ଶୀତ ରେ ଥରୁଛି କନ୍ଧମାଳ

Dec 27, 2025 - 17:51
 0  10
ଶୀତ ରେ ଥରୁଛି କନ୍ଧମାଳ

କନ୍ଧମାଳ ଜିଲ୍ଲାରେ ଧୀରେଧୀରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ସକାଳ ଦଶଟା ପର୍ଯ୍ୟନ୍ତ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳୁଛି. ଜିଲ୍ଲାର ତୁମୁଡିବନ୍ଧ, କୋଟଗଡ଼, ବାଲିଗୁଡା, ଦାରିଙ୍ଗବାଡ଼ି, ରାଇକିଆ, ଜିଉଦୟଗିରି ଅଞ୍ଚଳରେ ସକାଳ ସମୟରେ ଘନ କୁହୁଡ଼ି ଓ ଠଣ୍ଡା ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ସକାଳ ଓ ସନ୍ଧ୍ୟାବେଳେ ତାପମାତ୍ରା ଅଧିକ କମିଯାଉଥିବାରୁ ସାଧାରଣ ଲୋକେ ଗରମ ପୋଶାକ ଓ ଅଗ୍ନିର ସହାୟତା ନେଉଛନ୍ତି। ଶୀତର ପ୍ରଭାବରୁ ରାସ୍ତାଘାଟରେ ଲୋକଚଳାଚଳ କମିଥିବା ସହ ବଜାର ଅଞ୍ଚଳ ମଧ୍ୟ ସକାଳ ସମୟରେ ସୁନସାନ ଦେଖାଯାଉଛି। ବିଶେଷକରି ବୃଦ୍ଧ, ଶିଶୁ ଓ ଦୈନିକ ଶ୍ରମିକମାନେ ଅଧିକ ପ୍ରଭାବିତ ହେଉଛନ୍ତି। ଶୀତ ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ସତର୍କ ରହିବା, ଗରମ ପୋଶାକ ବ୍ୟବହାର କରିବା ଓ ଅତ୍ୟାବଶ୍ୟକ ନହେଲେ ରାତିବେଳେ ବାହାରକୁ ନଯିବାକୁ ପରାମର୍ଶ ଦିଆଯାଇଛି। ଲୋକମାନେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ କାଠ ଗଣ୍ଡି ଲଗାଇ ନିଆଁ ଚାରି ପାଖେ ବସି ରହୁଥିବା ଜିଲ୍ଲା ସାରା ଦେଖିବାକୁ ମିଳୁଛି. ଶୀତ ର ମଜ଼ା ନେବା ପାଇଁ ଏବେ ପର୍ଯ୍ୟଟକଙ୍କ ଗହଳି କନ୍ଧମାଳ ରେ ଦେଖିବାକୁ ମିଳୁଛି.

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ