ୍ରମଦାନ କରି ରାସ୍ତା କଲେ ମରାମତି ।।

Nov 12, 2023 - 18:25
 0  191
।। ଶୁକସାନ ର ଯୁବକ ଯୁବତୀ ମିଶି  ଶ୍ରମଦାନ କରି ରାସ୍ତା କଲେ ମରାମତି ।।

ଗ୍ରାମ ପଞ୍ଚାୟତ ଠାରୁ ଜିଲ୍ଲା ପଯ୍ୟନ୍ତ ରାସ୍ତା ଖଣ୍ଡେ ପାଇଁ ଅନେକ ଥର ବିଭାଗୀୟ ଅଧିକାରୀଵାବୁ ମାନେ ହୁଅନ୍ତୁ କି ଲୋକ ପ୍ରତିନିଧିମାନେ ହୁଅନ୍ତୁ ଅଭିଯୋଗ କରି କରି ନିରାଶ ହୋଇ ଶେଷରେ ଗ୍ରାମର କିଛି ଯୁବକ ଯୁବତୀ ମିଶିକି ଶୁକସାନ ଠାରୁ ବଲଙ୍ଗୀ କଂକ୍ରିଟ ରାସ୍ତା ବିପଦ ଡାକୁଥିଲା ଭୋଳି ରାସ୍ତା କୁ ମରାମତି କରି ଶ୍ରମଦାନ କରିଥିବା ଦେଖିବାକୁ ପାଇଥିଲୁ l ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି ସତ ହେଲେ ବିଭାଗୀୟ ଅଧିକାରୀ ଆଉ ଠିକାଦାର ଵାବୁ ଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଗ୍ରାମାଞ୍ଚଳ କୁ ଯେଉ ସରକାରୀ ଯୋଜନାର ଅର୍ଥ କୁ ଆତ୍ମସାତ କରୁଥିବା କଥା ଆପଣ ମାନେ ଜାଣିଛନ୍ତି l କେହି କହିପାରୁନାହାନ୍ତି କାରଣ ସ୍ଥାନୀୟ ଅଞ୍ଚଳ ର କିଛି କୁଚି ନେତାମାନେ ଅର୍ଥ ଲୋଭ ରେ ଅନେକ ସରକାରୀ ଯୋଜନାରେ ହାତ ମାରି ବିଭିନ୍ନ ସ୍ଥାନରେ ଅଧା ଆଧୁରୀୟ କରି ତରବରିଆ କାର୍ଯ୍ୟ କରି ସବୁ କାମ ରେ ନିମ୍ନ ମାନ ର କାମ କରୁଛନ୍ତି l ହଁ ଆଜ୍ଞା ଆମେ କହୁନୁ ଏକଥା ବିଭିନ୍ନ ମହଲ ଚର୍ଚ୍ଚା ହେଉଛି lତେଣୁ ଏପରି ଗାଁ ଅଛି ହେଲେ ସେଠାକୁ ରୋଗୀ ସେବାଗାଡି 108କି 102 ଯାଇ ପାରୁନି ସେଭଳି ଗାଁ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଶୁକସାନ ଗ୍ରାମ ର ରାସ୍ତା ସମସ୍ୟା ନକହିବା ଭଲ l ଗ୍ରାମର ଯୁବକ ଜଣକ କଣ କହୁଛନ୍ତି ଦର୍ଶକ ବନ୍ଧୁ ଶୁଣିନେବା l ଶୁଣିଲେ ତ ଦର୍ଶକ ବନ୍ଧୁl କଂକ୍ରିଟ ରାସ୍ତା ଆମକୁ ଦରକାର ନାହିଁ ପ୍ରଧାନ ମନ୍ତ୍ରୀ ସଡ଼କ ହେଉ ବୋଲି ଗ୍ରାମ ବାସି ଦାବୀ ରଖିଲେ l ଶୁକସାନ ଗାଁ ପ୍ରତି ପଞ୍ଚାୟତ ବିଭାଗ ର କେବେ ଦୃଷ୍ଟି ପଡିବ ତାହା ସମୟକୁ ଅପେକ୍ଷା l

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ