।। ଶିଶୁ କ୍ୟାନ୍ସର ସଚେତନତା ଶିବିର ।।

ବରପାଲି ତା ୦୫-୧୨(କୋରାପୁଟ ପ୍ରଥମ ଖବର) ସଚେତନତା ଦ୍ଵାରା ହିଁ କ୍ୟାନ୍ସର କୁ ପ୍ରତିହତ କରାଯାଇ ପାରିବ ବୋଲି ଆୟୋଜିତ ଶିବିର ରେ ବହୁ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି। ବରପାଲି ଗଙ୍ଗାଧର କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ ବରପାଲି ସାମ୍ବାଦିକ ସଂଘ ର ମିଳିତ ଆନୁକୁଲ୍ୟରେ ଶିଶୁ କ୍ୟାନ୍ସର ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ବରପାଲି ସରକାରୀ ଡାକ୍ତରଖାନା ମୁଖ୍ୟ ଡାକ୍ତର ରାଜେଶ ବେହେରା, ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ନିମାଇଁ ଚରଣ ସାହୁ, ଆଗଲପୁର ଡାକ୍ତରଖାନା ର ଡାକ୍ତର କୃପାସିନ୍ଧୁ ସାହୁ, କ୍ୟାନ୍ସର ଉପରେ କାମ କରୁଥିବା ସ୍ବେଚ୍ଛାସେବୀ ତଥା ସାମ୍ବାଦିକ ଅଶ୍ଵିନୀ କୁମାର ଦର୍ଜି, ନିତାଇ ପାଣିଗ୍ରାହୀ, ଚିତ୍ତରଞ୍ଜନ ସାହୁ, ବାଲ କିଶୋର ଖାଡଙ୍ଗା,ଆଇ ସି ଡ଼ି ଏସ ରୁ ରେଣୁକା ଷଡଙ୍ଗୀ ପ୍ରମୁଖ ମଞ୍ଚାସିନ ଥିଲେ । ସମଗ୍ର କାର୍ଯ୍ୟକ୍ରମ କୁ ସ୍ବେଚ୍ଛାସେବୀ ସେକ୍ ମହମ୍ମଦ ଗଜନୀ ସଂଯୋଜନା କରିଥିଲେ।ବରପାଲି ସାମ୍ବାଦିକ ସଂଘ ର ପଦ୍ମଲୋଚନ ସାହୁ, ହର୍ଷ ବେହେରା, ସୁବୋଧ ସାହୁ ପ୍ରମୁଖ ସହଯୋଗ କରୁଥିବା ବେଳେ ବ୍ଲକ ର ସମସ୍ତ ଆଶା କର୍ମୀ ଓ ଅଙ୍ଗନୱାଡ଼ି କର୍ମୀ ଉପସ୍ଥିତ ଥିଲେ।
What's Your Reaction?






