ପ୍ରବସୀ ଶ୍ରମୀକ ରୋକିବା ପାଇଁ ଗଡ଼ିଲା ସଚେତନତା ରଥ

Oct 5, 2023 - 11:55
Oct 5, 2023 - 15:45
 0  19
ପ୍ରବସୀ ଶ୍ରମୀକ ରୋକିବା ପାଇଁ ଗଡ଼ିଲା ସଚେତନତା ରଥ

ନୂଆପଡା : ନୂଆପଡା ଜ଼ିଲ୍ଲା ପ୍ରଶାସନ ଦ୍ୱାରା ସୁରକ୍ଷିତ ସ୍ଥାନାତରଣ ଏବଂ ଶିଶୁ ଚାଲାଣ ରୋକିବା ଉପରେ ବିଭିନ୍ନ ହିତାଧିକାରୀଙ୍କୁ ସଚେତନତା କରିବା ପାଇଁ ସଚେତନତା ଅଭିଯାନ ଆରମ୍ଭ ହୋଇଯାଇଛି l ୟୁନିସେଫ ଏବଂ ଏଡ଼ଏଟ ଆକ୍ସନ ଇଣ୍ଡିଆର ବୈଷୟିକ ସହାୟତା ମାଧ୍ୟମରେ ଜ଼ିଲ୍ଲା ପୁଲିସ ଶ୍ରମ ଏବଂ ଜ଼ିଲ୍ଲା ସମାଜ ମଙ୍ଗଳ ବିଭlଗର ସମନ୍ଵୟରେ ଏହି ସଚେତନତା ବୈଠକ ଗୁଡିକ 25ଟି ସ୍ଥାନରେ ଅନୁଷ୍ଠିତ ହେବ l ଯାହାକି ଜ଼ିଲ୍ଲାର 100ଟି ସ୍ଥାନାତରଣ ପ୍ରବୃତ ପଞ୍ଚାୟତକୁ ଅନ୍ତର୍ଭୁକ୍ତ କରିବ l ବେଆଇନ ଶ୍ରମିକ ନିଯୁକ୍ତି ପାଇଁ ଶ୍ରମ ଠିକାଦାର ମାନଙ୍କ ସହିତ ପ୍ରଶାସନ ମଧ୍ୟ ଏକ ସଚେତନତା ବୈଠକ କରିବା ସମ୍ପର୍କରେ ସୂଚନା ଦେଇଥିଲେ l ଏଥିରେ ଉପଜ଼ିଲ୍ଲାପାଳ ଅଗସ୍ତି ପ୍ରଧାନ ମୁଖ୍ୟଅତିଥି ଭାବେ ଦେଇଥିବାବେଳେ ସମ୍ମlନିତ ଅତିଥି ଭାବେ ଅତିରିକ୍ତ ଏସପି ଇନ୍ଦ୍ରମଣି ବେହେରା, ଜ଼ିଲ୍ଲା ଶ୍ରମ ଅଧିକାରୀ ରବୀନ୍ଦ୍ର ବାର୍ଲl, ଜ଼ିଲ୍ଲା ଶିଶୁ ସୁରକ୍ଷ୍l ୟୁନିଟର ଶ୍ରୀନିବାସ ବେହେରା, ସରୋଜ ବାରିକ ଯୋଗ ଦେଇଥିଲେ ଏଡ଼ଏଟ ଆକ୍ସନଏ ଡିଏସଡବ୍ଲୁଓ ୟୁନିଟର ଜ଼ିଲ୍ଲା ସଂଯୋଜକ ରଞ୍ଜନ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ l ପଞ୍ଚାୟତ ପ୍ରତିନିଧି, ଫ୍ରଣ୍ଟଲାଇନ କର୍ମଚାରୀ, ଏସଏସଜି ସଦସ୍ୟl ପ୍ରମୁଖ ଉପସ୍ଥିତ ଥିଲେ l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ